ଏବେ ଇନ୍‌ଷ୍ଟାଗ୍ରାମରୁ ରଖିପାରିବେ ନଜର, କିଏ ଫେସବୁକ୍‌ରେ ଦେଖୁଛନ୍ତି ଆପଣଙ୍କର ପୋଷ୍ଟ

ନୂଆଦିଲ୍ଲୀ : ଅଧିକାଂଶ ଲୋକ ଜାଣିଥିବେ ଯେ ଫେସବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ଗୋଟିଏ କମ୍ପାନୀର ପ୍ରଡକ୍ଟ ଅର୍ଥାତ ଦୁହିଁଙ୍କର ମାଲିକ ମେଟା ପାଖରେ । ମେଟା ଏହିଁ ଦୁଇ ପ୍ଲାଟଫର୍ମ ପାଇଁ ନୂଆ ଫିଚର୍ସ ଆଣିଥାଏ । କେତକ ଯାଗାରେ ଦୁହିଁଙ୍କୁ ଏକତ୍ର ମଧ୍ୟ କରାଯାଇଛି । ଅର୍ଥାତ ପୋଷ୍ଟ ସେୟାରିଂ ପାଇଁ ଇନଷ୍ଟାଗ୍ରାମ ଏହି ଫିଚର ଦେଇଥାଏ ଯେ ଫେସବୁକ୍‌ରେ ମଧ୍ୟ କ୍ରାନ୍ସ ପୋଷ୍ଟ କରିପାରିବେ ।

ବହୁତ ଲୋକ ମଧ୍ୟ ଏହାର ବ୍ୟବହାର କରୁଛନ୍ତି । ଏହି ଫିଚରକୁ ଆହୁରି ସହଜ କରିବା ପାଇଁ ଏବେ ମେଟା ଆଉ ଏକ ଫିଚର ଇନଷ୍ଟାଗ୍ରାମରେ ଦେବାକୁ ଯାଉଛି । ଏହାଦ୍ୱାରା ଯଦି ଆପଣ ଇନଷ୍ଟାଗ୍ରାମ ଷ୍ଟୋରୀକୁ ଫେସବୁକରେ କ୍ରାଂସ ପୋଷ୍ଟ କରୁଛନ୍ତି । ଆପଣ ଦୁଇଟିର ଭ୍ୟୁ ଡିଟେଲସ୍‌ ଇନଷ୍ଟାଗ୍ରାମରେ ମଧ୍ୟ ଦେଖିପାରିବେ । ଆସନ୍ତୁ ଜାଣିବା ଏହି ଫିଚର ସମ୍ପର୍କରେ ।

ସମସ୍ତଙ୍କ ପାଇଁ ଖୁବ୍‌ ଶୀଘ୍ର କରାଯିବ ଲଞ୍ଚ୍‌

ବାସ୍ତବରେ ଏହି ଫିଚର ଏଥିପାଇଁ ଅଣାଯାଇଛି ଯେ ଇନଷ୍ଟାଗ୍ରାମରୁ ହିଁ ଆପଣଙ୍କ ପୋଷ୍ଟ ସହ ଜଡିତ ଖବର ୟୁଜର୍ସଙ୍କୁ ମିଳିପାରିବ । ଏହିଠାରୁ ସେ ଦେଖିପାରିବ ଯେ ତାଙ୍କ ପୋଷ୍ଟକୁ କେତେ ଲୋକ ଦେଖିଛନ୍ତି ଓ କିଏ କିଏ ଦେଖିଛନ୍ତି । କମ୍ପାନି ଏବେ ଏହି ଫିଚର ଉପରେ କାମ କରୁଛି । ଟେଷ୍ଟିଂ ପରେ ଖୁବ ଶୀଘ୍ର ଏହି ଫିଚରକୁ ୟୁଜର୍ସଙ୍କ ପାଇଁ ଲଞ୍ଚ କରିଦିଆଯିବ । ଏହାପରେ ଆପଣ ଏହି ଖାସ ଫିଚରର ଲାଭ ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.