ନୂଆବର୍ଷରେ ଆପଲ୍‌ ପ୍ରେମୀଙ୍କ ପାଇଁ ଭଲ ଖବର, ଆସୁଛି ସବୁଠୁ ଶସ୍ତା 5G iPhone

ନୂଆବର୍ଷରେ ଆସୁଛି ଆପଲ୍ ର ସବୁଠୁ ଶସ୍ତା 5G iPhone । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଯାଇଛି ଏକ୍ସାଇଟମେଣ୍ଟ ଲେଭଲ । ଆଇଫୋନ ଯାହା ସବୁବେଳେ ଯୁବବର୍ଗଙ୍କ ପାଇଁ ପ୍ରଥମ ପସନ୍ଦ ରହିଥାଏ । କିନ୍ତୁ ଏହାର ଦାମ୍ କୁ ନେଇ ଅନେକ ଜଣ ପଛଘୁଞ୍ଚା ହୋଇଯାନ୍ତି । ସବୁଠୁ ଦାମୀ ଫୋନ କଥା ଧ୍ୟାନକୁ ଆସିଲେ ଆପଲ୍ କଥା ହିଁ ନଜରକୁ ସର୍ବପ୍ରଥମେ ଆସିଥାଏ । କିନ୍ତୁ କମ୍ପାନୀ ଏବେ ତାର ପ୍ରିୟ ଗ୍ରାହକଙ୍କ ପାଇଁ ଆଣିଛି ଭଲ ଅଫର । ଯାହା ଅନ୍ତର୍ଗତ ଏହି ସ୍ମାର୍ଟଫୋନ 5G iPhoneର ଦାମ ଖୁବ ଶସ୍ତା ହୋଇଯାଇଛି । ଯାହାକୁ ଆପଣ ବିନା କୌଣସି ଟେନସନ୍ ରେ କିଣି ପାରିବେ ।

ଆଇଫୋନର ଏହି ମଡେଲର ନାମ ହେଉଛି iPhone SE 3 । ଏହାର ଡିଜାଇନ ମଧ୍ୟ ଦମଦାର ରହିଛି । ତେବେଏହାର ସ୍ପେସିଫିକେସନକୁ ନେଇ ଅନେକ ଚର୍ଚ୍ଚା ଧରିଛି । କିଛି ଜଣଙ୍କ ମତରେ ଏହା ଏକ ହାର୍ଡୱେୟାର ଅପଗ୍ରେଡ ଯାହାର ଡିଜାଇନରେ କୌଣସି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ଅନ୍ୟମାନଙ୍କ ମତରେ ଏହାର ଡିଜାଇନରେ ନୂଆ ରୂପ ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ ଟିପଷ୍ଟାର @xleaks ଏହି ଆଇଫୋନ ମଡେଲକୁ ପ୍ରଦର୍ଶିତ କରିବା ପାଇଁ ନୂଆ CAD ରେଣ୍ଡର୍ସ କୁ ସାମ୍ନାକୁ ଆଣିବ । ଏହି ରେଣ୍ଡର୍ସ ଅନୁଯାୟୀ ଏଥିରେ ସିଙ୍ଗିଲ କ୍ୟାମେରା ଓ LED ଫ୍ଲାସ ସହ ସମାନ ରିୟର ଡିଜାଇନ ହୋଇଛି । ଏହି ମଡେଲ ପୁରୁଣା ମଡେଲ ସହ ପାଖାପାଖି ସମାନ ରହୁଥିବାର ଜାଣିବାକୁ ମିଳିଛି । ଏଥିରେଟ୍‌ଚ ଆଇଡି ବଟନ ନାହିଁ । ଡିଭାଇସ୍‌ରେ 5.69 ଇଞ୍ଚର ସ୍କ୍ରିନ ରହିଥିବା ସହିତ ଫେସ୍ ଆଇଡି ଓ ସେଲଫି କ୍ୟାମେରା ସେଂସର ପାଇଁ ନୂଆ ଡିଜାଇନ ହୋଇଛି । ଏଥିରେ A14 ବୟୋନିକ କିମ୍ବା A15 ବାୟୋନିକ ଚିପସେଟ ରହିବ । ଯାହା 5G ନେଟୱାର୍କ କନେକ୍ଟିଭିଟି ସହ ସାମ୍ନାକୁ ଆସିବ ।

iphone
pc: zee news

ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ଲଞ୍ଚ କରିବାର ଯୋଜନା ରହିଛି । ତେବେ କମ୍ପାନୀ ତରଫରୁ ବିଶେଷ ସୂଚନା ମିଳିନଥିବା ବେଳେ ଟିପଷ୍ଟାର ତଥା ବିଶ୍ଳେଷକଙ୍କ ଦ୍ୱାରା ଏହି ତଥ୍ୟ ମିଳିଛି । ତେବେ ଏହାସହ ଫୋନର ଦାମ ଶସ୍ତା ରହିବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.