ଭାରତରେ ଲଞ୍ଚ ହେବ I-PHONE ୧୩; ଜାଣନ୍ତୁ କେତେ ରହିଛି ଦାମ

ଭାରତରେ ଆଇଫୋନ-୧୩ର ଲଞ୍ଚ ତାରିଖ ଘୋଷଣା କରାଯାଇଛି । ଗୁରୁବାର କରାଯାଇଥିବା ଘୋଷଣା ଅନୁଯାୟୀ ୧୩ ସିରିଜର ଆଇଫୋନ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ ଏହାର ବିକ୍ରି ଆରମ୍ଭ ହେବ । ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଚୀନ ଏବଂ ୟୁକେରେ ଏହି ଫୋନର ବିକ୍ରି ସେପ୍ଟେମ୍ବର ୨୪ରୁ ଆରମ୍ଭ କରାଯିବ । ଏହି ୬ଟି ଦେଶକୁ ଫାଷ୍ଟ ୱେଭ ମାର୍କେଟ ଭାବରେ ଚିହ୍ନଟ କରାଗଯାଇଛି ।

ଭାରତକୁ ସେକେଣ୍ଡ ୱେଭ ମାର୍କେଟ ଭାବରେ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ଅକ୍ଟୋବର ୧ରୁ ବିକ୍ରି ଆରମ୍ଭ ହେବ । ଏହି ଫୋନ ଲଞ୍ଚ ହେବା ସହି ଏକା ସାଙ୍ଗରେ ଆଇଫୋନ-୧୩, ଆଇଫୋନ-୧୩ ମିନି, ଆଇଫୋନ-୧୩ ପ୍ରୋ ଏବଂ ଆଇଫୋନ-୧୩ ପ୍ରୋ ମ୍ୟାକ୍ସ ଲଞ୍ଚ ହେବ । ଏହି ଫୋନର ମୂଲ୍ୟ ଆଇଫୋନ-୧୨ ସିରିଜର ମୂଲ୍ୟ ସହିତ ସମାନ ରହିବ । ଆଇଫୋନ-୧୩ ସିରିଜ ଫୋନର ସର୍ବନିମ୍ନ ମୂଲ୍ୟ ୭୯ ହଜାରରୁ ଆରମ୍ଭ ହେବ । ଏହା ସହିତ ଫୋନର ସର୍ବାଧିକ ମୂଲ୍ୟ ୧ ଲକ୍ଷ ୨୯ ହଜାର ଟଙ୍କା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.