ଲଞ୍ଚ ହେଲା iPad Mini, ଆପଲ୍ ଇଣ୍ଟେଲିଜେନ୍ସର ମିଳିବ ମଜା

ଆପଲ୍ ଇଣ୍ଟେଲିଜେନ୍ସ ସପୋର୍ଟ ସହିତ ଆପଲ୍ ନୂଆ iPad Mini ଲଞ୍ଚ କରିଛି । ଏହା ହେଉଛି ସେଭେନ୍ ଜେନେରେସେନର ଆଇପ୍ୟାଡ୍ ମଡେଲ୍, ଯାହା A17 Pro ଚିପସେଟର ସପୋର୍ଟରେ ଲଞ୍ଚ ହୋଇଛି । ଖାସ୍ କଥା ହେଉଛି ଆପଲ୍ ପେନ୍ସିଲ୍ ପ୍ରୋ ଦ୍ବାରା ଏହି ନୂଆ iPad Miniରେ କାମ କରାଯାଇପାରିବ । ତିନି ବର୍ଷ ପରେ ଆପଲ୍ ଏହି ମଡେଲକୁ ଅପଡେଟ୍ କରିଛି । ଏହି ଆଇପ୍ୟାଡରେ ଆପଲ୍ ଇଣ୍ଟେଲିଜେନ୍ସର ସୁବିଧା ରହିବ, ଯାହା ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମଡେଲ୍ ।

ଯଦି ଆମେ ପ୍ରଥମ ଥର ପାଇଁ ଆଇପ୍ୟାଡ୍ ମିନିର ଫିଚର ବିଷୟରେ କଥା ହେବା, ତେବେ ଏଥିରେ ଖାସ ହେଉଛି ଆପଲ୍ ଇଣ୍ଟେଲିଜେନ୍ସ । ନିକଟରେ ଲଞ୍ଚ ହୋଇଥିବା ଆଇଫୋନ୍ 16 ସିରିଜରେ ଆପଲ୍ ଇଣ୍ଟେଲିଜେନ୍ସର ସୁବିଧା ଉପଲବ୍ଧ ଥିଲା । ଏହି ନୂଆ iPad Mini ଆପଲ୍ ପେନ୍ସିଲ୍ ପ୍ରୋକୁ ସପୋର୍ଟ କରେ । ଏହି ଆଇପ୍ୟାଡରେ ୧୨୮ ଜିବି ବେସ୍ ଷ୍ଟୋରେଜ୍ ରହିଥିବା ବେଳେ ପୁରୁଣା iPad Mini ମଡେଲରେ ୬୪ ଜିବି ଥିଲା ।

ସ୍ପେସିଫିକେସନ:

iPad Mini 7 ଆପଲ୍ A17 Pro ଚିପସେଟକୁ ସପୋର୍ଟ କରେ । ଏହା ହେଉଛି ସମାନ ଚିପସେଟ ଯାହା ଗତ ବର୍ଷର ଆପଲ୍ ଫ୍ଲାଗସିପ୍ ଆଇଫୋନ୍ 15 ପ୍ରୋରେ ମିଳିଥିଲା ​​। iPad Mini ରେ ଚାଲୁଥିବା iPadOS 18 ସମସ୍ତ ଆପଲ୍ ଇଣ୍ଟେଲିଜେନ୍ସ ଫିଚରକୁ ସପୋର୍ଟ କରେ ।

ଏହା ବ୍ୟତୀତ ଏହି ଆଇପ୍ୟାଡରେ ନୂଆ ରାଇଟିଂ ଟୁଲ୍ସ ଏବଂ ନୂଆ Siri ସପୋର୍ଟ ପରି ଫିଚର ଦିଆଯାଇଛି । ଏହା ବ୍ୟତୀତ ଏହା ପୂରା ଦିନର ବ୍ୟାଟେରୀ ବ୍ୟାକଅପ୍ ମଧ୍ୟ ଦେଇଥାଏ । ଡିସପ୍ଲେ ବିଷୟରେ କହିବାକୁ ଗଲେ ଏଥିରେ ୮.୩ ଇଞ୍ଚର ଡିସପ୍ଲେ ଅଛି । ଆପଲର ଏହି ନୂଆ ଆଇପ୍ୟାଡ୍ ୱାଇ-ଫାଇ 6E କୁ ସପୋର୍ଟ କରେ ।

ଆଇପ୍ୟାଡ୍ ମିନିର କ୍ୟାମେରା କ୍ବାଲିଟି :

କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୧୨MPର ରିୟର କ୍ୟାମେରା ସାମିଲ ହୋଇଛି । ଫ୍ରଣ୍ଟରେ ୧୨MP କ୍ୟାମେରା ଦିଆଯାଇଛି । ଏହା ବ୍ୟତୀତ ସ୍ମାର୍ଟ ଡକ୍ୟୁମେଣ୍ଟ୍ ସ୍କାନିଂ ପାଇଁ SmartHDR 4 ପାଇଁ ଏହାର ସପୋର୍ଟ ରହିବ ।

ନୂଆ iPad Miniର ଦାମ:

ତିନୋଟି ଷ୍ଟୋରରେ ଆପଲ୍ iPad Mini ଲଞ୍ଚ ହୋଇଛି । ଏଥିରେ ୧୨୮GB, ୨୫୬GB ଏବଂ ୫୧୨ GB ଅଛି । ୧୨୮ ଜିବି ଭାରିଆଣ୍ଟର ଦାମ୍ ୪୯,୯୦୦ ଟଙ୍କା, ୨୫୬ ଜିବି ଭାରିଆଣ୍ଟର ଦାମ୍ ୫୯,୯୦୦ ଟଙ୍କା ଏବଂ ୫୧୨ ଜିବି ଭାରିଆଣ୍ଟର ଦାମ୍ ୭୯,୯୦୦ ଟଙ୍କା ରଖାଯାଇଛି ।

ନୂଆ iPad Miniରେ ଚାରୋଟି କଲର ଅପ୍ସନ ଅଛି – ବ୍ଳୁ, ଭାୟୋଲେଟ୍, ଷ୍ଟାର ଲାଇଟ୍ ଏବଂ ସ୍ପେସ୍ ଗ୍ରେ । ଏହି iPad Mini ଅକ୍ଟୋବର ୨୩ ରୁ ଆପଲ୍ ର ଅଫିସିଆଲ୍ ୱେବସାଇଟ୍ ଏବଂ ଆପଲ୍ ବି.କେ.ସି ଏବଂ ଆପଲ୍ ସାକେଟ୍ ଷ୍ଟୋର୍‌ ସହିତ ରିଟେଲ ଷ୍ଟୋର୍‌ରୁ କିଣା ଯାଇପାରିବ ।