ଇନ୍‌ଷ୍ଟାଗ୍ରାମ୍‌ ଆଣୁଛି ନୂଆ ଫିଚର, ଏବେ ଡ୍ରାଫ୍ଟରେ ସେଭ୍‌ କରିପାରିବେ ସମସ୍ତ ଷ୍ଟୋରି

ଇନ୍‌ଷ୍ଟାଗ୍ରାମ୍‌ରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଫିଚର। ୟୁଜର୍ସମାନେ ଅନେକ ଦିନ ହେବ ଏହି ଫିଚରକୁ ଅପେକ୍ଷା କରିଥିଲେ। ଇନ୍‌ଷ୍ଟାରେ ଏହି ଫିଚର ଆସିବା ପରେ ଏବେ ୟୁଜର୍ସ ନିଜ ଷ୍ଟୋରିଗୁଡ଼ିକୁ ଡ୍ରାଫ୍ଟରେ ସେଭ୍‌ କରିପାରିବେ। ସୂଚନାଯୋଗ୍ୟ ଯେ, ଦୁନିଆର ପ୍ରାୟ ୫୦ କୋଟି ଲୋକ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି ଫିଚର ବ୍ୟବହାର କରୁଛନ୍ତି ଓ ଏହାର ୟୁଜର ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି।

ଏହା ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିଜ୍‌ ପାଇଁ କେତେ ଗୁଡ଼ିଏ ଫିଚର ଜାରି କରାଯାଇଛି । ସେଥିମଧ୍ୟରେ ଜିଆଇଏଫ୍‌, ଷ୍ଟିକର୍ସ ଓ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ ଆଦି ସାମିଲ ଅଛି। ଇନ୍‌ଷ୍ଟାଗ୍ରାମ୍‌ର ଏହି ଅପକମିଂ ଫିଚର ବିଷୟରେ ଇନ୍‌ଷ୍ଟାଗ୍ରାମ୍‌ ମୁଖ୍ୟ ଏଡମ୍‌ ମୋସେରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏଡମ୍‌ଙ୍କ ବ୍ୟତୀତ ଅନ୍ୟ କେତେ ଜଣ ମଧ୍ୟ ଏହି ଫିଚରର ସ୍କ୍ରିନ୍‌ ସର୍ଟ ସେୟାର କରିଛନ୍ତି।


ସୂଚନାଯୋଗ୍ୟ ଯେ ସର୍ବପ୍ରଥମେ ସ୍ନାପ୍‌ଚାଟ୍‌ ଷ୍ଟୋରିଜ୍‌ ଫିଚର ଲଞ୍ଚ୍‌ କରିଥିଲା। ତା’ପରେ ଇନ୍‌ଷ୍ଟାଗ୍ରାମ୍‌ ମଧ୍ୟ ଏହାକୁ କପି କରିଥିଲା। ଏବେ ହ୍ଵାଟ୍ସଆପ୍‌, ଟ୍ଵିଟର ଓ ଫେସ୍‌ବୁକ୍‌ରେ ବି ଷ୍ଟୋରିଜ୍‌ ସେୟାର କରିବା ଅପସନ୍‌ ଉପଲବ୍ଧ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.