ଫ୍ଲିପକାର୍ଟର ଏହି ଅଫର ଉଡାଇଦେବ ହୋସ୍‌, Vivo-Realme 5g ଫୋନରୁ ବି ଶସ୍ତାରେ ମିଳୁଛି iPhone SE

ଇ-କମର୍ସ େଓ୍ଵବସାଇଟ ଫ୍ଲିପକାର୍ଟ ଏକ ଏଭଳି ପ୍ଲାଟଫର୍ମ ଯେଉଁଠି ଆପଣଙ୍କୁ ସବୁ ପ୍ରକାର ପ୍ରଡକ୍ଟ ଶସ୍ତା ଦାମରେ ମିଳିଯାଏ। ଏହା ଉପରେ ଏବେ ସମସ୍ତେ ନିର୍ଭର କରୁଛନ୍ତି। affordable priceରେ ଯଦି ଆପଣ କିଛି ଜିନିଷ କିଣିବାକୁ ଚାହୁଁଛନ୍ତି ତେବେ ଏହି ପ୍ଲାଟଫର୍ମ ସବୁଠୁ ଭଲ ଅପସନ। ପ୍ରତ୍ୟେକ ଏଠି ଡ୍ରେସ ଠୁ ଆରମ୍ଭ କରି ଫୋନ ପର୍ଯ୍ୟନ୍ତ କିମ୍ବା ଘରର ଯେକୋଣସି ଜିନିଷ ହେଉ କିଣିବାକୁ ପସନ୍ଦ କରନ୍ତି।

ଏବେ ଆଇଫୋନ ଉପରେ ମଧ୍ୟ ଫ୍ଲିପକାର୍ଟ ବଢ଼ିଆ ଅଫର ନେଇଆସିଛି। ଯାହାକୁ ଆପଣ ଭିଭୋ ଓ ରିଏଲ ମି ୫ଜି ସ୍ମାର୍ଟଫୋନରୁ ମଧ୍ୟ କମ ପାଇପାରିବେ। ଫ୍ଲିପକାର୍ଟ ଆପ୍‌ଲ ଆଇଫୋନ ଏସଇ ର ୧୨୮ ଜିବି ଭାରିଏଣ୍ଟର ଦାମ ରଖିଛି ଖୁବ ଶସ୍ତା। ଯାହାକୁ ଆପଣ କେବଳ ୧୩,୯୯୯ ଟଙ୍କାରେ କିଣିପାରିବେ।

ଆପଲ୍‌ ଆଇଫୋନ ଏସଇ୨କୁ ୪୪,୯୦୦ ଟଙ୍କାରେ ଲଞ୍ଚ କରାଯାଇଥିଲା। ଏବେ କିନ୍ତୁ ଫ୍ଲିପକାର୍ଟରେ ଆପଣ ଏହାକୁ କମ ମୂଲ୍ୟରେ ପାଇପାରିବେ। ଏହି ପ୍ଲାର୍ଟଫର୍ମ ଏବେ ସ୍ମାର୍ଟଫୋନରେ ୩୭% ର ଛାଡ ଦେଉଛି। ଯାହାକୁ ଆପଣ ୨୭,୯୯୯ ଟଙ୍କାରେ କିଣିପାରିବେ। citi bank ୟୁଜର୍ସଙ୍କ ପାଇଁ ଏହି ଡିଲ ରେ ଆଉ ଏକ ଅଫର ମିଳୁଛି। ଯଦି ଆପଣ ଏହି ବ୍ୟାଙ୍କରେ କ୍ରେଡିଟ ଓ ଡେବିଟ କାର୍ଡର ବ୍ୟବହାର କରୁଛନ୍ତି ତେବେ ହଜାର ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। ଏହାଦ୍ୱାରା ଆପଣ ଏହି ମଡେଳକୁ ୨୬,୯୯୯ ଟଙ୍କାରେ କିଣିପାରିବେ।

flipkart
pc: ht tech

ତେବେ ଫ୍ଳିପକାର୍ଟରେ ଏଥିପାଇଁ ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି। ନିଜ ପୁରୁଣା ସ୍ମାର୍ଟଫୋନ ବଦଳରେ ନୂଆ ଫୋନ କିଣିବା ପରେ ଆପଣ ୧୩ ହଜାର ଟଙ୍କାର ବଚତ କରିପାରିବେ। ଯଦି ଆପଣଙ୍କୁ ଏହାର ପୂରା ଫାଇଦା ମିଳିବ ତେବେ ଏହି ଫୋନକୁ ଆପଣ ୨୬ ହଜାର ବଦଳରେ ମାତ୍ର ୧୩,୯୯୯ ଟଙ୍କାରେ କିଣିପାରିବେ।

ଏହି ମଡେଲରେ ସିଙ୍ଗିଲ ରିୟର କ୍ୟାମେରା ଏବଂ ୭ଏମପି ର ଫ୍ରଣ୍ଟ କ୍ୟାମେରା ରହିଛି। ଏ୧୩ର ବାୟୋନିକ ଚିପ ସହ ଦୁଆଲ ସିମ ଫୋନ ରହିଛି। ଏଥିରେ ୪ଜି ସେବା ମଧ୍ୟ ରହିଛି। ୪.୭ ଇଞ୍ଚର ରେଟିନା ଏଚଡି ଡିସପ୍ଲେ ଏବଂ କ୍ୱିକ ଚାର୍ଜିଂ ସର୍ପୋଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.