Apple iPhone -13 ସିରିଜରେ ମିଳିବ ରିଭର୍ସ ଚାର୍ଜିଂ, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ଆପଲ ଚଳିତ ବର୍ଷ ଆଇଫୋନ୍-୧୩ ସିରିଜ୍ କୁ ଲଞ୍ଚ କରିପାରେ । କମ୍ପାନୀ ଏହାର ଉନ୍ନତମାନର ଫିଚର୍ସ ପ୍ରଦାନ କରିବାକୁ ଯାଉଛି । ନିକଟରେ ରିପୋର୍ଟ ଅନୁଯାୟୀ, ଆଇଫୋନ୍ ୧୩ ସିରିଜର ସ୍ମାର୍ଟଫୋନ ଗୁଡ଼ିକର ରିଭର୍ସ ଚାର୍ଜିଂ ଫିଚର୍ସ ଆସିବକୁ ଯାଉଛି । ଏହି ରିଭର୍ସ ଚାର୍ଜିଂ ସୁବିଧା ସାହାଯ୍ୟରେ ଗ୍ରାହକମାନେ ନିଜ ଆଇଫୋନ -୧୩ ରୁ ଅନ୍ୟ ଡିଭାଇସକୁ ମଧ୍ୟ ଚାର୍ଜ କରିପାରିବେ ।

MagSafe ଚାର୍ଜିଂ ଫାଇଲର ବ୍ୟବହାର ହୋଇପାରେ

9to5Mac କହିଛି, ସବୁ କିଛି ଆପଲ ପ୍ରୋ ଓ ମ୍ୟାକ୍ସ ୱେନବ୍ୟାଚ୍ ଏକ ଭିଡିଓରେ ଦେଖାଇଛି କି ସାମସଙ୍ଗର ଆଣ୍ଡ୍ରଏଡ ଡିଭାଇସ୍ ରେ ମିଳୁଥିବା ରିଭର୍ସ ଚାର୍ଜିଂ ଟେକନ୍ନୋଲୋଜିରେ ପରବର୍ତ୍ତୀ ଜେନେରେସନ ଆଇଫୋନରେ ଦେଖିବାକୁ ମିଳିବ । ତେବେ ଏହି ଫିଚର ପାଇଁ ଆପେଲ ଆଇଫୋନ-୧୨ ସିରିଜ୍ ରେ ମିଳିବ MagSafe ଓ୍ବେୟାରଲେସ୍ ଚାର୍ଜିଂ ଫାଇଲର ସୁବିଧା ।

ଫାଷ୍ଟ ଚାର୍ଜିଂ ପାଇଁ MagSafe ଜରୁରୀ

ୱେନବ୍ୟାଚଙ୍କ ସୂଚନା ଅନୁସାରେ ଅପକମିଂ ଆଇଫୋନ୍-୧୩ ସିରିଜରେ ବଡ ଚାର୍ଜିଂ ଫାଇଲ ମିଳିପାରେ । ଯାହା ଫଳରେ ଡିଭାଇସରେ ଜଲଦି ଚାର୍ଜିଂ ହୋଇପାରିବ । ତେବେ ଏମିତି କିଛି କମ୍ପାନୀ ଆଇଫୋନ୍-୧୨ରେ ବ୍ୟବହାର କରାଯାଇଥିଲା । ତେବେ ଆଇଫୋନ-୧୨ ସିରିଜ୍ ରେ ଜଲଦି ୱୟାରଲେସ୍ ଚାର୍ଜିଂ ପାଇଁ MagSafe କୁ ବ୍ୟବହାର କରାଯାଇଥିଲା । ଯାହାକି ଏହି ସିରିଜ୍ ରେ ୧୫ ୱାଟ ପର୍ଯ୍ୟନ୍ତ ଚାର୍ଜିଂ ପହଞ୍ଚିବାରେ ସହାୟକ ହୋଇଥିଲା । ଫୋନ ଆରେନାର ରିପୋର୍ଟ ଅନୁଯାୟୀ କମ୍ପାନୀ ଆଇଫୋନ-୧୩ ସିରିଜରେ ବଡ ଆକାରର ମ୍ୟାଗନେଟ ଦେଇପାରେ । କାହିଁକି ନା ପୂର୍ବ ସିରିଜ୍ ରେ ମଧ୍ୟ ୟୁଜର୍ସମାନେ ଛୋଟ ମ୍ୟାଗନେଟ ଯୋଗୁଁ ଫୋନର ଆଟାଚମେଣ୍ଟକୁ ସହଜରେ ଅଲଗା ହେଉଥିବାର ଅଭିଯୋଗ ଆସିଥିଲା । ତେବେ ସେୟାର ହୋଇଥିବା ଏହି ଭିଡିଓରେ କୁହାଯାଉଥିବା ଆପେଲ ଏୟାରପୋଡ୍ ପରି ଆସେସୋରିଜରେ ରିଭର୍ସ ଚାର୍ଜିଂର ସୁବିଧା ପାଇଁ ଆଇଫୋନର ପଛ ପ୍ୟାନେଲରେ ବଡ ଆକାରର ଫାଇଲ ଦିଆଯାଇପାରେ ।

ଚଳିତ ବର୍ଷ ସେପ୍ଟେମ୍ବରରେ ଆସିପାରେ iphone-13 ସିରିଜ୍

ଆପଲର ଆଗମୀ ଆଇଫୋନ ସିରିଜ୍ ରେ iOS-15କୁ ଲଞ୍ଚ କରିପାରେ । ନୂଆ ଆଇଫୋନ ସିରିଜରେ ଉନ୍ନତମାନର ଜେନେରେସନର ସ୍ମାର୍ଟଫୋନର ଫିଚର୍ସ, ଉନ୍ନତ ବ୍ୟାଟେରୀ, ଅଧିକ ରିଫରେସ୍ ହାର, ସ୍କ୍ରିନ ଉପରେ ସ୍ପିକର ଗ୍ରିଲ୍ ରହିବ । ତେବେ ଆଇଫୋନ-୧୩ ସିରିଜକୁ କମ୍ପାନୀ କେବେ ଲଞ୍ଚ କରିବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କେତେକ ରିପୋର୍ଟ ଅନୁସାରେ କୁହାଯାଉଛି କି କମ୍ପାନୀ ଏହି ସିରିଜ କୁ ସେପ୍ଟେମ୍ବରରେ ଲଞ୍ଚ କରିପାରେ ।

Leave A Reply

Your email address will not be published.