ଟେକ୍

ଆମାଜନରେ ୧୨ ହଜାର ଟଙ୍କା ଡିସକାଉଣ୍ଟରେ କିଣନ୍ତୁ  iPhone 12

ଯଦି ଆପଣ ଏକ ଶସ୍ତା ଆଇଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ପୁଣି ଥରେ ଏକ ସୁଯୋଗ ଆସିଛି । ଇ-କମର୍ସ ପ୍ଳାଟଫର୍ମ ଆମାଜନ ଏବେ ତାର ପ୍ରିୟ ୟୁଜର୍ସଙ୍କ ପାଇଁ ବଢ଼ିଆ ଅଫର ନେଇ ଆସିଛି। ଆମାଜନ ଏବେ iPhone 12 64 GB ଭାରିଏଣ୍ଟରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ରଖିଛି। ଯାହା କାରଣରୁ ଏହି ମଡେଲର ଦାମ ଶସ୍ତା ହୋଇଯାଇଛି। ତେଣୁ ଏହି ସୁଯୋଗକୁ ହାତ ଛଡ଼ା ନକରି ଶୀଘ୍ର କିଣି ଆଣନ୍ତୁ।

କେବଳ iPhone 13 ନୁହେଁ ବରଂ ଅନ୍ୟ ଆପଲ୍‌ ମଡେଲ ଉପରେ ଭାରି ଛାଡ଼ ରଖାଯାଇଛି। ସେଥିମଧ୍ୟରୁ iPhone 12 ହେଉଛି ଅନ୍ୟତମ। ଭାରତରେ ଏହି ମଡେଲ ଉପରେ ମଧ୍ୟ ବଡ଼ ଡିସକାଉଣ୍ଟ ରଖାଯାଇଛି। ଆମାଜନ ଏବେ iPhone 12 64GB ମଡେଲ ଉପରେ ୧୨ ହଜାର ଟଙ୍କାର ଫ୍ଲାଟ ଡିସକାଉଣ୍ଟ ଅଫର ରଖିଛି। ଯାହାଦ୍ୱାରା ଏହି ମଡେଲର ଦାମ ମାତ୍ର ୫୩, ୯୦୦ ଟଙ୍କାକୁ ଖସି ଆସିଛି।

ଜାଣି ରଖନ୍ତୁ ଯେ iPhone 13ର ବ୍ଲୁ ଓ ରେଡ କଲର ଅପସନରେ ମଧ୍ୟ ଏହି ସମାନ ଡିସକାଉଣ୍ଟ ଅଫର ଅଛି। ଏହାବ୍ୟତିତ iPhone 12 64GB ଷ୍ଟୋରେଜର ପର୍ପଲ ଓ ହ୍ଵାଇଟ କଲର ଅପସନରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫ୍ଲାଟ ଡିସକାଉଣ୍ଟ ଅଫର ରହିଛି। ତେବେ iPhone 12ର ଅଫିସିଆଲ ପ୍ରାଇଜ ୬୫,୯୦୦ ଟଙ୍କା ଥିବା ବେଳେ ଅଫର ଆଡ ହୋଇ ଦାମ ୫୩,୯୦୦ ଟଙ୍କା ହୋଇଛି।

ଅନ୍ୟପକ୍ଷରେ ଆମାଜନ iPhone 12 128 GB ଭାରିଏଣ୍ଟରେ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଇଛି। ଯାହାର ମୂଲ୍ୟ କମିଯାଇ ୫୯,୯୦୦ ଟଙ୍କା ରହିଛି। ବଜାରରେ ଏହାର ପ୍ରକୃତ ଦାମ ହେଉଛି ୭୦,୯୦୦ ଟଙ୍କା।

ଏହାସହ ଇ-କମର୍ସ ପ୍ଲାଟଫର୍ମ ଏକ୍ସଚେଞ୍ଜ ଅଫର ସହିତ ବ୍ୟାଙ୍କ ଅଫର ମଧ୍ୟ ରଖିଛି। ପ୍ରଥମରେ ଏକ୍ସଚେଞ୍ଜ ଅଫର ୧୧,୬୫୦ ଟଙ୍କା ଥିବା ବେଳେ ୨୦୦୦ ଟଙ୍କା ଡିସକାଉଣ୍ଟ ବ୍ୟାଙ୍କ ଅଫ ବରୋଦାର କ୍ରେଡିଟ କାର୍ଡ ପାଇଁ ରଖାଯାଇଛି। ତେବେ ଏକ୍ସଚେଞ୍ଜ ଅଫର ସମୟରେ ମୋବାଇଲର କଣ୍ଡିସନ ଭଲ ଥିବା ଜରୁରୀ। ମାକ୍ସିମମ ଏକ୍ସଚେଞ୍ଜ ଅଫର ଆପଣଙ୍କୁ iPhone 11 ଉପରେ ମିଳିବ।

ତେଣୁ ଯଦି ଆପଣ ଅନେକ ସମୟରୁ ଏହି ମଡେଲକୁ କିଣିବାକୁ ଚାହୁଁଥିଲେ ଆଉ ବେଶି ଡେରି ନକରି ଏହି ଅଫର ର ଫାଇଦା ଉଠାନ୍ତୁ। ମନେ ରଖନ୍ତୁ ଏହି ସବୁ ଅଫର ଆଇଫୋନ 12ର କେବଳ 64 GB, 128GB ଓ 256GB ଷ୍ଟୋରେଜରେ ରହିଛି।

ଏହାବ୍ୟତିତ ଆପଣ ଫ୍ଲିପକାର୍ଟରୁ ମଧ୍ୟ ଏହି ମଡେଲ ଉପରେ ୧୦,୯୧୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ। ତେବେ ଏହା କେବଳ 64GB ର ରେଡ କଲର ଭାରିଏଣ୍ଟରେ ଉପଲବ୍ଧ ରହିଛି। ଏହାସହ ଫ୍ଲିପକାର୍ଟ ୧୩ହଜାର ଟଙ୍କାର ଏକ୍ସଚେଞ୍ଜ ଅଫର ସହ ଏସବିଆଇ କ୍ରେଡିଟ କାର୍ଡରେ ୧୦% ଡିସକାଉଣ୍ଟ ଅଫର ରଖିଛି।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago