ମାତ୍ର ୯୯୯ ଟଙ୍କାରେ ପାଇପାରିବେ ଫାଷ୍ଟ ଚାରଜିଙ୍ଗର ସୁବିଧା, ଦେଖନ୍ତୁ ଆଉ କଣ ଫିଚର୍ସ

ଇନୋଭେଟିଭ ତଥା ପୋର୍ଟେବଲ ଡ଼ିଜିଟାଲ ଉତ୍ପାଦ ନିର୍ମାଣ କରୁଥିବା ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଇନବେସ ଭାରତରେ ନିଜ ନୂଆ ପ୍ରଡକ୍ଟ Ether ଚାର୍ଜର ଲଂଚ କରିଛି । କମ୍ପାନୀ ତରଫରୁ ଏହି ଚାର୍ଜର ନାଁ “ସର୍ଜରୀ ଅଫ ଫାଷ୍ଟ ଚାର୍ଜର” ରଖାଯାଇଛି । ଦୁଇଟି ସିରିଜରେ ଏହାକୁ ଲଂଚ କରାଯାଇଥିବା ବେଳେ ଏହାର ନାଁ Ether 144 ଓ Ether 244 ରଖାଯାଇଛି । କହିରଖୁଛୁକି, Ether 144 ହେଉଛି ଏକ 20W ପାୱାର ଡେଲିଭରି ଟାଇପ ସି ପୋର୍ଟ ଫାଷ୍ଟ ଚାର୍ଜର । ଯାହାକି ଅନ୍ୟ ପାରମ୍ପରିକ ଚାର୍ଜର ତୁଳନାରେ ୪ ଗୁଣା ସ୍ପୀଡରେ ଚାର୍ଜ କରିପାରିବାର କ୍ଷମତା ରଖିଛି । ଆଉ ମଧ୍ୟ ଉଭୟ ଆଣ୍ଡ୍ରଏଡ଼ ଓ ଆଇଫୋନ ଉଭୟକୁ ଏହା ଚାର୍ଜ କରିଥାଏ ।

ଅନ୍ୟ ପକ୍ଷରେ, Ether 244 18W ହେଉଛି ଏକ ଡେଲିଭରି ଫାଷ୍ଟ ଚାର୍ଜର । ଯାହାକି ଉଭୟ ଆଣ୍ଡ୍ରଏଡ଼ ଓ ଆଇଫୋନକୁ ସହଜରେ ଚାର୍ଜ କରିପାରିବା ନେଇ କମ୍ପାନୀ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହି ଦୁଇ ଚାର୍ଜର ଓଭରହିଟିଂଗ, ଓଭର ଚାରଜିଙ୍ଗ ଓ ସର୍ଟ ସର୍କିଟକୁ ପ୍ରତିରୋଧ କରିପାରିବ । ଫୋନ ବ୍ୟତୀତ ଟ୍ୟାବଲେଟ, ପାୱାରବ୍ୟାଙ୍କ, ସ୍ପିକର ସମେତ ହେଡ଼ଫୋନ ଚାରଜିଙ୍ଗରେ ବି ଏହା ଉପଯୋଗୀ ହୋଇପାରିବ ।

Ether 144 ସ୍ପେସିଫିକେସନ:

– 20W ପାୱାର ଡେଲିଭରି

– ଟାଇପ ସି ପୋର୍ଟ

– 4 ଟାଇମ୍ସ ଫାଷ୍ଟର ରେଟ ଚାରଜିଙ୍ଗ

– ଇନ ବିଲଟ ସ୍ମାର୍ଟ ଚିପରେ ପ୍ରସ୍ତୁତ

Ether 244 ସ୍ପେସିଫିକେସନ:

– 18W ଫାଷ୍ଟ ଚାର୍ଜର ଓ ପାୱାର ଡେଲିଭରି

– ଟାଇପ ସି ପୋର୍ଟ ଓ ୟୁଏସବି ପୋର୍ଟ

– କ୍ୱିକ ଚାର୍ଜର 3.0

– କମ୍ପାକ୍ଟ ବିଲଡ଼

ଏହି ଦୁଇ ଚାର୍ଜର ଯଥାକ୍ରମେ ୧୨୯୯ ଟଙ୍କା ଓ ୯୯୯ ଟଙ୍କା ମୂଲ୍ୟରେ ବଜାରରେ ହ୍ୱାଇଟ କଲରରେ ବଜାରର ରିଟେଲ ସପରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.