iPhone 15ର ଡିଜାଇନ୍ ଦେଖି ଦିଓ୍ଵାନା ହେଲେ ଫ୍ୟାନ୍ସ, ହୃଦୟ ଜିତିନେବ ଆପଲ୍ ଆଇଫୋନ୍ ୧୫
ଆପଲ୍ ଚଳିତ ବର୍ଷ ନିଜର iPhone 15 Seriesକୁ ଲଞ୍ଚ୍ କରିବାକୁ ଯାଉଛି । ସିରିଜରେ ସବୁଠାରୁ ପପୁଲାର ଭାନିଲା ମଡେଲ ହିଁ ଆସିଛି । ଲଞ୍ଚରେ ଏବେ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି । ଆଇଫୋନ୍ ୧୫ର ରାଣ୍ଡର୍ସ ସାମ୍ନାକୁ ଆସିଛି ।

ଆପଲ୍ ଚଳିତ ବର୍ଷ ନିଜର iPhone 15 Seriesକୁ ଲଞ୍ଚ୍ କରିବାକୁ ଯାଉଛି । ସିରିଜରେ ସବୁଠାରୁ ପପୁଲାର ଭାନିଲା ମଡେଲ ହିଁ ଆସିଛି । ଲଞ୍ଚରେ ଏବେ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି । ଆଇଫୋନ୍ ୧୫ର ରାଣ୍ଡର୍ସ ସାମ୍ନାକୁ ଆସିଛି । ଯେଉଁଥିରେ ଫୋନର ଡିଜାଇନ ଜଣାପଡୁଛି । 9to5Macର ରେଗୁଲାର ଭ୍ୟାରିୟଣ୍ଟର 3D CAD- ଆଧାରିତ ରାଣ୍ଡର ସେୟାର କରାଯାଇଛି । iPhone 15 Series ଚଳିତ ବର୍ଷ ସେପ୍ଟେମ୍ବରରେ ଆସିବ ବୋଲି ଆଶା କରାଯାଉଛି । ତେବେ ଆସନ୍ତୁ ଜାଣିବା ଏହି ଫୋନକୁ ନେଇ ଅଧିକ କିଛି ।
3D CAD ଫାଇଲ୍ସରେ ପତ୍ତା ଲଗାଯାଇପାରୁଛି ଯେ ଏହା ବିନା ନଞ୍ଚ୍ ଏବଂ ଡାୟନାମିକ ଆଇଲ୍ୟାଣ୍ଡରେ ଆସିବ । DSCC ବିଶ୍ଳେଷକ ରସ୍ ୟଙ୍ଗ୍ ମଧ୍ୟ ସମ୍ପୂର୍ଣ୍ଣ ଆଇଫୋନ୍ ୧୫ ଲାଇନଅପରେ ଡାଇନାମିକ ଆଇଲ୍ୟାଣ୍ଡ ବିଷୟରେ କହିଥିଲେ । ଲାଟେଷ୍ଟ ଡେଭଲପମେଣ୍ଟ ବିଷୟରେ ଜଣାଇଥାଏ ।
ରିପୋର୍ଟ କହିଥାଏ ଯେ ଆଇଫୋନ୍ ୧୫ରେ 6.2 ଇଞ୍ଚର ଡିସପ୍ଲେ ମିଳିବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଇଫୋନ୍ ୧୪ରେ ୬.୦୬ ଇଞ୍ଚର ଡିସପ୍ଲେ ମିଳୁଛି । ଲାଇଟନିଙ୍ଗ ସ୍ଥାନରେUSB-C ପୋର୍ଟକୁ ଦେଖାଯାଇପାରେ । ଆଇଫୋନ୍ ୧୫କୁ ଫିଜିକାଲ ପାଓ୍ଵାର ଏବଂ ଭଲ୍ୟୁମ ରକର୍ ବଟନ୍ ସହିତ ମଧ୍ୟ ଦେଖାଯାଇଛି । ଯାହାର ଅର୍ଥ ଅନୁମାନ କରାଯାଉଥିବା ସଲିଡ୍ ଷ୍ଟେଟ ବଟନ୍ ପ୍ରୋ ଭ୍ୟାରିୟଣ୍ଟ ପର୍ଯ୍ୟନ୍ତ ହିଁ ସୀମିତ ରହିବ ।
ଫୋନ୍ ବିଷୟରେ ଆପଲ ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ଆପଲ ସବୁବେଳେ ଫୋନ୍ ବିଷୟରେ ପ୍ରତ୍ୟେକ ଜିନିଷକୁ ରହସ୍ୟରେ ରଖିଥାଏ । ଲଞ୍ଚ୍ ସମୟରେ ହିଁ ଆପଲ୍ ଫ୍ୟାନ୍ସକୁ ସରପ୍ରାଇଜ କରିଥାଏ।