୩୦ ହଜାର ଦାମରେ ଲଞ୍ଚ୍‌ ହେଉଛି  iPhone SE 3, ମିଳିବ 5G କନେକସନ୍‌

ଆପଲ ନିଜର ଶସ୍ତା ଫୋନର ସିରିଜରେ ନୂଆ ଡିଭାଇସ  iPhone SE 3 କୁ ସାମିଲ କରିବାକୁ ଯାଉଛି। ଯାହାକୁ ୟୁଜର୍ସ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି। ସେହିପରି ଏକ ରିପୋର୍ଟ ଅନୁଯାୟୀ ୟୁଜର୍ସଙ୍କୁ ଏଥିପାଇଁ ଆଉ ଅପେକ୍ଷା କରିବାକୁ ପଡିବନି। କାହିଁକିନା ଆପଣଙ୍କର ଅପେକ୍ଷାର ସମୟ ସରିଗଲା ଆସନ୍ତା ମାର୍ଚ୍ଚ ୮ରେ ହିଁ ବଜାରରେ ଲଞ୍ଚ୍‌ ହୋଇପାରେ  iPhone SE 3 । ଯଦିଓ ଏହାକୁ ନେଇ କମ୍ପାନୀ କୌଣସି ଅଫିସିଆଲ ଘୋଷଣା କରିନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ  iPhone SE 3 କମ୍ପାନୀର ବଜେଟ ଫୋନ ହେବା ସହିତ ଲଞ୍ଚ୍‌ ପୂର୍ବରୁ ହିଁ ଏହାର ଦାମ୍‌ ସାମ୍ନାକୁ ଆସିଯାଇଛି।

 iPhone SE 3ର ଦାମ୍‌

କୁ ନେଇ ନିକଟରେ ଜଣେ ଡିଜିଟାଲ ଜର୍ନାଲ ଆନାଲିଷ୍ଟ ଜନ୍‌ ଡୋନାଭନ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି। ସେ ଜଣାଇଛନ୍ତି ଯେ ଆଇଫୋନ୍‌ କୁ ବଜାରରେ ୩୦୦ ଡଲାର ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୨୨,୫୦୦ ଟଙ୍କା ହୋଇପାରେ। ଯାହା ଗତ ବର୍ଷ ଲଞ୍ଚ୍‌ ହୋଇଥିବା ଆଇଫୋନ ତୁଳନାରେ ୭,୫୭୦ ଟଙ୍କାରେ ଶସ୍ତା ହେବ। ସେହିପରି ଏକ ଅନ୍ୟ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ ଆଇଫୋନ ର ପ୍ରାରମ୍ଭିକ ଦାମ ୩୦,୨୦୩ ଟଙ୍କା ଆସିପାରେ।

 iPhone SE 3 ଡିଜାଇନ୍‌

iPhone SE 3କୁ କମ୍ପାନୀ ୨୦୨୨ ଭଳି ଡିଜାଇନ୍‌ କରିଛି ବୋଲି କୁହାଯାଉଛି। କିନ୍ତୁ ଏହି ଫୋନ 5G କନେକ୍ଟିଭିଟୀ ସହିତ ଆସିବ। ଏଥିରେ ଚିପସେଟ ଏବଂ ୩ ଜିବି ରାମ ମିଳିପାରେ।

 iPhone SE 3 ସ୍ପେସିଫିକେସନ୍ସ

ଆପଲ ଦ୍ୱାରା iPhone SE 3କୁ A15 Bionic ସହିତ ଚଲାଇବାର ସମ୍ଭାବନା ରହିଛି। ଏହି ଚିପସେଟ୍‌ ସିରିଜକୁ ଶକ୍ତି ପ୍ରଦାନ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.