iPhone 14 512GB ର ମୂଲ୍ୟରେ ଭାରି ଡିସକାଉଣ୍ଟ, ୫୨୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଛି ଶସ୍ତା

ଯେତେବେଳେ ପ୍ରିମିୟମ ସ୍ମାର୍ଟଫୋନ୍ କଥା ଆସେ, ପ୍ରଥମେ ମନକୁ ଆସିଥାଏ iPhone । ସମସ୍ତେ iPhone କିଣିବା ପାଇଁ ଚାହିଁଥାନ୍ତି, କିନ୍ତୁ ଏହାର ମୂଲ୍ୟ ଅଧିକ ହୋଇଥିବା କାରଣରୁ ମନ ଭାଙ୍ଗି ଦେଇଥାନ୍ତି । ଯଦି ଆପଣ କମ୍ ଦାମରେ iPhone କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । Apple ପୂର୍ବରୁ iPhone 14 ର ପ୍ରାଇସ୍ ବହୁତ୍ କମ୍ କରିସାରିଛି, କିନ୍ତୁ ବର୍ତ୍ତମାନ ଆପଣଙ୍କ ପାଖରେ ଏହାକୁ ଆହୁରି ଶସ୍ତା ମୂଲ୍ୟରେ କିଣିବାର ସୁଯୋଗ ଅଛି ।
iPhone 14 ର ୨୫୬ GB ଷ୍ଟୋରେଜର ମୂଲ୍ୟ ପୂର୍ବରୁ କମ୍ ହୋଇଥିଲା, କିନ୍ତୁ ଏବେ ଏହାର ୫୧୨ GB ମଡେଲର ମୂଲ୍ୟ ମଧ୍ୟ ଡାଉନ୍ ହୋଇଛି । ଏପରି ସ୍ଥିତିରେ ବର୍ତ୍ତମାନ ଆପଣଙ୍କ ପାଖରେ iPhone ସହିତ ବଡ଼ ଷ୍ଟୋରେଜ୍ ଥିବା iPhone ପାଇବାର ଭଲ ସୁପୋଗ ଅଛି । ଏହି ସମୟରେ ଆପଣ iPhone 14 ୫୧୨GB ଷ୍ଟୋରେଜ୍ ଭ୍ୟାରିଆଣ୍ଟକୁ ପ୍ରାୟ ୪୦ ହଜାର ଟଙ୍କାରେ କିଣିପାରିବେ । ତେବେ ଆସନ୍ତୁ ଜାଣିବା ଏଥିରେ ଉପଲବ୍ଧ ଥିବା ଅଫରଗୁଡିକ ବିଷୟରେ ।
ଇ-କମର୍ସ ୱେବସାଇଟ୍ Amazon iPhone 14 ୫୧୨ GB ଭାରିଆଣ୍ଟର ମୂଲ୍ୟ କମ୍ ହୋଇଛି । iPhone ର ଏହି ମଡେଲ୍ ବର୍ତ୍ତମାନ Amazon ରେ ୯୯,୯୦୦ ଟଙ୍କା ଅର୍ଥାତ୍ ପ୍ରାୟ ୧ ଲକ୍ଷ ଟଙ୍କାରେ ଲିଷ୍ଟ ହୋଇଛି । କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ବହୁତ୍ କମ୍ ହୋଇଛି । ଏହି iPhone ଉପରେ ଏବେ ୩୦% ଡିସକାଉଣ୍ଟ ଦିଆଯାଉଛି । ଏହା ପରେ ଆପଣ ଏହାକୁ ମାତ୍ର ୬୯,୯୦୦ ଟଙ୍କାରେ କିଣିପାରିବେ ।
Amazon କୋଟି କୋଟି ଗ୍ରାହକଙ୍କୁ ଏହି ଫୋନରେ ଫ୍ଲାଟ୍ ଡିସକାଉଣ୍ଟ ସହିତ ବଡ଼ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ମଧ୍ୟ ପ୍ରଦାନ କରୁଛି । Amazon କିଛି ବ୍ୟାଙ୍କ୍ କାର୍ଡ ଉପରେ କ୍ରେତାମାନଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହା ବ୍ୟତୀତ, ଏହି ଫୋନରେ ଆପଣଙ୍କୁ ୨୦୯୭ ଟଙ୍କାରେ କ୍ୟାସବ୍ୟାକ୍ ଅଫର ମଧ୍ୟ ମିଳିବ । ଯଦି ଆପଣଙ୍କର ବଜେଟ୍ କମ୍ ତେବେ ଆପଣ ଏହି ଫୋନକୁ EMI ସହିତ ମଧ୍ୟ କିଣିପାରିବେ । ଏଥି ସହ ଆପଣ ଏହାକୁ Amazon ରୁ ମାତ୍ର ୩୧,୧୪୯ ଟଙ୍କାର ମନ୍ଥଲି EMI ରେ କିଣିପାରିବେ ।
iPhone 14 512GB ର ସ୍ପେସିଫିକେସନ୍ :
୧. iPhone 14 ରେ କମ୍ପାନୀ ଆଲୁମିନିୟମ୍ ଫ୍ରେମ୍ ସହିତ ଫୋନକୁ IP68 ରେଟିଂ ଦେଇଛି ।
୨. ଏଥିରେ ଆପଣଙ୍କୁ ୬.୧ ଇଞ୍ଚର ସୁପର ରେଟିନା ଡିସପ୍ଲେ ମିଳିଥାଏ, ଯେଉଁଥିରେ ଡଲବି ଭିଜନ୍ ସପୋର୍ଟ ସହିତ ୧୨୦୦ ନିଟ୍ସର ବ୍ରାଇଟନେସ୍ ମିଳିଥାଏ ।
୩. ଆଉଟ ଅଫ୍ ଦି ବକ୍ସ ଏହି ଫୋନ୍ iOS 16 ଉପରେ ରନ୍ କରିଥାଏ, ଯାହାକୁ ଅପଗ୍ରେଡ୍ କରାଯାଇପାରିବ ।
୪. ପରଫରମାନ୍ସ ପାଇଁ ଏହି ଫୋନରେ Apple A15 Bionic ଚିପସେଟ୍ ଦିଆଯାଇଛି ।
୫. iPhone 14 ରେ ୬ GB ପର୍ଯ୍ୟନ୍ତ RAM ଏବଂ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିଥାଏ ।
୬. ଫଟୋଗ୍ରାଫି ପାଇଁ ଏହି ଫୋନରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି, ଯେଉଁଥିରେ ୧୨+୧୨ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।
୭. ସେଲଫି ଏଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨ ମେଗାପିକ୍ସେଲର କ୍ୟାମେରା ରହିଛି ।
୮. iPhone 14 ରେ ଆପଣଙ୍କୁ Midnight, Purple, Starlight, Blue, Red, Yellow କଲର ଅପ୍ସନ ମିଳିଥାଏ ।