ଆଇଫୋନ୍ ଲର୍ଭସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଆସିଲା ନୂଆ ଅପଡେଟ୍

ଯଦି ଆପଣଙ୍କର ଏକ ଆଇଫୋନ୍ ଅଛି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଆଇଫୋନ୍ ୟୁଜର୍ସମାନେ ସର୍ବଦା ନୂଆ iOS ଅପଡେଟ୍ ପାଇଁ ଅପେକ୍ଷା କରନ୍ତି । କମ୍ପାନୀ ନିଜର ପ୍ରତ୍ୟେକ ଅପଡେଟରେ ଆଇଫୋନ୍ ୟୁଜର୍ସଙ୍କୁ କିଛି ନା କିଛି ନୂଆ ଫିଚର୍ସ ପ୍ରଦାନ କରିଥାଏ । ଏହି ସ୍ଥିତିରେ ଆଇଫୋନ ୟୁଜର୍ସମାନେ ଦୀର୍ଘ ସମୟ ଧରି iOS ୧୮.୨ ର ଅପଡେଟକୁ ଅପେକ୍ଷା କରିଥିଲେ, ଯାହା ବର୍ତ୍ତମାନ ଶେଷ ହୋଇଛି । Apple iOS ୧୮.୨ ର ଅପଡେଟକୁ ରିଲିଜ୍ କରିଛି।

Apple ନିଜର ଲାଟେଷ୍ଟ iOS ଅପଡେଟରେ Apple Intelligence ଫିଚରକୁ ଏକ୍ସପାଣ୍ଡ କରିଛି । ଏହି ଅପଡେଟ୍ ସହିତ ଆଇଫୋନ ୟୁଜର୍ସମାନେ ବର୍ତ୍ତମାନ Image Playground, Genmoji ଏବଂ ChatGPT ଇଣ୍ଟିଗ୍ରେସନ୍ ଭଳି ଫିଚର୍ସର ସପୋର୍ଟ ପାଆନ୍ତି । କେବଳ ଏତିକି ନୁହେଁ, ଏହି ଅପଡେଟରେ Apple iPhone 16 ୟୁଜର୍ସଙ୍କୁ ମଧ୍ୟ ଏକ ବଡ଼ ଗିଫ୍ଟ ଦେଇଛି ।

iOS ୧୮.୨ ଅପଡେଟ୍ ସହିତ Apple iPhone 16 ସିରିଜ୍ ପାଇଁ ଏକ ନୂଆ Visual Lookup ଫିଚର ଉପସ୍ଥାପନ କରିଛି । ଲାଟେଷ୍ଟ iOS ଅପଡେଟ୍ ସମସ୍ତ ଆଇଫୋନରେ ରୋଲଆଉଟ୍ କରାଯାଇଛି, ଯାହା iOS 18 କୁ ସପୋର୍ଟ କରିଥାଏ । ଆପଣଙ୍କୁ କହିବୁ ଯେ ଏଥିରେ ଥିବା AI ଫିଚର୍ସ କେବଳ iPhone 16, iPhone 15 Pro ଏବଂ iPhone 15 pro Max ରେ ଦିଆଯିବ । ଏହାର କାରଣ ହେଉଛି କେବଳ ଏହି ଡିଭାଇସଗୁଡିକ Apple Intelligence କୁ ସପୋର୍ଟ କରିଥାଏ ।
ଆପଣଙ୍କୁ କହିବୁ ଯେ iOS ୧୮.୨ରେ ୟାଇଫୋନ ୟୁଜର୍ସଙ୍କୁ କେଉଁ ନୂଆ ଫିଚର୍ସ ମିଳିବ ।

Image Playground :
ଏହା ଏକ stand-alone ଆପ୍ ଫିଚର ଯାହା ଜେନେରେଟିଭ୍ AI ସାହାଯ୍ୟରେ ଟେକ୍ସଟ୍ ଫର୍ମାଟରେ ଥିବା ପ୍ରାମ୍ପ୍ଟ ଉପରେ ଆଧାର କରି ଆନିମେସନ୍ ଏବଂ ଇଲୁଷ୍ଟ୍ରସନ୍ ଭଳି ଷ୍ଟାଇଲରେ ଇମୋଜି ତିଆରି କରିବାକୁ ସୁବିଧା ଦେଇଥାଏ । ଏଥିରେ Genmoji ଫିଚର ମାଧ୍ୟମରେ କଷ୍ଟମ୍ ଇମୋଜି ତିଆରି କରିବାରେ ମଧ୍ୟ ଏହାର ସୁବିଧା ଅଛି ।

Image Wand :

ଏହି ଫିଚର ବହୁତ ଉପଯୋଗୀ ହୋଇପାରେ । ଯଦି ଆପଣ ନୋଟ୍ସରେ ଏକ ରଫ୍ ସ୍କେଚ୍ ତିଆରି କରନ୍ତି, ତେବେ ଏହି ଫିଚର ଏହାକୁ ଏକ ଇମେଜରେ କ୍ରିଏଟ୍ କରିପାରିବେ । କେବଳ ଏତିକି ନୁହେଁ ଏହା ହସ୍ତଲିଖନ କିମ୍ବା ଟାଇପ୍ ହୋିଥିବା ଟେକ୍ସଟକୁ ଇମେଜରେ ଚେଞ୍ଜ କରିପାରିବ ।

Writing Tools Expansion :

iOS ୧୮.୨ ରେ ଥିବା ନୂଆ “Describe Your Change” ଆଇଫୋନ୍ ୟୁଜର୍ସଙ୍କୁ ସେମାନେ ଟାଇପ୍ କରୁଥିବା ଟେକ୍ସଟରେ ଉନ୍ନତି ଆଣିଥାଏ । ଟେକ୍ସଟକୁ ଅଧିକ ଡାଇନାମିକ୍ କରିବରାର କିମ୍ବା ଏହାକୁ କବିତାର ଫର୍ମାଟରେ ଲେଖିବାରେ ସାହାଯ୍ୟ କରିଥାଏ ।

Visual Intelligence :

ଲାଟେଷ୍ଟ ଅପଡେଟରେ ଥିବା ଏହି ଫିଚର କ୍ୟାମେରା କଣ୍ଟ୍ରୋଲ୍ ମାଧ୍ୟମରେ ଫ୍ରେମରେ ଦେଖାଯାଉଥିବା ଜିନିଷ କିମ୍ବା ସ୍ଥାନ ବିଷୟରେ ଡିଟେଲ୍ସ ଦୂଚନା ଦେବାର ସାହାଯ୍ୟ କରେ । ଏହା ବ୍ୟତୀତ ଏହି ଫିଚର ଟେକ୍ସଟକୁ ଅନୁବାଦ କରିବାରେ ଫୋନ୍ ନମ୍ବର କିମ୍ବା ଇମେଲର କଣ୍ଟାକ୍ଟ ଲିଷ୍ଟରେ ଯୋଡିବାରେ କିମ୍ବା ଗୁଗୁଲରେ କୈଣସି ପ୍ରକାରର ସୂଚନା ପାଇବାରେ ମଧ୍ୟ ସାଯାହ୍ୟ କରେ ।

ChatGPT ଇଣ୍ଟିଗ୍ରେସନ୍ :
iOS ୧୮.୨ ସହିତ ଆପଲ୍ ପୂର୍ବ ଅପେକ୍ଷା ସିରିକୁ ଅଧିକ ଆଡଭାନ୍ସ ଏବଂ ଫିଚର ରିଚ୍ କରିପାରିଛି । ଲାଟେଷ୍ଟ ଅପଡେଟ୍ ପରେ ବର୍ତ୍ତମାନ Siri, OpenAI ର ChatGPT ବ୍ୟବହାର କରି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇପାରେ । କେବଳ ଏତିକି ନୁହେଁ ଏହାର ସାହାଯ୍ୟରେ ବର୍ତ୍ତମାନ ୟୁଜର୍ସମାନେ କୌଣସି ଡକ୍ୟୁମେଣ୍ଟ କିମ୍ବା କୌଣସି ଫଟୋକୁ ସହଜରେ ବୁଝି ପାରିବେ ।