Apple iStore Indiaର ବେଷ୍ଟ ଅଫର, ଶସ୍ତାରେ ବିକ୍ରି ହେଉଛି iPhone 12

ଏବେ ଗ୍ରାହକଙ୍କୁ ଖୁସି କଲା ଭଳି ଅଫର ନେଇ ଆସିଛି ଆପଲ୍‌ କମ୍ପାନୀ। ଯଦି ଆପଣ ଜଣେ ଆଇଫୋନ ଲଭର ତେବେ ଏ ଖବର ଆପଣଙ୍କୁ ନିହାତି ଖୁସି କରିଦେବ। ସାଧାରଣ ଭାବେ ଆଣ୍ଡ୍ରଏଡ ଠାରୁ ଆପଲ ମଡେଲକୁ ବେଶି ଦାମିକିଆ ଭାବେ ଜଣାଯାଏ।ଅଧିକ ଦାମ ପାଇଁ କମ୍ପାନୀ ବେଶ ଜଣାଶୁଣା ମଧ୍ୟ। ଇଚ୍ଛା ଥିଲେ ବି ଏହାକୁ କିଣିବା ପାଇଁ ଗ୍ରାହକଙ୍କୁ ଅନେକ ଥର ଭାବିବାକୁ ପଡେ।

ଏବେ କିନ୍ତୁ କମ୍ପାନୀ ଗ୍ରାହକଙ୍କୁ ଖୁସି କଲା ଭଳି ଅଫର ନେଇ ଆସିଛି। ଖୁବ କମ ଦାମରେ ଆପଲ ଆଇଫୋନ ୧୨ ମଡେଲରେ କମ୍ପାନୀ ଭାରି ଛାଡ ଦେଇଛ ି। ଯଦି ଆପଣ ବି ଜଣେ ଆଇଫୋନ ଲଭର ତେବେ ଶୀଘ୍ର ଏହି ସୁଯୋଗର ଫାଇଦା ଉଠାନ୍ତୁ। ଦେଶର ଆପଲ୍‌ ଡିଭାଇସ୍‌ ଅଫିସିଆଲ ରିସେଲର Apple iStore India ଏକ ଖାସ ଅଫର ନେଇ ଆସିଛି। ଯେଉଁଥିରେ ଗ୍ରାହକଙ୍କୁ Apple iPhone 12 ଶସ୍ତା ଦାମରେ ମିଳିବ। ଅନଲାଇନ ଷ୍ଟୋରରେ ଏହା ୬୫,୯୦୦ ଟଙ୍କାରେ ବିକାଯାଉଥିବା ବେଳେ ରିସେଲର ଷ୍ଟୋରରେ ଏହା ମାତ୍ର ୩୮,୯୯୦ ଟଙ୍କାରେ ବିକାଯାଉଛି। iStore ରେ ବିନା ଛାଡରେ କ୍ୟାସବ୍ୟାକ ଅଫରରେ ୬୧,୯୦୦ ଟଙ୍କାରେ ବିକା ହେଉଛି , ମାନେ ଏଥିରେ ପ୍ଲାଟଫର୍ମ ୫୦୦୦ ଟଙ୍କାର ଛାଡ ଦେଉଛି।

ଏହାବଦଳରେ ଯଦି ଆପଣ HDFC Bank ସାହାଯ୍ୟରେ ଡେବିଟ ବର କ୍ରେଡିଟ କାର୍ଡରେ କିଣୁଛନ୍ତି ତେବେ ୪ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଅଫର ମିଳିବ। ବ୍ୟାଙ୍କ କ୍ୟାସବ୍ୟାକ ଏବଂ ଷ୍ଟୋର ଡିସକାଉଣ୍ଟ ସହିତ ଗ୍ରାହକ ଏହି ଫୋନକୁ ମାତ୍ର ୫୬,୯୦୦ ଟଙ୍କାରେ କିଣିପାରିବେ। ଅତିରିକ୍ତ ଛାଡ ପାଇଁ Apple iStore india ର ଏକ୍ସଚେଞ୍ଜ ଅଫରର ଫାଇଦା ଉଠାଇପାରିବେ। ଅଫିସିଆଲ େଓ୍ଵବସାଇଟର କହିବା ଅନୁଯାୟୀ , ଗ୍ରାହକ ନିଜ ପୁରୁଣା ସ୍ମାର୍ଟଫୋନକୁ ପାର୍ଟନର େଓ୍ଵବସାଇଟ Cashify ଅବା Servi fy ରେ ଟ୍ରେଡ କରିପାରିବେ।

ଏକ୍ସଚେଞ୍ଜ ଅଫରରେ ଦିଆଯାଇଥିବା ସର୍ତ୍ତ ଅନୁଯାୟୀ , ଆପଣ ଯଦି ଭଲ ସ୍ଥିତିରେ Apple iPhone XR 64GBକୁ ଏକ୍ସଚେଞ୍ଜ କରୁଛନ୍ତି ତେବେ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ୍‌ ପାଇପାରିବେ। ଯଦି ଆପଣ ସାଇଟ ଛାଡ, କାର୍ଡ କ୍ୟାସବ୍ୟାକ ଏବଂ ଏକ୍ସଚେଞ୍ଜ ଛାଡ କୁ ମିଶାଉଛନ୍ତି ତେବେ ଗ୍ରାହକ ଆପଲ ର ଏହି ମଡେଲକୁ ୩୮,୯୯୦ ଟଙ୍କାରେ କିଣିପାରିବେ। ଏହା ଉପରେ ତାଙ୍କୁ ୨୭ ହଜାର ଟଙ୍କାର ଲାଭ ମିଳିବ।

ସୂଚନା ମୁତାବିକ ଏହି ଫୋନରେ A41 ବାୟୋନିକ ଚିପ, ସୁପର ରେଟିନା XDR ଡିସପ୍ଲେ ସହିତ ବଜାରକୁ ଆସିଛି। ଏଥିରେ ସିକ୍ୟୁର ଅଥେଣ୍ଟିକେସନ ପାଇଁ ଫେସ ଆଇଡି, ପୋଟ୍ରେଟ ମୋଡ ସହ 12mp ଟ୍ରୁ ଡେପ୍ଥ ଫ୍ରଣ୍ଟ କ୍ୟାମେରା, 4k ଭିଡ଼ିଓ ଏବଂ ସ୍ଲୋ ମୋସନ ଭିଡ଼ିଓ ସାମିଲ ରହିଛି। ଏହାବ୍ୟତିତ ଫ୍ଲାଗସିପ ସ୍ମାର୍ଟଫୋନ ପାଣି ଓ ଧୂଳିରୁ ମଧ୍ୟ ରକ୍ଷା କରିବ।

Leave A Reply

Your email address will not be published.