ଅନ୍ତର୍ଜାତୀୟ ଯୋଗ ଦିବସରେ ମୋଦି ଲଞ୍ଚ୍‌ କଲେ M-Yoga ଆପ୍‌, ଜାଣନ୍ତୁ ଏହାର ବିଶେଷତ୍ୱ

ଆଜି ଜୁନ୍‌ ୨୧ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି M-Yoga ଆପ୍‌ ଲଞ୍ଚ୍‌ କରିଛନ୍ତି। ଏହି ଆପ୍‌ରେ ଆପଣଙ୍କୁ ଯୋଗ ପ୍ରଶିକ୍ଷଣ ସହ ଜଡ଼ିତ ଅନେକ ଭିଡିଓ ମିଳିବ। ସବୁଠୁ ଭଲ କଥା ହେଉଛି, ଏହି ଭିଡିଓ ଦୁନିଆର ଭିନ୍ନ ଭିନ୍ନ ଭାଷାରେ ମଧ୍ୟ ଉପଲବ୍ଧ ହେବ। ଫଳରେ ଲୋକମାନେ ଯୋଗ ଶିଖିପାରିବେ ଓ ନିଜେ ବି କରିପାରିବେ।

ଏହି ଆପ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଳିତ ଭାବେ ଭାରତ ତିଆରି କରିଛି। ଏହି ଆପ୍‌କୁ ଲଞ୍ଚ୍‌ କରିବା ଅବସରରେ ମୋଦି କହିଛନ୍ତି, ଏହା ଆଧୁନିକ ଜ୍ଞାନ କୌଶଳ ଓ ପ୍ରାଚୀନ ବିଜ୍ଞାନର ଫ୍ୟୁଜନର ଏକ ସୁନ୍ଦର ଉଦାହରଣ। ଏହା ପୂରା ବିଶ୍ୱ ପାଇଁ ଉପଯୋଗୀ ପ୍ରମାଣିତ ହେବ। ଏଥିସହ ମୋଦି କହିଛନ୍ତି, ଏହି ଆପ୍‌ ମାଧ୍ୟମରେ ଆମର ‘One World, One Health’ ଉଦ୍ଦେଶ୍ୟ ପୂରଣ ହେବ।

M-Yoga ଆପ୍‌କୁ ୧୨ରୁ ୬୫ ବର୍ଷ ବୟସର ଲୋକମାନେ ବ୍ୟବହାର କରିପାରିବେ। ଶରୀରକୁ ଫିଟ୍‌ ରଖିବା ପାଇଁ ଆବଶ୍ୟକ ସବୁ ପ୍ରକାରର ଯୋଗ ଏହି ଆପ୍‌ରେ ଉପଲବ୍ଧ ଅଛି। ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଯୋଗ ଆଶାର ଏକ କିରଣ ବୋଲି ମୋଦି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.