ଘରେ ଲଗାନ୍ତୁ ସ୍ମାର୍ଟ ସୁଇଚେବଲ୍ ଗ୍ଲାସ୍, ଗରମରୁ ପାଇବେ ମୁକ୍ତି

ସ୍ମାର୍ଟ ସୁଇଚେବଲ୍ ଗ୍ଲାସ୍ ଦୁଇଟି ପତଳା ଗ୍ଲାସ୍ ସିଟ୍ ମଧ୍ୟରେ ଲିକ୍ୱିଡ୍‌ କ୍ରିଷ୍ଟାଲ ଭଳି ଏକ ସ୍ତରରେ ତିଆରି ହୋଇଥାଏ । ଯେତେବେଳେ ବିଦ୍ୟୁତ୍ ପ୍ରୟୋଗ କରାଯାଏ ସେତେବେଳେ ଏହି ଲିକ୍ୱିଡ୍‌ କ୍ରିଷ୍ଟାଲ୍‌ ଗ୍ଲାସକୁ ସ୍ୱଚ୍ଛ କରାଇଥାଏ ।

ଗରମର ମାତ୍ରା ବଢ଼ୁଥିବାରୁ ଲୋକମାନେ ଘରେ ଏସି କିମ୍ବା କୁଲର ଲଗାଉଛନ୍ତି । କିନ୍ତୁ ଏବେ ଏକ ଗ୍ୟାଜେଟ ମାର୍କେଟରେ ଆସିଛି ଯାହା ଦ୍ୱାରା ଆପଣ ଏସି କିମ୍ବା କୁଲର ନଲଗାଇ ମଧ୍ୟ ଘରେ ଥଣ୍ଡାର ମଜା ନେଇ ପାରିବେ । ମାର୍କେରେ ଏବେ ସ୍ମାର୍ଟ ସୁଇଚେବୁଲ୍ ଗ୍ଲାସ୍ ମିଳୁଛି । ଯାହାକୁ ଇଲେକ୍ଟ୍ରୋନିକ୍ ସ୍ମାର୍ଟଗ୍ଲାସ୍ କିମ୍ବା PDLC ଗ୍ଲାସ୍ କୁହାଯାଉଛି । ଏହି ଗ୍ଲାସ୍ ଯାହା ଇଲେକ୍ଟ୍ରି ସାହାଯ୍ୟରେ ଚାଲିଥାଏ ଏବଂ ଏହା ଆପଣଙ୍କୁ ଏପରି ଥଣ୍ଡା ରଖିବ ଯେ ଆପଣଙ୍କୁ ଏସି କିମ୍ବା କୁଲରର ଆବଶ୍ୟକ ହେବ ନାହିଁ । ଆଧୁନିକ ଆର୍କିଟେକ୍ଚର ଏବଂ ଇଣ୍ଟେରିୟର ଡିଜାଇନରେ ଏହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । କାରଣ ଏହା ପ୍ରାଇଭେସୀ, ଲାଇଟ୍‌ କଣ୍ଟ୍ରୋଲ ଏବଂ ଘରେ ଏନର୍ଜି ଦେଇଥାଏ । ଏହାକୁ ଲଗାଇବା ପରେ ଆପଣ ସହଜରେ ନିଜ ବେଡ ରୁମକୁ ଥଣ୍ଡା ରଖିପାରିବେ ।

ସ୍ମାର୍ଟ ସୁଇଚେବଲ୍ ଗ୍ଲାସ୍ ଦୁଇଟି ପତଳା ଗ୍ଲାସ୍ ସିଟ୍ ମଧ୍ୟରେ ଲିକ୍ୱିଡ୍‌ କ୍ରିଷ୍ଟାଲ ଭଳି ଏକ ସ୍ତରରେ ତିଆରି ହୋଇଥାଏ । ଯେତେବେଳେ ବିଦ୍ୟୁତ୍ ପ୍ରୟୋଗ କରାଯାଏ ସେତେବେଳେ ଏହି ଲିକ୍ୱିଡ୍‌ କ୍ରିଷ୍ଟାଲ୍‌ ଗ୍ଲାସକୁ ସ୍ୱଚ୍ଛ କରାଇଥାଏ । ବିଦ୍ୟୁତ୍ ବନ୍ଦ ହୋଇଗଲେ ଲିକ୍ୱିଡ୍‌ କ୍ରିଷ୍ଟାଲରେ ଥିବା ଅଣୁ ଗୁଡ଼ିକ ଅଲଗା ହୋଇଯାଏ, ଯାହା ଆଲୋକକୁ ଅବରୋଧ କରେ ଏବଂ ଗ୍ଲାସକୁ ଅସ୍ପଷ୍ଟ କରିଦିଏ । ଫଳରେ ରୁମରେ ଥଣ୍ଡା ଅନୁଭବ ହୋଇଥାଏ ।

ସ୍ମାର୍ଟ ସୁଇଚ୍ ଗ୍ଲାସ୍ ଆପଣଙ୍କୁ ଭଲ ପ୍ରାଇଭେସୀ ଦେଇଥାଏ । ଆପଣ ଯେତେବେଳେ ଚାହିଁବେ ଏହାକୁ ସ୍ୱଚ୍ଛ କିମ୍ବା ଅସ୍ପଷ୍ଟ କରିପାରିବେ । ଅଫିସ୍, ବାଥରୁମ୍ ଏବଂ ବେଡ୍‌ ରୁମ ଭଳି ସ୍ଥାନ ପାଇଁ ଏହାକୁ ବ୍ୟବହାର କରିପାରିବେ ।

ରୁମକୁ ଆସୁଥିବା ପ୍ରାକୃତିକ ଆଲୋକକୁ କଣ୍ଟ୍ରୋଲ୍‌ କରିବା ପାଇଁ ଆପଣ ସ୍ମାର୍ଟ ସୁଇଚେବଲ୍ ଗ୍ଲାସ୍ ବ୍ୟବହାର କରିପାରିବେ । ଏହା ଆପଣଙ୍କୁ ଶକ୍ତି ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ ଏବଂ ଶୀତ କିମ୍ବା ଗରମ ପାଗରେ ଆପଣଙ୍କ ଘରକୁ ଅଧିକ ଆରାମଦାୟକ କରିଥାଏ । ଗରମ ଏବଂ ଥଣ୍ଡା ଖର୍ଚ୍ଚକୁ କମ୍‌ କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ । ସ୍ମାର୍ଟ ସୁଇଚେବଲ୍ ଗ୍ଲାସ୍ ଏକ ଆଧୁନିକ ଏବଂ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଅଫିସ୍‌ , ବାଥରୁମ, ବେଡ୍‌ ରୁମ୍‌, ହସ୍ପିଟାଲ୍‌, ହୋଟେଲ୍‌, ସ୍କୁଲ ଭଳି ସ୍ଥାନରେ ଆପଣ ଏହାକୁ ବ୍ୟବହାର କରିପାରିବେ ।

ସ୍ମାର୍ଟ ସୁଇଚେବଲ୍ ଗ୍ଲାସ୍ ଭିନ୍ନ ଭିନ୍ନ ଆକାରରେ ଆସିଥାଏ । ଏହାକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ରିମୋର୍ଟ ଏବଂ ଭଏସ୍‌ କମାଣ୍ଡକୁ ବ୍ୟବହାର କରିପାରିବେ । ସାଧାରଣ ଗ୍ଲାସ୍ ଅପେକ୍ଷା ସ୍ମାର୍ଟ ସୁଇଚେବଲ୍ ଗ୍ଲାସ୍ ମହଙ୍ଗା । କିନ୍ତୁ ଏହାକୁ ବ୍ୟବହାର କରି ଆପଣ ରୁମରେ ଥଣ୍ଡାର ମଜା ନେଇ ପାରିବେ ।

 

You might also like