ଲଞ୍ଚ ହେଲା iPhone 16 Plus, ଜାଣନ୍ତୁ କ’ଣ ମିଳିବ ଫିଚର୍ସ

ନିକଟରେ ଆପଲ୍ ଆମେରିକାର କାଲିଫର୍ନିଆରେ ଏକ ସାନଦାର ଇଭେଣ୍ଟ ଆୟୋଜନ କରିଥିଲା । ଏହି ଇଭେଣ୍ଟରେ, କମ୍ପାନୀ ଆଇଫୋନର ନୂଆ ସିରିଜ୍ ଆଇଫୋନ୍ 16 ସିରିଜ୍ ଲଞ୍ଚ କରିଛି । ଏହି ସିରିଜରେ ଆପଲ୍ ଦ୍ୱାରା iPhone 16, iPhone 16 Plus, iPhone 16 Pro ଏବଂ iPhone 16 Pro Max ପରିଚିତ କରାଯାଇଛି । କିଛି ନୂଆ ଅପଗ୍ରେଡ୍ ସହିତ ଆପଲ୍ ଏହି ନୂଆ ଆଇଫୋନ୍ ସିରିଜ୍ ଉପସ୍ଥାପନ କରିଛି । ତେବେ ଆଜି ଆମେ ଆପଣଙ୍କୁ iPhone 16 Plus ବିଷୟରେ ଜଣାଇବୁ ।

iPhone 16 Plus RAM, ଷ୍ଟୋରେଜ୍ ଏବଂ ଦାମ୍:
କମ୍ପାନୀ ୮GB RAM ସହିତ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ iPhone 16 Plus ଲଞ୍ଚ କରିଛି । ଏଥିରେ ଆପଣ ୧୨୮GB, ୨୫୬GB ଏବଂ ୫୧୨GB ଷ୍ଟୋରେଜ୍ ର ଅପ୍ସନ ପାଇପାରିବେ । ଏଥିରେ ଆପଣ ଆଲୁମିନିୟମ୍ ଡିଜାଇନ୍ ସହିତ Black, Pink, Teal, Ultramarine ଚାରୋଟି କଲର୍ ଅପ୍ସନ ପାଇବେ । କହି ରଖୁଛୁ, ୮GB RAM ଅପ୍ସନ ୧୨୮GB ଭାରିଆଣ୍ଟ ସହିତ ଉପଲବ୍ଧ ଥିବାବେଳେ ୨୫୬GB ଏବଂ ୫୧୨GB ଅପ୍ସନ ୧୨GB RAM ସହିତ ମିଳିବ । କମ୍ପାନୀ ୮୯୯ ଆମେରିକୀୟ ଡଲାରରେ iPhone 16 Plus ଲଞ୍ଚ କରିଛି ।

iPhone 16 Plus କ୍ୟାମେରା:
iPhone 16 ଏବଂ iPhone 16 Plusରେ ସମାନ କ୍ୟାମେରା ଫିଚର୍ ପ୍ରଦାନ କରାଯାଇଛି । ଏହାର ବ୍ୟାକରେ ଭର୍ଟିକାଲ ସେପରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଏହାର ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲର ହୋଇଥିବାବେଳେ ସେକେଣ୍ଡାରୀ କ୍ୟାମେରା ୧୨ ମେଗାପିକ୍ସେଲ ସହିତ ଆସିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଆପଣ ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ପାଇବେ ।

iPhone 16 Plus ଡ଼ିସପ୍ଲେ ଫିଚର୍:
iPhone 16 Plusରେ କମ୍ପାନୀ ୬.୭ ଇଞ୍ଚ ସୁପର ରେଟିନା XDR ଡିସପ୍ଲେ ସହିତ ଲଞ୍ଚ କରିଛି । ଏହାର ଏକ OLED ଡିସପ୍ଲେ ଅଛି । ଡିସପ୍ଲେରେ ଆପଣଙ୍କୁ ୨୭୯୬x୧୨୯୦ ପିକ୍ସେଲର ରିଜୋଲ୍ୟୁସନ୍ ଦିଆଯାଇଛି । iPhone 16 Plusରେ, ଆପଣଙ୍କୁ Dynamic Island ଏବଂ HDR display ସହିତ ଟ୍ରୁ ଟୋନ୍ ଏବଂ ୱାଇଡ୍ କଲର ଫିଚର୍ ମଧ୍ୟ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ IP68 ରେଟିଂ ସହିତ ଆସିଥାଏ ତେଣୁ ଆପଣ ବର୍ଷା ଏବଂ ସ୍ବିମିଙ୍ଗ ସମୟରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ।

iPhone 16 Plus ପ୍ରୋସେସର:
ଆପଲ୍ ଏକ ନୂଆ ଚିପସେଟ ସହିତ ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ କରିଛି । iPhone 16 Plus ର ସମସ୍ତ ଭରିଆଣ୍ଟରେ, ଆପଣ A18 ଚିପସେଟ୍ ପାଇବେ ଯେଉଁଥିରେ 6‑core CPU ସପୋର୍ଟ ଦିଆଯାଇଛି । ପରଫରମାନ୍ସ ପାଇଁ ଏହାର 2 କୋର ଥିବାବେଳେ 4 କୋର ଏଫିସିଏନ୍ସି ପାଇଁ ରହିଛି । ଏହି ଫୋନ୍ ଆଉଟ୍ ଅଫ ଦି ବକ୍ସ iOS 18 ରେ ଚାଲିଥାଏ ।

iPhone 16 Plus ବ୍ୟାଟେରୀ ଫିଚର୍:
କମ୍ପାନୀ ଏପର୍ଯ୍ୟନ୍ତ ଏହାର ବ୍ୟାଟେରୀ ବିଷୟରେ କିଛି ପ୍ରକାଶ କରିନାହିଁ କିନ୍ତୁ କମ୍ପାନୀ ଅନୁଯାୟୀ ଏଥର ଆପଣ ଏକ ବଡ ବ୍ୟାଟେରୀ ପାଇବାକୁ ଯାଉଛନ୍ତି । ଭିଡିଓ ପ୍ଲେକ୍ ରେ ଆପଣ ୨୭ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ପାଇବେ ଯେତେବେଳେ ଅଡିଓରେ ଆପଣ ୧୦୦ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like