Apple ଲଭର୍ସଙ୍କ ପାଇଁ ଖୁସି ଖବର, iPhone 15 ର କମ୍ ହେଲା ପ୍ରାଇସ୍
ସମସ୍ତଙ୍କର ଏକ ଆଇଫୋନ୍ କିଣିବାକୁ ଇଚ୍ଛା ଥାଏ । ଆଣ୍ଡ୍ରଏଡ୍ ସ୍ମାଟୋଫାନ୍ ତୁଳନାରେ ଆଇଫୋନର ମୂଲ୍ୟ ଏତେ ମହଙ୍ଗା ହୋଇଛି ଯେ ଅଧିକାଂଶ ଲୋକ ଡିସକାଉଣ୍ଟ ଅଫର ପାଇଁ ଅପେକ୍ଷା କରନ୍ତି । ଯଦି ଆପଣ ମଧ୍ୟ ଆଇଫୋନ୍ ଶସ୍ତା ହେବା କିମ୍ବା ସେଲ୍ ଅଫର ପାଇଁ ଅପେକ୍ଷା କରିଥିବେ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । iPhone 15 ରେ ଏକ ବ୍ୟାଙ୍କ୍ ଅଫର ଅଛି, ଯାହା ପରେ ଆପଣ ଏହାକୁ ବହୁତ କମ୍ ମୂଲ୍ୟରେ କିଣି ପାରିବେ ।
ଆସନ୍ତୁ ଆପଣଙ୍କୁ କହିବୁ ଯେ ଇ-କମର୍ସ ୱେବସାଇଟ୍ ଆମାଜନ ଶସ୍ତା ଭାବରେ iPhone 15 କିଣିବାକୁ ଏହି ସୁଯୋଗ ଦେଉଛି । ଆମାଜନରେ ଏକ ନୂଆ ସେଲ୍ ଆରମ୍ଭ ହୋଇଛି ଏବଂ କମ୍ପାନୀ ଗ୍ରାହକଙ୍କୁ iPhone 15 ୨୫୬ GB ଦମଦାର୍ ଡିଲ୍ ଦେଉଛି । iPhone 16 ସିରିଜ୍ ଲଞ୍ଚ ହେବା ପରଠାରୁ ଏହାର ପ୍ରାଇସ୍ କମ୍ ହେବାରେ ଲାଗିଛି ।
iPhone 15 ୨୫୬ GB ବର୍ତ୍ତମାନ ଆମାଜନରେ ୮୯,୬୦୦ ଟଙ୍କାରେ ଲିଷ୍ଟ ହୋଇଛି । କିନ୍ତୁ ଏହି ସମୟରେ ଆପଣ ଏହାକୁ ସେଲ୍ ଅଫରରେ ଅତି କମ୍ ମୂଲ୍ୟରେ ଘରକୁ ନେଇପାରିବେ । ଏହି ମଡେଲରେ ଗ୍ରାହକଙ୍କୁ ଆମାଜନ୍ ୧୫% ଡିସକାଉଣ୍ଟ ପ୍ରଦାନ କରୁଛି । ଏହି ଅଫର ସହିତ ଆପଣ କେବଳ ୭୫,୯୦୦ ଟଙ୍କାରେ କିଣି ୧୪,୦୦୦ ଟଙ୍କା ସେଭିଙ୍ଗ କରିପାରିବେ ।
ଫ୍ଲାଟ୍ ଡିସକାଉଣ୍ଟ ସହିତ ଆମାଜନ ଗ୍ରାହକଙ୍କୁ ଅନ୍ୟାନ୍ୟ ଅଫର ମଧ୍ୟ ଦେଉଛି । ସେଲ୍ ଅଫରରେ ଆପଣ ଆମାଜନ ଗ୍ରାହକଙ୍କ ପାଇଁ ସିଲେକ୍ଟେଡ୍ ବ୍ୟାଙ୍କ କାର୍ଡରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ସେଭିଙ୍ଗ କରିପାରିବେ । ଏହା ବ୍ୟତୀତ, ଆପଣ ଏହାକୁ EMI ରେ ମଧ୍ୟ କିଣି ପାରିବେ । କମ୍ପାନୀ ମନ୍ଥଲି ୩,୪୧୯ EMI ଅପ୍ସନ ପ୍ରଦାନ କରୁଛି । ବ୍ୟାଙ୍କ ଅଫର ବ୍ୟତୀତ ଏକ୍ସଚେଞ୍ଜ ଅଫର ମଧ୍ୟ ଉପଲବ୍ଧ ହେବ । ଆପଣଙ୍କର ପୁରୁଣା ସ୍ମାର୍ଟଫୋନକୁ ଚେଞ୍ଜ କରି ଆପଣ ୨୭,୦୦୦ ରୁ ଅଧିକ ଟଙ୍କା ସେଭିଙ୍ଗ କରିପାରିବେ ।
iPhone 15 ର ସ୍ପେସିଫିକେସନ୍ :
୧. iPhone 15 ରେ କମ୍ପାନୀ ଆଲୁମିନିୟମ୍ ଫ୍ରେମ୍ ସହିତ ଗ୍ଲାସ୍ ବ୍ୟାକ୍ ପ୍ୟାକନଲ୍ ଦେଇଛି ।
୨. ଏଥିରେ ୬.୧ ଇଞ୍ଚର ଡିସପ୍ଲେ ରହିଛି ଯାହା Ceramic Shield glass ରେ ପ୍ରୋଟେକ୍ଟ ହୋଇଥାଏ ।
୩. ଆଉଟ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ iOS 17 ରେ ଚାଲିଥାଏ, ଯାହାକୁ ଆପଣ iOS ୧୮.୨ କୁ ଅପଗ୍ରେଡ୍ କରିପାରିବେ ।
୪. iPhone 15 ରେ ୬ GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି ।
୫. iPhone 15 ୨୫୬ GB ରେ ଡୁଆଲ କ୍ୟାମେରା ଅଛି ଯେଉଁଥିରେ ୪୮+୧୨ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।
୬. ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି ।
୭. ଏହାକୁ ପାୱାର ଦେବା ପାଇଁ ଏଥିରେ ୩୩୪୯mAh ର ବ୍ୟାଟେରୀ ଦିଆଯାଇଛି । ଯାହା ୧୫W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।