iPhone ଲର୍ଭସଙ୍କ ପାଇଁ ଖୁସି ଖବର, ବର୍ଷ ଶେଷରେ Amazon ରେ ମିଳୁଛି ଶସ୍ତାରେ

ଆଇଫୋନ୍ କିଣିବା ପାଇଁ ସମସ୍ତେ ଚାହିଁଥାନ୍ତି ହେଲେ ତା’ର ପ୍ରାଇସ୍ ବହୁତ ମହଙ୍ଗା ହୋଇଥିବା କାରଣରୁ ଅଧାକାଂଶ ଲୋକ କିଣିନଥାନ୍ତି । କିନ୍ତୁ ଯଦି ଆଇଫୋନ ଉପରେ ଡିସକାଉଣ୍ଟ ଅଫର ଆସିଯାଏ କିମ୍ବା ଏହାର ପ୍ରାଇସ୍ କଟ୍ ହୁଏ ତେବେ ଏହାକୁ କିଣିବା ପାଇଁ କିଏବା ନଚାହିଁବେ । iPhone 14 କିଣିବା ପାଇଁ ଏହା ଏକ ଭଲ ସୁଯୋଗ ଅଛି । କାରଣ କମ୍ପାନୀ ଏହାର ପ୍ରାଇସ ହ୍ରାସ କରିଛି । ଆମାଜନ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ ପ୍ଲଟଫର୍ମରେ ମଧ୍ୟ iPhone 14 ର ମୂଲ୍ୟ କମ୍ ହୋଇଛି ।

ଆପଣଙ୍କୁ କହିବୁ ଯେ ବର୍ତ୍ତମାନ ଆପଲର ସବୁଠାରୁ ଲାଟେଷ୍ଟ ସିରିଜ୍ ହେଉଛି iPhone 16 । ଏହି ସ୍ଥିତିରେ କମ୍ପାନୀ ବର୍ତ୍ତମାନ ପୁରୁଣା ଆଇଫୋନର ଷ୍ଟକକୁ ପ୍ଲିୟର କରିବାକୁ ଚାହୁଁଛି । ପ୍ରାୟ ୩ ବର୍ଷ ପୂର୍ବେ iPhone 16 ଲଞ୍ଚ କରାଯାଇଥିଲା ।

ଯଦି ଆପଣ iPone 14 କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ କହିବୁ ଯେ ଏହାର ୫୧୨GB ଭ୍ୟାରିଆଣ୍ଟରେ ଏକ ଭଲ ଅଫର ଦିଆଯାଉଛି । ଆପଣ ଏହାକୁ ବହୁତ କମ୍ ପ୍ରାଇସରେ କିଣିପାରିବେ । iPone 14 ୫୧୨GB ଆମାଜନରେ ୧,୦୯,୯୦୦ ଟଙ୍କା ମୂଲ୍ୟରେ ଲିଷ୍ଟ ହୋଇଛି । କମ୍ପାନୀ ଗ୍ରାହକଙ୍କୁ ୩୦% ଡିସକାଉଣ୍ଟ ପ୍ରଦାନ କରୁଛି । ଏହି ଅଫର ସହିତ ଆପଣ ଭଲ ଷ୍ଟୋରେଜ୍ ଆଇଫୋନକୁ ମାତ୍ର ୭୬,୯୦୦ ଟଙ୍କା ମୂଲ୍ୟରେ କିଣି ପାରିବେ ।

ଫ୍ଲାଟ୍ ଡିସକାଉଣ୍ଟ ସହିତ ଆମାଜନ ଗ୍ରାହକଙ୍କୁ ଅନ୍ୟାନ୍ୟ ଅଫର ମଧ୍ୟ ଦେଉଛି । କମ୍ପାନୀ ବ୍ୟାଙ୍କ କାର୍ଡରେ ଗ୍ରାହକଙ୍କୁ ୨୦୦୦ ଟଙ୍କା ଡିସକାଉଣ୍ଟ ପ୍ରଦାନ କରୁଛି । ଏହା ବ୍ୟତୀତ, ଆପଣ ଏହାକୁ EMI ରେ ମଧ୍ୟ କିଣିପାରିବେ । ଆପଣ ଏହାକୁ ମନ୍ଥଲି EMI ରେ ମାତ୍ର ୩,୪୬୪ ଟଙ୍କାରେ କିଣିପାରିବେ । ଏହା ସହିତ ଆମାଜନ ଏକ୍ସଚେଞ୍ଜ ଅଫର ମଧ୍ୟ ଦେଉଛି । ପୁରୁଣା ସ୍ମାର୍ଟଫୋନକୁ ୨୬,୦୦୦ ରୁ ଅଧିକ ମୂଲ୍ୟରେ ଚେଞ୍ଚ କରାଯାଇପାରିବ ।

iPhone 14 512GB ର ସ୍ପେସିଫିକେସନ୍ :

iPhone 14 କୁ କମ୍ପାନୀ ଦ୍ବାରା ୨୦୨୨ ମସିହାରେ ଲଞ୍ଚ କରାଯାଇଥିଲା । ଏଥିରେ ଆଲୁମିନିୟମ ଫ୍ରେମ୍ ସହିତ ଗ୍ଲାସ ବ୍ଞାକ୍ ପ୍ୟାନେଲ୍ ଦିଆଯାଇଛି, ଯେଉଁଥିରେ କର୍ନିଙ୍ଗ ଗୋରିଲା ଗ୍ଲାସ୍ ଦିଆଯାଇଛି । ଏହି ଆଇଫୋନ୍ IP68 ରେଟିଙ୍ଗ ସହିତ ଆସିଥାଏ । ଡିସପ୍ଲେ ବିଷୟରେ କହିବାକୁ ଗଲେ ଏଥିରେ ୬.୧ ଇଞ୍ଚର ସୁପର ରେଟିଂ ଡିସପ୍ଲେ ଦିଆଯାଇଛି । ଡିସପ୍ଲେରେ ଆପଣଙ୍କୁ Dolby Vision, HDR10+ କୁ ସପୋର୍ଟ ଦିଆଯାଇଛି । ଡିସପ୍ଲେରେ Ceramic Shield glass ର ପ୍ରେଟେକ୍ସନ୍ ରହିଛି ।

Apple, iPhone 14 ରେ iOS 16 ପାଇଁ ସପୋର୍ଟ ଦିଆଯାଇଛି । ପରଫରମାନ୍ସ ପାଇଁ ଏଥିରେ Apple A15 Bionic ଚିପସେଟ୍ ଦିଆଯାଇଛି । ଏହି ଚିପସେଟ୍ ୫ nm ଟେକ୍ନୋଲୋଜି ଉପରେ ବେସ୍ଡ ହୋଇଛି । ଫଟୋଗ୍ରାଫି ପାଇଁ ପ୍ୟାନେଲରେ ଡୁଆଲ୍ କ୍ୟାମେରା ଦିଆଯାଇଛି, ଯେଉଁଥିରେ ୧୨+୧୨ ମେଗାପିକ୍ସେଲର ସେନ୍ସର ମିଳିଥାଏ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨ MP ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ପାୱାର ଦେବା ପାଇଁ ଆପଲରେ ୩୨୭୯ mAh ର ବ୍ୟାଟେରୀ ଦେଇଥାଏ ଯାହାକି ୧୫W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।