ଇନଷ୍ଟାଗ୍ରାମ ଆଣିବାକୁ ଯାଉଛି ନୂଆ ଫିଚର, ଶପିଂ ପୂର୍ବରୁ ଟ୍ରାଏ କରିପାରିବେ ପ୍ରଡକ୍ଟ

ଫଟୋ ସେୟାରିଂ ଆପ ଇନଷ୍ଟାଗ୍ରାମ ନିଜର ୟୁଜର୍ସମାନଙ୍କ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ନୂଆ ଶପିଂ ଫିଚର ଆଣିବାକୁ ଯାଉଛି । ଯାହା ସାହାଯ୍ୟରେ ଆପଣ ଯେକୌଣସି ପ୍ରଡକ୍ଟ କିଣିବା ପୂର୍ବରୁ ଏହାକୁ ଟ୍ରାଏ ମଧ୍ୟ କରିପାରିବେ । ଏହି ଫିଚରର ବ୍ୟବହାର ଆପଣ କେବଳ ଇନଷ୍ଟାଗ୍ରାମ ଶପିଂ ସମୟରେ ହିଁ କରିପାରିବେ । ଏହି ଫିଚର ଦ୍ୱାରା ଗ୍ରାହକମାନେ ଫାୟାର ରିୟାଲିଟି ସାହାଯ୍ୟରେ କେଉଁ ପ୍ରଡକ୍ଟ ତାଙ୍କ ଉପରେ କିଭଳି ସୁଟ କରୁଛି ତାହା ଦେଖିପାରିବେ ।

ସୂଚନା ଅନୁଯାୟୀ ଫେସବୁକ ପୂର୍ବରୁ କିଛି ସ୍ୱତନ୍ତ୍ର ବ୍ରାଣ୍ଡ ପାଇଁ ନିଜର ମାର୍କେଟପ୍ଳସ ସେକ୍ସନରେ ଏହି ଫିଚରକୁ ଜାରି କରିସାରିଛି । ଇନଷ୍ଟାଗ୍ରାମରେ ଏହି ଫିଚରର ବ୍ୟବହାର କରି ୟୁଜର୍ସ ମାନେ ନିଜର ଅନୁଭୂତିକୁ ଇନଷ୍ଟାଗ୍ରାମ ଷ୍ଟୋରେଜରେ ସେୟାର ମଧ୍ୟ କରିପାରିବେ ଏବଂ ଷ୍ଟୋରେଜ ପଛରେ ସେହି ପ୍ରଡକ୍ଟର ଲିଙ୍କ ମଧ୍ୟ ରହିଥିବ ।

Image result for /instagram-reportedly-adding-new-ar-based-shopping-features-for-selected-brands

 

ଏହାସହ ପଢନ୍ତୁ ମୋବାଇଲରେ ଭିଡିଓ ଗେମ ଖେଳିବା ସମୟରେ ଲାଗିଯାଇଥିଲା ନିଦ, ସକାଳୁ ଶେଯରୁ ମିଳିଲା ଶବ

ଅନ୍ୟପଟେ ଫେସବୁକ ନିକଟରେ ଥ୍ରେଡ଼ ନାମକ ଏକ ଆପ ଲଞ୍ଚ କରିଛି ଯାହା Snapchatକୁ ଟକ୍କର ଦେବାକୁ ଯାଉଛି । ଥ୍ରେଡ଼ ଆପ ଦ୍ୱାରା ଇନଷ୍ଟାଗ୍ରାମ ୟୁଜର୍ସ ନିଜର ଘନିଷ୍ଠ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଲାଇଭ ଲୋକେସନ, ଗାଡିର ସ୍ପିଡ଼ ଏବଂ ବ୍ୟାଟେରୀ ଲାଇଫ ମଧ୍ୟ ସେୟାର କରିପାରିବେ । ଏହାସହିତ ଏଥିପାଇଁ ସେମାନେ ନିଜ ବନ୍ଧୁଙ୍କୁ ଇନଭାଇଟ ମଧ୍ୟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.