ଘରକୁ ନେଇ ଆସନ୍ତୁ ଆଇଫୋନ 14, ଫ୍ଲିପକାର୍ଟରେ ମିଳୁଛି ୧୫ ହଜାର ରିହାତି
ଆଇଫୋନ 14 ପାଇଁ ବଡ଼ ଡିସକାଉଣ୍ଟ ଅଫର । ଆଇଫୋନ 13ର ଦାମରେ ଏହି ଫୋନକୁ ଆପଣ ପାଇ ପାରିବେ । ଫ୍ଲ୍ିପକାର୍ଟ ୨୦୨୨ ଆଇଫୋନ ମଡେଲରେ ପ୍ରାୟ ୧୫ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଫ୍ଲିପକାର୍ଟ ଏହି ଫୋନ ଉପରେ ଫ୍ଲାଟ ୧୧ ହଜାର ଟଙ୍କାର ଡିସକାଉଣ୍ଟ ପ୍ରଦାନ କରୁଛି । ଯଦି ଆପଣଙ୍କ ପାଖରେ HDFC ବ୍ୟାଙ୍କ କ୍ରେଡିଟ କାର୍ଡ ରହିଛି ୪ ହଜାର ଟଙ୍କାର ଡିସକାଉଣ୍ଟ ମିଳିବ ।

କେନ୍ୟୁଜ୍(ବ୍ୟୁରୋ): ଆଇଫୋନ 14 ପାଇଁ ବଡ଼ ଡିସକାଉଣ୍ଟ ଅଫର । ଫ୍ଲିପକାର୍ଟରେ ଏହି ଡିସକାଉଣ୍ଟ ମିଳିବାକୁ ଯାଉଛି । ଏହାର ଦାମ ଲଞ୍ଚ ଇଭେଣ୍ଟ ଦାମଠୁ ବି କମ୍ ରହିଛି । ଆଇଫୋନ 13ର ଦାମରେ ଏହି ଫୋନକୁ ଆପଣ ପାଇ ପାରିବେ । ଫ୍ଲ୍ିପକାର୍ଟ ୨୦୨୨ ଆଇଫୋନ ମଡେଲରେ ପ୍ରାୟ ୧୫ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ତେବେ ଆସନ୍ତୁ ନଜର ପକାଇବା ପୁରା ଅଫର ବାବଦରେ ।
ଆଇଫୋନ 14 ଏବେ ଇ-କମର୍ସ ପ୍ଲାଟଫର୍ମରେ ତାଲିକାଭୁକ୍ତ ହୋଇକି ଅଛି । ଏହାର ଦାମ ରହିଛି ୬୮ ହଜାର ୯୯୯ ଟଙ୍କା । ଯାହା ଏହାର ମୂଳଦାମ ୭୯ ହଜାର ୯୯୯ଠୁ କମ ରହିଛି । ଏହାର ଅର୍ଥ ହେଲା ଫ୍ଲିପକାର୍ଟ ଏହି ଫୋନ ଉପରେ ଫ୍ଲାଟ ୧୧ ହଜାର ଟଙ୍କାର ଡିସକାଉଣ୍ଟ ପ୍ରଦାନ କରୁଛି । କିନ୍ତୁ ଆପଣ ଯଦି ଚାହିଁବେ ଏହାଠୁ ବି କମ ଦାମରେ ଏହି ଫୋନକୁ କିଣି ପାରିବେ । ଆସନ୍ତୁ ଜାଣିବା କିପରି ।
ଆପଣ ଏହି ଫୋନକୁ ୬୪ ହଜାର ୯୯୯ ଟଙ୍କାରେ କିଣି ପାରବେ । ଯଦି ଆପଣଙ୍କ ପାଖରେ HDFC ବ୍ୟାଙ୍କ କ୍ରେଡିଟ କାର୍ଡ ରହିଛି । ଏହି ବ୍ୟାଙ୍କର କାର୍ଡରେ ଆପଣଙ୍କୁ ୪ ହଜାର ଟଙ୍କାର ଡିସକାଉଣ୍ଟ ମିଳିବ । ଫଳରେ ଆପଣଙ୍କୁ ଏହି ଫୋନକୁ କିଣିବା ପାଇଁ ଏକ ବଡ଼ ରିହାତି ମିଳି ଯାଉଛି । ଆପଣ ପୁରା ୧୫ ହଜାର ଟଙ୍କାର ରିହାତି ପାଇ ପାରୁଛନ୍ତି । କିନ୍ତୁ ଆପଣଙ୍କୁ ଆମେ ଜଣେଇ ଦେବାକୁ ଚାହୁଁ ଯେ, ଏହି ଅଫର କେବଳ ଆଇଫୋନ 14ର ନାଲି ରଙ୍ଗର ମଡେଲ ପାଇଁ ଲାଗୁ ହୋଇଛି । ଯଦି ଆପଣଙ୍କୁ ନାଲିରଙ୍ଗ ପସନ୍ଦ ଓ ଆପଣଙ୍କ ପାଖରେ HDFC ବ୍ୟାଙ୍କର କାର୍ଡ ରହିଛି ଆପଣଙ୍କୁ ଏହି ଅଫର ଲାଭଦାୟକ ହେବ । ଅନ୍ୟ ରଙ୍ଗର ଭାରିଆଣ୍ଟ ସବୁ ଅଲଗା ଅଲଗା ଦାମରେ ବିକ୍ରି ହେଉଛି । ଏହାସହ ଆଉଥରେ କହି ରଖୁଛି ଏହି ଅଫର କେବଳ 128ଜିବି ଷ୍ଟୋରେଜ ଥିବା ମଡେଲ ପାଇଁ ପ୍ରଜୁଯ୍ୟ ।