ଟେକ୍

ସହଜ ଓ ସୁଗମ ହେବ ଇଣ୍ଟରନେଟ ସେବା, Wi-Fiର କାମ କରିବ LED ବଲ

ଭାରତରେ ଇଣ୍ଟରନେଟର ବ୍ୟବହାର ବହୁଳ ଭାବେ କରାଯାଉଛି । 4G ଇଣ୍ଟରନେଟ ସୁବିଧା ପରେ 5G ଇଣ୍ଟରେନେଟ ସୁବିଧା ଉପଲବ୍ଧ ହୋଇଛି । ଇଣ୍ଟରନେଟ ସ୍ପିଡ ବହୁତ ଅଧିକ ଥିଲେ ମଧ୍ୟ ଲୋକଙ୍କୁ ଆହୁରି ଅଧିକ ସ୍ପିଡ ଇଣ୍ଟରନେଟର ଆବଶ୍ୟକତା ରହିଛି । ଲୋକେ ଇଣ୍ଟରନେଟ ମାଧ୍ୟମରେ ସବୁ କିଛି କରିପାରନ୍ତି । ଇଣ୍ଟରନେଟ ବିନା ଗୋଟିଏ ଦିନ ବିତାଇବା ଲୋକଙ୍କ ପାଇଁ କଷ୍ଟକର । ସକାଳୁ ଉଠିବାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକମାନେ ନିଜ ସ୍ମାର୍ଟଫୋନରେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ତେବେ ଭାରତରେ ସାଧାରଣତଃ ଲୋକମାନେ ସ୍ମାର୍ଟଫୋନରେ ସିମ କାର୍ଡ଼ ଦ୍ୱାରା ଇଣ୍ଟରନେଟ ବ୍ୟବହାର କରିଥାନ୍ତି । ଅନ୍ୟପଟେ ସୁପରଫାଷ୍ଟ ଇଣ୍ଟରନେଟ ପାଇଁ ଲୋକମାନେ Wi-Fiର ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ବର୍ତ୍ତମାନ LED ବଲବ୍‌ ରୁ ମଧ୍ୟ ଇଣ୍ଟରନେଟ ସେବା ପାଇ ପାରିବେ । କଥା ଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । LED ବଲବ୍‌ ରୁ ଆପଣ ବର୍ତ୍ତମାନ ହାଇସ୍ପିଡ ଇଣ୍ଟରନେଟ ସୁବିଧା ପାଇ ପାରିବେ ।

ବର୍ତ୍ତମାନ ଟେକ୍ନୋଲୋଜିରେ ବିଭିନ୍ନ ପରିବର୍ତ୍ତନ କରାଯାଉଛି ଏବଂ ଏହି ଟେକ୍ନୋଲୋଜି ସାହାଯ୍ୟରେ ଏପରି ଏକ LED ବଲବ୍‌ ପ୍ରସ୍ତୁତ କରାଯାଉଛି, ଯାହା ଆପଣଙ୍କୁ ସ୍ପିଡ୍‌ ଇଣ୍ଟରନେଟ ଦେବ । ତେବେ ଏହି ଟେକନିକକୁ Li-Fi କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏହି Li-Fi ଟେକ୍ନୋଲୋଜି କଣ ଏବଂ ଏହା କିପରି କାମ କରେ ।

ଆପଣଙ୍କୁ କହି ରଖିବାକୁ ଚାହିଁବୁ Li-Fi ଟେକ୍ନୋଲୋଜି ପ୍ରକୃତରେ ଏକ ଲାଇଟ କମ୍ୟୁନିକେସନ ସିଷ୍ଟମ । ଏହାର ସମ୍ପୂର୍ଣ୍ଣ ନାମ ହେଉଛି Light Fidelity । ଏହି ଟେକ୍ନୋଲୋଜିରେ, ଡାଟା ପଠାଇବା ଏବଂ ରିସିଭ କରିବା ପାଇଁ LED ବଲବ୍‌ ଗୁଡ଼ିକର ଲାଇଟ ସ୍ପେକ୍‌ଟ୍ରମର ବ୍ୟବହାର କରାଯାଇଥାଏ । ଏଥିରେ ଡାଟା ସିଗନାଲକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏଲଇଡି ବଲବ୍‌ ମାଧ୍ୟମରେ ପଠାଯାଏ । ଲ୍ୟାମ୍ପ ଡ୍ରାଇଭର ଡାଟା ସିଗନାଲକୁ ଟ୍ରାନ୍ସମିଟ କରିଥାଏ ଏବଂ ଫଟୋ ଡିଟେକ୍ଟର ସିଗନାଲ୍‌ ଗ୍ରହଣ କରେ । ଏହି ଟେକ୍ନୋଲୋଜି ମାଧ୍ୟମରେ କିଛି କିଲୋମିଟର ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇ ପାରିବ ।

ତେବେ ଏହି LED ବଲବରୁ କଣ ଲାଭ ମିଳିବ ଆସନ୍ତୁ ଜାଣିବା । Li-Fi ଟେକ୍ନୋଲୋଜିରେ ବ୍ରଡବ୍ୟାଣ୍ଡ, ୱାଇଫାଇ, ଫାଇବର ଅପ୍ଟିକାଲ କେବଲ ଭଳି ଜିନିଷର ଆବଶ୍ୟକତା ନାହିଁ । ଲାଇଟ କମ୍ୟୁନିକେସନ ସିଷ୍ଟମ ଦ୍ୱାରା , ଏହି ଟେକ୍ନୋଲୋଜି ଦ୍ୱାରା ଡାଟା ଆଲୋକ ବେଗରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିଥାଏ । ଏହା ଇଣ୍ଟରନେଟ୍ ଗତିକୁ ସ୍ପିଡ କରିଥାଏ । ଏହି ଟେକନିକରେ ଆଲୋକ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସିଗନାଲ୍ ପହଞ୍ଚିଥାଏ ।

ତେବେ ଆଲୋକ ଆପଣଙ୍କ ଘରର କାନ୍ଥ ବାହାରକୁ ଯାଇ ପାରେ ନାହିଁ, ତେଣୁ ଆପଣଙ୍କ ଘର ବାହାରେ ଥିବା କୌଣସି ବ୍ୟକ୍ତି ଆପଣଙ୍କ ଇଣ୍ଟରନେଟ୍ ନେଟୱାର୍କକୁ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ । ସବୁଠାରୁ ବଡ କଥା ହେଉଛି ଅନ୍ୟ ଓ୍ଵାୟରଲେସ କମ୍ୟୁନିକେସନ ଭଳି ଏଥିରେ କୌଣସି ରେଡିଏସନ ବାହାରି ନଥାଏ । ଏହି ଟେକ୍ନୋଲୋଜି ମାଧ୍ୟମରେ ଖର୍ଚ୍ଚ କମ ହେବ, ଏହା ସହିତ ଗ୍ରାମାଞ୍ଚଳରେ ମଧ୍ୟ ସୁପରଫାଷ୍ଟ ଇଣ୍ଟରନେଟ ସୁବିଧା ପହଞ୍ଚିବା ଅତି ସହଜ ହେବ ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

7 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

10 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

14 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

26 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

43 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago