ଆଇଫୋନ୍ 16 ର ଲଞ୍ଚ ଡେଟ୍ ପ୍ରକାଶ ପାଇଛି । ଏହା ପୂର୍ବରୁ ଆପଲ୍ ୟୁଜର୍ସଙ୍କ ମଧ୍ୟରେ ନୂଆ ଆଇଫୋନ୍ ପାଇଁ କ୍ରେଜ୍ ଥିଲା । ପ୍ରାୟ ସମସ୍ତ ଆପଲ୍ ପ୍ରେମୀ ସିରିଜ୍ 16 କୁ ଅପେକ୍ଷା କରିଛନ୍ତି, ଆସନ୍ତା ସେପ୍ଟେମ୍ବର ୯ରେ ୟୁଜର୍ସମାନେ ଏହାକୁ ଦେଖିବାର ସୁଯୋଗ ପାଇବେ । ଲଞ୍ଚ ପୂର୍ବରୁ ଆଇଫୋନ୍ 16 ସିରିଜରେ କେଉଁ ଫିଚର ଅଛି ଆସନ୍ତୁ ଜାଣିବା ।
ଆଇଫୋନ୍ 16 ସିରିଜର ଫିଚର୍ସ :
ଆଇଫୋନ୍ 16 ସିରିଜର ଡିଜାଇନରେ ଅନେକ ପରିବର୍ତ୍ତନ ହୋଇଛି । ଏହା ବ୍ୟତୀତ ଆଇଫୋନ୍ 15 ସିରିଜ୍ ତୁଳନାରେ ଆଇଫୋନ୍ 16ରେ ପତଳା ବେଜେଲ୍ ଏବଂ ଏକ ବଡ଼ ଡିସପ୍ଲେ ମିଳିବ ।
ଗତ ଥର ଆଇଫୋନ୍ 15 ପ୍ରୋ ସିରିଜରେ କ୍ୟାପଚର ବଟନ୍ ର ଅପ୍ସନ ଦିଆଯାଇଥିଲା ଏବେ ଆଇଫୋନ୍ 16 ର ବେସ୍ ଭାରିଆଣ୍ଟରେ ଆକ୍ସନ୍ ବଟନ୍ ମିଳିବ । ଏହି ବଟନ୍ ତଳ ଡାହାଣ କୋଣରେ ଥିବା ଦେଖିବାକୁ ପାଇବେ । କ୍ୟାପଚର ବଟନ୍ ଫିଚର ସହଜରେ ଲ୍ୟାଣ୍ଡସ୍କେପ୍ ଫଟୋ କ୍ଲିକ୍ କରିବାରେ ସାହାଯ୍ୟ କରେ ।
ଖବର ଅନୁଯାୟୀ ନୂଆ ଆଇଫୋନ୍ ସିରିଜ୍ A18 ବାୟୋନିକ୍ ଚିପସେଟ ସହିତ ଆସିପାରେ । ପୂର୍ବରୁ କମ୍ପାନୀ କେବଳ ପ୍ରୋ ମଡେଲରେ ନୂଆ ଚିପସେଟକୁ ସପୋର୍ଟ କରୁଥିଲା । ଆଇଫୋନ୍ 16 ରେ AI ର ସପୋର୍ଟ ପାଇପାରିବେ, ଆପଣ ଏଥିରେ ଅନେକ ଫିଚର ଥିବା ଦେଖିପାରିବେ ।
ଫଟୋ-ଭିଡିଓଗ୍ରାଫି ପାଇଁ ଆଇଫୋନ୍ ଆଣୁଥିବା ୟୁଜରମାନେ ନୂଆ ସିରିଜରେ ଏକ ଅପଗ୍ରେଡ୍ କ୍ୟାମେରା ପାଇବେ । ପୂର୍ବ ଆଇଫୋନ୍ ସିରିଜ୍ ତୁଳନାରେ ଏଥିରେ ଆଡଭାନ୍ସ କ୍ୟାମେରା ଏବଂ ଜୁମିଂ ଲେନ୍ସ ପାଇଁ ସପୋର୍ଟ ମିଳିବ । ଆଇଫୋନ୍ 16 ରେ ଟ୍ରିପଲ୍ କ୍ୟାମେରା ସେଟଅପ୍ AI ସପୋର୍ଟ ସହିତ ଆସିବ ।
iPhone 16 ଦାମ୍:
ଆଇଫୋନ୍ 16 ସିରିଜର ଦାମ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଫୋନର ଅଫିସିଆଲ୍ ଲଞ୍ଚ ପରେ ହିଁ ଏହାର ମୂଲ୍ୟ ଜଣା ପଡିବ ।