iPhone SE 4 ନୁହେଁ, ଏହି ନାମରେ ଲଞ୍ଚ ହେଲା Apple ର ନୂଆ iPhone

Apple ର ଶସ୍ତା iPhone ର ଅପେକ୍ଷା ଶେଷ ହୋଇଛି । ପୂର୍ବରୁ ଖବର ଆସୁଥିଲା ଯେ Apple ଗତକାଲି ଅର୍ଥାତ୍ ଫେବୃଆରୀ ୧୯ ତାରିଖରେ iPhone SE 4 ଲଞ୍ଚ କରିବାକୁ ଥିଲା, କିନ୍ତୁ କମ୍ପାନୀ ଏହି ଫୋନକୁ ଏକ ନୂଆ ନାମ ଏବଂ ନୂଆ ଫିଚର ସହିତ ଲଞ୍ଚ କରିଛି । ଏହି ଫୋନ୍ ୨୦୨୨ ମସିହାରେ ଲଞ୍ଚ ହୋଇଥିବା iPhone SE 3 ର ଅପଗ୍ରେଡ୍ ମଡେଲ୍ ହେବ । କମ୍ପାନୀ ନୂଆ iPhone ରେ ଅର୍ଥାତ୍ iPhone 16 ରେ ଅନେକ ଫିଚର୍ସ ଦେଇଛି ।
Apple CEO ନିଜର ଏହି ନୂଆ ଅଇଫୋନକୁ iPhone 16e ନାମରେ ଉପସ୍ଥାପନ କରିଛନ୍ତି । ପୂର୍ବରୁ ମଧ୍ୟ ଏପରି ଖବର ଆସିଥିଲା ଯେ ଆପଲ ଏହାର iPhone SE ସିରିଜକୁ ବନ୍ଦ କରି ଏକ ନୂଆ ଆଇଫୋନ୍ ମଡେଲ୍ ଲଞ୍ଚ କରିଛି । Apple ର CEO ତାଙ୍କ ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ନୂଆ iPhone 16e ର ଏକ ଭିଡିଓ ଜାରି କରିଛନ୍ତି ।
iPhone 16e ର ପ୍ରାଇସ୍ :
ଭାରତରେ iPhone 16e ର ପ୍ରାରମ୍ଭିକ ମୂଲ୍ୟ ୫୯,୯୦୦ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ଫୋନରେ ତିପୋଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ରହିଛି ଯାହା ହେଉଛି-୧୨୮ GB, ୨୫୬ GB ଏବଂ ୫୧୨ GB ରେ ଆସିଥାଏ । ଏହାର ଅନ୍ୟ ଦୁଇଟି ମଡେଲର ମୂଲ୍ୟ ୬୯,୯୦୦ଟଙ୍କା ଏବଂ ୮୯,୯୦୦ ଟଙ୍କା ଅଛି । ଏହି ନୂଆ ଆଇଫୋନକୁ ଫେବୃଆରୀ ୨୧ ରୁ ପ୍ରି-ବୁକିଂ କରାଯାଇପାରିବ । ଏହାର ପ୍ରଥମ ସେଲ୍ ଫେବୃଆରୀ ୨୮ରେ ଆୟୋଜିତ କରାଯିବ । iPhone 16e କୁ ବ୍ଲାକ୍ ଏବଂ ହ୍ବାଇଟ୍ କଲର ଅପ୍ସନରେ ଲଞ୍ଚ କରାଯାଇଛି ।
iPhone 16e ର ଫିଚର୍ସ :
କମ୍ପାନୀ iPhone 16e ରେ ଡୁଆଲ୍ ସିମ୍ କାର୍ଡ ପ୍ରଦାନ କରିଛି, ଯେଉଁଥିରେ ଏକ ଫିଜିକାଲ୍ ଏବଂ eSIM ର ଅପ୍ସନ ମିଳିବ । ଏହି ଫୋନ୍ ୬.୧ ଇଞ୍ଚର ସୁପର ରେଟିନା XDR OLED ଡିସପ୍ଲେ ସହିତ ଆସିଥାଏ, ଯାହା ୬୦ Hz ଏବଂ ୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଆପଲର ଏହି ଲାଟେଷ୍ଟ iPhone iOS 18 ଉପରେ କାମ କରିଥାଏ । ଏଥିରେ ସିରାମିକ୍ shield ମେଟେରିଆଲର ପ୍ରୋଟେକ୍ସନ୍ ଦିଆଯାଇଛି ।
ଏହି ଲାଟେଷ୍ଟ iPhone ରେ ୩ nm A18 Bionic ଚିପ୍ ସହିତ ଆସିଥାଏ । ସେପ୍ଟେମ୍ବରରେ ଲଞ୍ଚ ହୋଇଥିବା iPhone 16 ସିରିଜରେ ମଧ୍ୟ ଏହି ପ୍ରୋସେସର ଦିଆଯାଇଛି । ଏହି ଆଇଫୋନରେ ୮ GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ମିଳିଥାଏ । ଆପଲ ଏହାର RAM ର ଡିଟେଲ ରିବଲ କରିନାହିଁ । ଏଥି ସହିତ ଏହା Apple Intelligence ଫିଚର ସହିତ ଲେସ୍ ମଧ୍ୟ ହେବ ।
iPhone 16e ର ବ୍ୟାକରେ ୪୮ MP ର ମେନ୍ କ୍ୟାମେରା ରହିଛି । ଏହା OIS ଅର୍ଥାତ୍ ଅପ୍ଟିକାଲ୍ ଇମେଜ୍ ଷ୍ଟାବ୍ଲାଇଜେସନ୍ ଫିଚର ସହିତ ଆସିଥାଏ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨ MP ର କ୍ୟାମେରା ରହିଛି । ଆପଲ ନିଜର ଏହି ଲାଟେଷ୍ଟ ଆଇଫୋନରେ ମଧ୍ୟ ଆକ୍ସନ ବଟନ ଦେଇଛି । ଏହି ଆଇଫୋନ୍ USB Type C ଚାର୍ଜିଂ ଫିଚର ରହିଛି । କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ ୫.୩, NFC, Wi-Fi 6 ଭଳି ଫିଚର୍ସ ରହିଛି ।