ଶସ୍ତା ହେଲା iPhone 15, ତୁରନ୍ତ କରନ୍ତୁ ଅର୍ଡର ନଚେତ ହୋଇଯିବ ଶେଷ

ଆପଲର iPhone 15 ସ୍ମାର୍ଟଫୋନରେ ମିଳୁଛି ବଡ଼ ଡିସକାଉଣ୍ଟ । ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏହି ଅଫର ଦେଉଛି । ବର୍ତ୍ତମାନ ଆପଣ ଏହି ଫୋନକୁ ୨୦ ହଜାର ଟଙ୍କାରୁ ବି କମ୍ ଦାମରେ କିଣି ପାରିବେ । ଯଦି ଆପଣ ଆଇଫୋନ୍ 15 କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । iPhone 15 ରେ ଆପଣ ଲାଟେଷ୍ଟ ଫିଚର ଏବଂ ବଢ଼ିଆ କ୍ୟାମେରା ପାଇପାରିବେ । ଏହା ବ୍ୟତୀତ ଏହାର ଅନେକ ନୂଆ ଫିଚର ଅଛି, ଯେଉଁ କାରଣରୁ ଏହି ଫୋନ୍ ଅଧିକ ଖାସ୍‌ । କିନ୍ତୁ ଏହା ଅଧିକ ଦାମ୍‌ ଯୋଗୁଁ ଅନେକ ଲୋକ ଏହାକୁ କିଣିବାକୁ ଇଚ୍ଛା କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ସ୍ମାର୍ଟଫୋନରେ ଏବେ ବଢ଼ିଆ ଅଫର ରହିଛି ।

ଆମାଜନରେ iPhone 15 ର ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍‌ ହେଉଛି ୭୯,୭୯୦ ଟଙ୍କା । କିନ୍ତୁ ଅଫର ପରେ ଆପଣ ୧୧ % ଡିସକାଉଣ୍ଟ ପାଇବେ । ଏହା ସହିତ ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ଏଥିରେ ମିଳୁଛି । ଯଦି ଆପଣଙ୍କର ପୁରୁଣା ସ୍ମାର୍ଟଫୋନ୍ ଅଛି ତେବେ ଆପଣ ଏହାକୁ ଏକ୍ସଚେଞ୍ଜ କରି ଅଫର ପାଇବେ । ଏହି ଫୋନରେ ୩୭,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି । କିନ୍ତୁ ଫୋନ ଏକ୍ସଚେଞ୍ଜର ଦାମ ଏହାର ମଡେଲ ଏବଂ ଅବସ୍ଥା ଉପରେ ନିର୍ଭର କରେ । ଯଦି ଆପଣ SBI କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣ ୩୦୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ପାଇପାରିବେ । ଏହି ଉପାୟରେ ଆପଣ ଏହି ସ୍ମାର୍ଟଫୋନକୁ କମ୍ ଦାମରେ କିଣିପାରିବେ ।

ଆପଣ iPhone 15 ରେ ଅନେକ ଆଶ୍ଚର୍ଯ୍ୟଜନକ ଫିଚର ପାଇପାରିବେ । ଏଥିରେ ଆପଣଙ୍କୁ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସେନ୍ସର ଦିଆଯାଇଛି, ଯାହା କମ୍ ଆଲୋକରେ ମଧ୍ୟ ଭଲ ପଟୋ ଉଠାଇପାରିବ । ଏହା ବ୍ୟତୀତ ଏହାର ବ୍ୟାଟେରୀ ଲାଇଫ ମଧ୍ୟ ବହୁତ ଭଲ ରହିଛି । ସବୁଠୁ ଖାସ୍‌ କଥା ହେଉଛି ଏହି ଫୋନରେ ବର୍ତ୍ତମାନ USB ଟାଇପ୍-ସି ଚାର୍ଜିଂ ପୋର୍ଟ ଅଛି, ଯାହା ଚାର୍ଜିଂକୁ ସହଜ କରିବ । ଯଦି ଆପଣ ଆଇଫୋନ୍ 15 କିଣିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ବଜେଟରେ କୌଣସି ସମସ୍ୟା ଅଛି, ତେବେ ଆପଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଆପଣ ଏହି ସ୍ମାର୍ଟଫୋନକୁ କମ୍ ମୂଲ୍ୟରେ କିଣିପାରିବେ ।