ନା କୌଣସି ଡକ୍ୟୁମେଣ୍ଟ ନା କିଛି ଝିନଝଟ, ମାତ୍ର ୩୦ ସେକେଣ୍ଡରେ ଆକାଉଣ୍ଟକୁ ଟଙ୍କା ହୋଇଯିବ କ୍ରେଡିଟ୍‌

କଣ ଆପଣଙ୍କୁ ଲୋନ୍‌ ଦରକାର ଏବଂ ଆପଣ ଚାରିଆଡେ କଥା ହୋଇ ଥକି ସାରିଲେଣି। କିନ୍ତୁ କେଉଁଠି ବି ଟଙ୍କା ଯୋଗାଡ ହୋଇପାରୁନି। ଯଦି ଏପରି, ତାହେଲେ ଆଜି ଆମେ ଆପଣଙ୍କୁ ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପ୍‌ ହ୍ଵାଟ୍ସଆପ୍‌ ଜରିଆରେ ଲୋନ୍‌ ନେବାର ତରିକା ବତାଇବୁ। କିନ୍ତୁ ଏହାପୂର୍ବରୁ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଖାସ୍‌ କରି ହ୍ଵାଟସଆପ୍‌ ବିଜନେସ୍‌ ୟୁଜର୍ସଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ଏହି ଫିଚର ଅନୁଯାୟୀ ହ୍ଵାଟ୍ସଆପ୍‌ ବିଜନେସ୍‌ ପ୍ଲାଟଫର୍ମ ୟୁଜର୍ସ ମାତ୍ର ୩୦ ସେକେଣ୍ଡରେ ହିଁ ଲୋନ୍‌ ପାଇପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହ୍ଵାଟ୍ସଆପରୁ ଲୋନ୍‌ ନେବା ପାଇଁ ଆପଣଙ୍କୁ କୌଣସି ବି ଡକ୍ୟୁମେଣ୍ଟର ଆବଶ୍ୟକତା ପଡିବନି। ସେହିପରି ଆପଣଙ୍କୁ କୌଣସି ବି ଆପ୍ଲିକେସନ ଫର୍ମ ଭରିବାକୁ ବି ହେବନି। ଏହାବ୍ୟତୀତ ଆପଣଙ୍କୁ କୌଣସି ବି ଆପ୍‌ ଡାଉନଲୋଡ୍‌ କରିବାକୁ ବି ପଡିବନି।

କେମିତି ନେବେ ହ୍ଵାଟ୍ସଆପରୁ ଲୋନ୍‌

ଇନଷ୍ଟାଣ୍ଟ ଲୋନ୍‌ ପାଇଁ ୟୁଜର୍ସଙ୍କୁ ସର୍ବପ୍ରଥମେ ନମ୍ବରକୁ ନିଜ ଫୋନରେ ସେଭ୍‌ କରିବାକୁ ହେବ। ଏହାପରେ ହ୍ଵାଟ୍ସଆପ୍‌ ଚାଟ୍‌ ବକ୍ସକୁ ଯାଇ +91 80975 53191 ନମ୍ବରରେ ହାଏ ଟାଇପ୍‌ କରି ପଠାଇବାକୁ ହେବ। ଏହି ମେସେଜକୁ ପଠାଇବା ପରେ ହ୍ଵାଟ୍ସଆପ୍‌ ବିଜନେସ୍‌ ୟୁଜର୍ସଙ୍କୁ ପ୍ରି-ଆପୃଭଡ ଲୋନ୍‌ ମିଳିବ।

ଏହା ଏକ ଇଣ୍ଡଷ୍ଟ୍ରୀ ଲିଡିଙ୍ଗ୍‌ ଫାଷ୍ଟ କ୍ରେଡିଟ ଲାଇନ୍‌ ସୁବିଧା ଯାହା ଏଆଇ ପାଓ୍ଵାର୍ଡ। ଏହି ସର୍ଭିସକୁ ଆପଣ ୨୪/୭ ବା କୌଣସି ମୂହୁର୍ତ୍ତରେ ନେଇପାରିବେ। ଏହା ଏକ କଣ୍ଟାକ୍ଟଲେସ ମୋଡ ଯେଉଁଠାରୁ ତୁରନ୍ତ ଲୋନ୍‌ ନିଆଯାଇପାରିବ। ଯଦିଓ କେବଳ ସାଲାରୀ ପାଉଥିବା ଗ୍ରାହକ ହିଁ ଏହି ସର୍ଭିସର ଲାଭ ଉଠାଇପାରିବେ।

ଏହି ଫିଚର ମୁତାବକ ଏଆଇ-ପାଓ୍ଵର୍ଡ ମୋଡ ଜରିଆରେ କେଓ୍ଵାସୀ ଚେକ ଏବଂ ଭେରିଫିକେସନ ପ୍ରୋସେସ୍‌ ପୂରା କରାଯିବ। ଏହାପରେ ଆପଣଙ୍କ କ୍ରେଡିଟ ଲାଇନ୍‌ ଧାର୍ଯ୍ୟ କରାଯିବ। ଏହାର ଅର୍ଥ ଯେ ଆପଣଙ୍କୁ ମ୍ୟାକ୍ସିମମ୍‌ କେତେ ଲୋନ୍‌ ଦିଆଯିବ ଏହାର ସୂଚନା ଆପଣଙ୍କୁ ଦେଇଦିଆଯିବ। ତାପରେ ଆପଣଙ୍କୁ ଲୋନ୍‌ କ୍ରେଡିଟ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.