ନୂଆ iPhone ସିରିଜର ସବୁଠାରୁ ଶସ୍ତା ମଡେଲ୍ ହେବ iPhone 17e, ଲଞ୍ଚକୁ ନେଇ ଆସିଛି ବଡ଼ ଅପଡେଟ୍

Apple ଚଳିତ ବର୍ଷ ଶେଷ ପୂର୍ବରୁ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ନୂଆ iPhone ସିରିଜ୍ ଲଞ୍ଚ କରିପାରେ । ନୂଆ iPhone ସିରିଜ୍ ଲଞ୍ଚ ହେବା ପାଇଁ ଆହୁର ବହୁତ ସମୟ ବାକି ଅଛି, କିନ୍ତୁ ଏହା ମାସ ମାସ ଧରି ଖବରରେ ରହିଛି । iPhone 17 ସିରିଜ୍ ସମ୍ପର୍କରେ ନୂଆ ଲିକ୍ ସାମ୍ନାକୁ ଆସୁଛି । ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ iPhone 17 ସିରିଜରେ ଏକ ନୂଆ iPhone ମଧ୍ୟ ଉପସ୍ଥାପନ କରିପାରେ, ଯାହା iPhone 17e ହେବ । ଏହି ପ୍ରକାରର ଲିକ୍ ମଧ୍ୟ ଏବେ ସାମ୍ନାକୁ ଆସିବା ଆରମ୍ଭ କରିଛି ।
କୁହାଯାଉଛି ଯେ କମ୍ପାନୀ ନୂଆ ସିରିଜ୍ ସହିତ iPhone 17e ଲଞ୍ଚ କରିବ ନାହିଁ । ଯେପରି Apple ମାର୍କେଟରେ iPhone 16e ଲଞ୍ଚ କରିଥିଲା, ସେହିପରି ନୂଆ ସିରିଜ୍ ଲଞ୍ଚ ହେବାର କିଛି ମାସ ପରେ iPhone 17e ମଧ୍ୟ ଲଞ୍ଚ ହେବ ।
ଏକ ରିପୋର୍ଟରୁ ଜଣାଯାଇଛି ଯେ ଏହି ଫୋନ୍ ୨୦୨୬ ମେ’ ମାସରେ ଲଞ୍ଚ ହୋଇପାରେ । ବର୍ତ୍ତମାନ iPhone 17e ର ସଠିକ୍ ଲଞ୍ଚ ଡେଟ୍ ପ୍ରକାଶ କରାଯାଇ ନାହିଁ । ତେବେ ଏହାର ଅର୍ଥ ହେଉଛି ଯେ iPhone 17 ସିରିଜ ଲଞ୍ଚ ହେବା ପରେ, iPhone ଲର୍ଭସଙ୍କୁ iPhone 17e ପାଇଁ କିଛି ମାସ ଅପେକ୍ଷା କରିବାକୁ ପଡ଼ିପାରେ ।
ଆପଣଙ୍କୁ ଜଣାଇ ଦେଉଛୁ ଯେ Apple ଫେବୃଆରୀ ୨୦୨୫ରେ iPhone 16e ଲଞ୍ଚ କରିଥିଲା । ଏହାକୁ ଆପଲ୍ ୫୯,୯୦୦ ଟଙ୍କା ମୂଲ୍ୟରେ ବଜାରରେ ଲଞ୍ଚ କରିଛି । Apple, iPhone 16e କୁ iPhone SE ଜାଗାରେ ଉପସ୍ଥାପନ କରିଛି । ଏହି ନୂଆ ସ୍ମାର୍ଟଫୋନ୍ ଲାଟେଷ୍ଟ ସିରିଜର ସବୁଠାରୁ ଶସ୍ତା iPhone’ । ଏହା ବିଶ୍ବାସ କରାଯାଉଛି ଯେ iPhone 16e ପରି iPhone 17e ମଧ୍ୟ ଅପକମିଙ୍ଗ ସିରିଜର ସବୁଠାରୁ ଶସ୍ତା iPhone ହେବ । ଅପକମିଙ୍ଗ iPhone ରେ ୟୁଜର୍ସମାନଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଫିଚରର ସପୋର୍ଟ ମଧ୍ୟ ମିଳିବ ।
Also read : Apple IPhone 14ରେ ବମ୍ପର ଡିସକାଉଣ୍ଟ, ଫ୍ଲିପକାର୍ଟରେ ମିଳୁଛି ଏହି ଅଫର