iPhone SE 4 ର ଲଞ୍ଚ କନଫର୍ମ, ଏହି ଦିନ ଲଞ୍ଚ ହେବ Apple ର ସବୁଠାରୁ ଶସ୍ତା iPhone

Apple ନିଜର ନୂଆ ପ୍ରଡକ୍ଟର ଲଞ୍ଚ ଡେଟ୍ କନଫର୍ମ କରିଛି । କମ୍ପାନୀର CEO ଅଫିସିଆଲ୍ X ହ୍ୟାଣ୍ଡେଲ ମାଧ୍ୟମରେ ଏକ ଇନଫରମେସନ୍ ଦେଇଛନ୍ତି । Apple ର ଏହି ନୂତନ ଇଭେଣ୍ଟ ଆସନ୍ତା ସପ୍ତାହରେ ଆୟୋଜିତ ହେବ । ବହୁତ ଦିନ ଧରି ଅପେକ୍ଷା କରିଥିବା iPhone SE 4 ଉପସ୍ଥାପନ କରାଯିବ । ଏହା ବ୍ୟତୀତ M4 MacBook Air କୁ ମଧ୍ୟ ଏହି ଇଭେଣ୍ଟରେ ଲଞ୍ଚ କରାଯିବ । ନିକଟରେ ଆପଲର ଅଫରଡେବଲ୍ iPhone SE ର ଲଞ୍ଚ ସମ୍ପର୍କରେ ମଧ୍ୟ ଖବର ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ଏହାକୁ ଆସନ୍ତା ସପ୍ତାହରେ ଗ୍ଲୋବାଲି ଲଞ୍ଚ କରାଯିବ । iPhone SE 4 ସହିତ iPad 11 (୨୦୨୫)ଏବଂ Apple Vision Pro କୁ ମଧ୍ୟ ଉପସ୍ଥାପନା କରାଯାଇପାରେ ।

Apple CEO ନିଜର ଅପକମିଙ୍ଗ ଇଭେଣ୍ଟର ଡିଟେଲ୍ ସେୟାର କରିଛନ୍ତି । X ର ଏକ ପୋଷ୍ଟରେ CEO ଆପଲ ଇଭେଣ୍ଟର ଡେଟ୍ କନଫର୍ମ କରି କହିଛନ୍ତି ଯେ ‘ଆପଲର ନୂଆ ପ୍ରଡକ୍ଟ ପାଇଁ ପ୍ରସ୍ତୁତ ହୁଅ’ । ଏହା ଫେବୃଆରୀ ୧୯, ବୁଧବାର ଦିନ ଉପସ୍ଥାପନା କରାଯିବ । iPhone SE ର ପୂର୍ବ ମଡେଲ୍ ୨୦୨୨ ମସିହାରେ ଲଞ୍ଚ ହୋଇଥିଲା । ଆପଲ ଫ୍ୟାନ୍ସମାନେ ଗତ ୩ ବର୍ଷ ଧରି ଅଫରଡେବଲ୍ ଫୋନ୍ ପାଇଁ ଅପେକ୍ଷା କରିଛନ୍ତି ।

iPhone SE 4 ର ଫିଚର୍ସ :

ନୂଆ iPhone SE 4 କୁ ଲାଟେଷ୍ଟ A18 Bionic ଚିପସେଟ୍, Apple Intelligence ସମେତ ଅନେକ ଦମଦାର୍ ଫିଚର୍ସ ଏବଂ ଇମ୍ପ୍ରୁଭ ଡିଜାଇନ୍ ସହିତ ଲଞ୍ଚ କରାଯାଇପାରିବ । ଏଥିରେ ଫୋନର ଫ୍ରଣ୍ଟ ପ୍ୟାନେଲର ଡିଜାଇନ୍ ରେଗୁଲାର୍ iPhone 15 ପରି ଦେଖାଯାଉଛି, ଯାହାର ଅର୍ଥ ହେଉଛି ଅଫରଡେବଲ୍ iPhone SE ରେ ମଧ୍ୟ ଡାଇନାମିକ୍ ଆଇଲ୍ୟାଣ୍ଡ ଡିସପ୍ଳେ ମିଳିପାରିବ । ଆପଲ ନୂଆ ଡାଇନାମିକ୍ ଆଇଲ୍ୟାଣ୍ଡ ଫିଚରକୁ iPhone 14 Pro ସିରିଜରେ ଦେଇଥିଲା । ଏହା ପ୍ରଥମେ SE ମଡେଲ୍ ହେବ, ଯେଉଁଥିରେ ନଚ୍ ଫିଚର ରହିବ ନାହିଁ ।

ଆପଲ ନିଜର ଏହି ଅପକମିଙ୍ଗ ଆଇଫୋନରେ ପ୍ରଥମ ଥର ପାଇଁ ହୋମ୍ ବଟନ୍ ଡଟାଇ ପାରେ । ଏହା ବ୍ୟତୀତୟୁଜର୍ସକୁ ଏଜ-ଟୁ-ଏଜ୍ ଡିସପ୍ଲେ ଏବଂ ଫୋସ୍ ଆଇଡିର ଏକ୍ସପେରିୟନ୍ସ ପାଇପାରିବେ । Apple iPhone SE 4 ରେ ୟୁଜର୍ସମାନଙ୍କୁ ବେଜେଲଲେସ୍ ଡିଜାଇନ୍ ସହିତ ଏକ ଡିସପ୍ଲେ ମିଳିବ । ଏହା ସହିତ ତଳେ ଥିବା ମୋଟା ଚିନ୍ ବେଜେଲ୍ ମଧ୍ୟ ହଟାଯାଇପାରିବ । iPhone SE 4 ର ବ୍ୟାକରେ ଗୋଟିଏ କ୍ୟାମେରା ମିଳିପାରିବ । ଏଥିରେ କମ୍ପାନୀ ୪୮ MP ର ପ୍ରାଇମେରୀ କ୍ୟାମେରା ଦେବ । ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ଯେକୈଣସି SE ମଡେଲ ତୁଳନାରେ ଏହା ସବୁଠାରୁ ପାୱାରଫୁଲ୍ କ୍ୟାମେରା ସେଟଅପ୍ ହେବ ।