OnePlus 12 ଠାରୁ ଶସ୍ତା ହେଲା iPhone 15, Republic Day Sale ରେ ହ୍ରାସ ପାଇଛି ପ୍ରାଇସ୍

iPhone 15 ମୂଲ୍ୟରେ ସବୁଠୁ ବଡ଼ ପ୍ରାଇସ୍ ହ୍ରାସ କରାଯାଇଛି । ୨୦୨୩ ରେ ଲଞ୍ଚ ହୋଇଥିବା ଆପଲର ଏହି ଫ୍ଲାଗସିପ୍ ଫୋନ୍ OnePlus 12 ଠାରୁ କମ୍ ମୂଲ୍ୟରେ ଉପଲବ୍ଧ ରହିଛି । ଏହା ବ୍ୟତୀତ ଫୋନ୍ କିଣିବା ଉପରେ ଅନେକ ବ୍ୟାଙ୍କ ଅଫର ଦିଆଯାଉଛି । ଗତ ବର୍ଷ ଆୟୋଜିତ ଫେଷ୍ଟିଭ୍ ସିଜନରେ ସେଲ୍ ଅପେକ୍ଷା iPhone 15 କୁ ଶସ୍ତାରେ କିଣାଯାଇପାରିବ । iPhone 16 ଲଞ୍ଚ ହେବା ପରେ ଏହାର ମୂଲ୍ୟରେ ୧୦,୦୦୦ ଟଙ୍କା ପରମାନେଣ୍ଟ ପ୍ରାଇସ୍ କମ୍ କରାଯାଇଥିଲା । ଏହି ସେଲରେ ଫୋନର ମୂଲ୍ୟ ୧୨,୫୦୦ ଟଙ୍କା ମୂଲ୍ୟର ହ୍ରାସ କରାଯାଇଛି ।

Amazon Republic Day Sale ରେ iPhone 15 କୁ ୫୭,୪୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲିଷ୍ଟ କରାଯାଇଛି । ଏହା ବ୍ୟତୀତ ଫୋନକୁ କିଣିବାରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସକାଉଣ୍ଟ ମିଳିବ । ଏହା ସହିତ ୧,୦୦୦ ଟଙ୍କାର ଭିନ୍ନ ଡିସକାଉଣ୍ଟ ମିଳିବ । କେବଳ ଏତିକି ନୁହେଁ ଫୋନ୍ କିଣିବାରେ ୟୁଜର୍ସଙ୍କୁ ୧,୨୫୦ ଟଙ୍କାର ଏକ ଡିସକାଉଣ୍ଟ ମିଳିପାରିବ । ଏହିପରି ଭାବେ iPhone 15 କୁ ୫୦,୦୦୦ ଟଙ୍କାରୁ କମରେ ମଧ୍ୟ କିଣିପାରିବେ । ଏହି iPhone ରେ ତିନିଟି ଷ୍ଟୋରେଜ୍ ଭ୍ୟରିଆଣ୍ଟ ରହିଛି । ଯାହା ହେଉଛି- ୧୨୮GB, ୨୫୬GB ଏବଂ ୫୧୨GB ରେ ମିଳିବ ।

ଆମାଜନରେ ଚାଲୁଥିବା ସେଲରେ OnePlus 12 କୁ ୬୨,୪୭୩ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲିଷ୍ଟ କରାଯାଇଛି । ଫୋନ୍ କିଣିବା ଉପରେ ୩,୭୫୦ ଟଙ୍କାର ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ମିଳିବ । ଏହି ପରି ଭାବେ ଏହି ଫୋନ୍ ୫୯,୦୦୦ ଟଙ୍କାରୁ କମ୍ ମୂଲ୍ୟରେ କିଣିପାରିବେ । ତେବେ ଏହାର ମୂଲ୍ୟ iPhone 15 ତୁଳନାରେ ୮,୦୦୦ ଟଙ୍କା ଅଧିକ ରହିଛି । ଆମାଜନ ବ୍ୟତୀତ ଫ୍ଲିପକାର୍ଟରେ iPhone 15 ର ମୂଲ୍ୟ ମଧ୍ୟ କମ୍ କରାଯାଇଛି ।

iPhone 15 ର ଫିଚର୍ସ :

ଆପଲର ଏହି iPhone ରେ ୬.୧ ଇଞ୍ଚର ସୁପର ରେଟିନା XDR ଡିସପ୍ଲେ ଦିଆଯାଇଛି, ଯାହା ଡାଇନାମିକ୍ Island ଫିଚର ସହିତ ଆସିଥାଏ । ଏହି ଆଇଫୋନ୍ A16 Bionic ଚିପସେଟରେ କାମ କରିଥାଏ । ଫୋନରେ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ମିଳିଥାଏ ଏବଂ ଏହା 5G ନେଟୱାର୍କ କନ୍ନେକ୍ଟିଭିଟିକୁ ସପୋର୍ଟ କରିଥାଏ । ଏହି ଫୋନର ବ୍ୟାକରେ ଡୁଆଲ କ୍ୟାମେରା ସେଟଅପ୍ ମିଳିଥାଏ । ଏଥିରେ ୪୮MP ର ମେନ୍ କ୍ୟାମେରା ମିଳିଥାଏ, ଯାହା 2x ଟେଲିଫୋଟୋ ଅପ୍ଟିକାଲ୍ କ୍ବାଲିଟିକୁ ସପୋର୍ଟ କରିଥାଏ । ଏହା ବ୍ୟତୀତ ଫୋନର ବ୍ୟାକରେ ୧୨MP ର କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨MP ର କ୍ୟାମେରା ଦିଆଯାଇଛି ।

You might also like