ଇନଷ୍ଟାଗ୍ରାମର ନୂଆ ଫିଚର, ଜାଣନ୍ତୁ କେମିତି ମିଳିବ ସୁବିଧା

ଇନଷ୍ଟାଗ୍ରାମ ନୂଆ ଫିଚର ନେଇ ଟେଷ୍ଟିଂ କରୁଛି । ଏହି ଦମଦାର ଫିଚର ଜରିଆରେ ୟୁଜର୍ସ ଇନଷ୍ଟାଗ୍ରାମ ଫିଡ୍ ଓ ରିଲରେ ପରସ୍ପର ସହିତ କନେକ୍ଟ କରିପାରିବେ । ଇନଷ୍ଟାଗ୍ରାମର ଏହି ଫିଚରର ନାଁ କୋଲ୍ୟାବ ରଖିବା ପାଇଁ ନିଷ୍ପତି ନିଆଯାଇଛି । ଯଦି ୟୁଜର୍ସ ଏହା ସ୍ୱୀକାର କରନ୍ତି ତେବେ ସେମାନଙ୍କୁ ଏକ ଲେଖକ ରୂପେ ମଧ୍ୟ ଦର୍ଶାଯିବ ।

instagram-app-

ଫଟୋ ସେୟାରିଂ ପ୍ଲାଟଫର୍ମ ଏକ ବ୍ଲଗ ପୋଷ୍ଟରେ କହିଛି ଯେ ଭାରତ ସେହି ୨ ଦେଶ ତାଲିକାରେ ସାମିଲ ଯେଉଁଠି ଏହାର ସବୁଠାରୁ ପ୍ରଥମେ ଟେଷ୍ଟିଂ କରାଯିବ । କମ୍ପାନୀ ଏହା ଦର୍ଶାଇଛି ଯେ ଏହା କେମିତି କାମ କରେ । ତଦନୁସାରେ ଫିଡ୍ ପୋଷ୍ଟ ଅପଲୋଡ କରନ୍ତୁ ବା ରିଲ୍ ବନାନ୍ତୁ ଆପଣ ସାଧାରଣ ଭାବେ କରିପାରିବେ । ଯେବେ ଆପଣ ନିଜ ସେୟାର ସ୍କ୍ରିନର ଅନ୍ତରେ ପହଞ୍ଚିବେ ତେବେ ଆପଣଙ୍କୁ ଲୋକଙ୍କୁ ଟ୍ୟାଗ୍ କରିବାର ବିକଳ୍ପ ନଜର ଆସିବ । ଲୋକଙ୍କୁ ଟ୍ୟାଗ୍ କରି ଆପଣ ଏବେ ପରସ୍ପରକୁ ନିମନ୍ତ୍ରଣ କରିପାରିବେ । କେବଳ ପବ୍ଲିକ୍ ଆକାଉଣ୍ଟ ଯାହା ଟେଷ୍ଟର ଅନୁଭବ ପ୍ରାପ୍ତ କରୁଛନ୍ତି ସେମାନଙ୍କୁ ‘କୋଲ୍ୟାବ’ ସେଲ୍ସ ସହ-ଲେଖକ ପାଇଁ ରିକ୍ୱେଷ୍ଟ କରିହେବ । ଥରେ ୟୁଜର୍ସ ଆକାଉଣ୍ଟ କୋଲାବରେସନ ଇନଭାଇଟ୍ ସ୍ୱୀକାର କରିବେ ତେବେ ସେମାନଙ୍କୁ ଟ୍ୟାଗ୍ ସ୍କ୍ରିନରେ ଯୋଡି ଦିଆଯିବ ଏବଂ ଆପଣଙ୍କ ପୋଷ୍ଟର ହେଡରରେ ମଧ୍ୟ ନୋଟ୍ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.