ଇନଷ୍ଟାଗ୍ରାମ ଆଣୁଛି ”ଫେବରିଟ୍” ଫିଚର୍! ଜାଣନ୍ତୁ କିପରି କରିବ କାମ

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏବେ ଫେବରିଟ୍ ନାମକ ନୁଆ ଫିଚର୍ ଆଣିବାକୁ ଯାଉଛି। ଏହି ଫିଚର୍ ଉପରେ ପରୀକ୍ଷଣ ଆରମ୍ଭ କରାଯାଇଛି। ଏହି ଫିଚର୍ ଇନଷ୍ଟାଗ୍ରାମ ବ୍ୟବହାରକାରୀ ମାନଙ୍କୁ ସେମାନଙ୍କ ପସନ୍ଦର ପୋଷ୍ଟ,ଷ୍ଟୋରି ଓ ଅନ୍ୟାନ୍ୟ ବିଷୟ ବସ୍ତୁ ଦେଖିବାରେ ସାହାଯ୍ୟ କରିବ। ଆପଣ ଯଦି ଚାହିଁବେ ଏହାକୁ ପ୍ରାଥମିକତା ଭାବେ ସେଟ୍ କରିପାରିବେ। ଯେତେବେଳେ ଗୋଟେ ଏକାଉଣ୍ଟରୁ ପ୍ରୋଫାଇଲ୍ ରେ ଫେବରିଟ୍ ଏଡ୍ କରାଯାଏ, ସେହି ଏକାଉଣ୍ଟରୁ ପୋଷ୍ଟ ଗୁଡ଼ିକ ବ୍ୟବହାରକାରୀ ମାନଙ୍କୁ ଫିଡର୍ ଶିର୍ଷରେ ଦେଖାଇବ।

ଜଣେ ମୋବାଇଲ୍ ଡେଭ୍ଲପର ତାଙ୍କ ଟ୍ୱିଟର୍ ହ୍ୟାଣ୍ଡେଲରେ ଏକ ସ୍କ୍ରିନ୍ସଟ ସେୟାର୍ କରି କହିଛନ୍ତି ”ଇନଷ୍ଟାଗ୍ରାମ ଏହି ଫିଚର୍ (ଫେବରାଇଟ୍) ଉପରେ କାମ କରୁଛି। ବହୁତ ଶିଘ୍ର ଇନଷ୍ଟାଗ୍ରାମ ବ୍ୟବହାରକାରି ମାନେ ନୂଆ ଫିଚର୍ କୁ ବ୍ୟବହାର କରିପାରିବେ। ମୋବାଇଲ୍ ଡେଭ୍ଲପର ଅଲସେଣ୍ଡ୍ରୋ ପଲଜି ୯ ସେପ୍ଟେମ୍ୱର ୨୦୨୧ ରେ ଏହି ସ୍କ୍ରିନ୍ସଟ କୁ ସେୟାର୍ କରିଥିଲେ। ଏହି ଫିଚର୍ ଇନଷ୍ଟାଗ୍ରାମ ବ୍ୟବହାରକାରି ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଏକାଉଣ୍ଟ ବିଷୟ ରେ ପ୍ଲାଟଫର୍ମ କୁ କହି ସେମାନଙ୍କ ଫିଡ୍ ଉପରେ ଭଲ ନିୟନ୍ତ୍ରଣ ପ୍ରଦାନ କରିବ।

sonusoodraids

ଇନଷ୍ଟାଗ୍ରାମ ବ୍ରାଣ୍ଡରେ କମ୍ପାନି, ସଂଗଠନ, ଫିଲ୍ମ ତାରକା, ସେଲିବ୍ରିଟି, ଖେଳାଳି, ସିନେ ନିର୍ମାତା ଓ ଆହୁରି ଅନେକ ଘର ଅଛି। ଏବେ ସୁଦ୍ଧା ଇନଷ୍ଟାଗ୍ରାମ ବ୍ୟବହାର କାରୀ ମାନଙ୍କ ପାଇଁ ତାଜା ପୋଷ୍ଟ ଏବଂ ପୋଷ୍ଟ ଗୁଡ଼ିକ ସହିତ ସେମାନଙ୍କର ପାରସ୍ପରିକ ସଂପର୍କ ଉପରେ ଆଧାର କରି ଏକ ଫିଡ୍ ସୃଷ୍ଟି କରେ। ସୋସିଆଲ୍ ମିଡିଆ ରେ ବ୍ରାଉଜିଂ କରୁଥିବା ଉପଭୋକ୍ତା ତାଙ୍କ ଅନିଚ୍ଛା ସତ୍ୱେ ଅନେକ ପୋଷ୍ଟ ଦେଖନ୍ତି। କାରଣ ଅଲ୍ଗାରିଦିମ୍ ଅନ୍ୟ ପୋଷ୍ଟ ସହିତ ବ୍ୟବହାର କାରିଙ୍କ କାର୍ଯ୍ୟକଳାପରୁ ଶିଖିଥାଏ। ଯେପରି ପୋଷ୍ଟ କୁ ସେୟାର , ସେଭ୍ , ଲାଇକ୍ କରିବା ଅପ୍ସନ୍ ଇନ୍ଷ୍ଟାରେ ଦେଖାଏ ନାହିଁ । ଯାହାକି ବ୍ୟବହାରକାରି ମାନେ ଦେଖିବାକୁ ଚାହାନ୍ତି। କିନ୍ତୁ ଫିଚର୍ ର ପରୀକ୍ଷଣ ଏବେ ବି କରାଯାଉଛି। ଏହି ନୂଆ ଫିଚର୍ କେବେ ଲଞ୍ଚ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନି।