ଆଇଫୋନରେ ଆପେ ଆପେ ବ୍ଲକ୍ ହେବ ସ୍ପାମ୍ କଲ୍! Truecaller ଆଣିଲା ନୂଆ Live Caller ID ଫିଚର୍

ଯେତେବେଳେ ବି ଆମ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସେ ଆମେ ସେହି ଲୋକର ପରିଚୟ ଜାଣିବା ପାଇଁ ବହୁତ ଆଗ୍ରହୀ ଥାଏ । ସେଥିପାଇଁ ଆଜିକାଲି ଅଧିକରୁ ଅଧିକ ଲୋକ ଟ୍ରୁକଲର୍ ଆପ୍ ବ୍ୟବହାର କରୁଛନ୍ତି । ଅଜଣା ନମ୍ବରରୁ କଲ୍ ଆସିବା ସମୟରେ କାହାର ପରିଚୟ ଜାଣିବା ପାଇଁ ଟ୍ରୁକଲର୍ ଆପକୁ ସବୁଠାରୁ ବେଷ୍ଟ ଅପ୍ସନ୍ ବୋଲି ବିବେଚନା କରାଯାଏ । ତଥାପି, ଆପରେ ଥିବା ଫିଚର୍ସଗୁଡିକ ଆଣ୍ଡ୍ରଏଡ୍ ୟୁଜର୍ସ ଏବଂ iOS ୟୁଜର୍ସଙ୍କ ପାଇଁ ଅଲଗା ହୋଇଥାଏ ।

ଟ୍ରୁକଲରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର୍ ଲାଇଭ୍ କଲର୍ ID ବୋଲି କୁହାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଚର୍ ଆଇଫୋନରେ ଉପଲବ୍ଧ ନଥିଲା, କିନ୍ତୁ କମ୍ପାନୀ ବୁଧବାର ଦିନ ଘୋଷଣା କରିଛି ଯେ ବର୍ତ୍ତମାନ iOS ୟୁଜର୍ସମାନେ ମଧ୍ୟ ଏହି ଫିଚର୍ସ ବ୍ୟବହାର କରିପାରିବେ । ଟ୍ରୁକଲର୍ ସିଇଓ ଏଲାନ୍ ମାମେଦି ସେପ୍ଟେମ୍ବର 2024ରେ ଆଇଓଏସ୍ ୟୁଜର୍ସଙ୍କ ପାଇଁ ଲାଇଭ୍ କଲର୍ ID ଫିଚର୍ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ଆଇଓଏସ୍ ୟୁଜର୍ସମାନେ ଟ୍ରୁକଲରରେ ଏକ ନମ୍ବର ସର୍ଚ୍ଚ କରିଲେ ଏହା ବିଷୟରେ ଅତି ସହଜରେ ସବୁକିଛି ଡାଟା ଜାଣିପାରିବେ ।

କିନ୍ତୁ ଗୋଟିଏ ଜିନିଷ ଯାହା ୟୁଜର୍ସଙ୍କୁ ସବୁବେଳେ ଚିନ୍ତାରେ ପକାଉଥିଲା ତାହା ହେଉଛି ଯେପରି ଆଣ୍ଡ୍ରଏଡରେ ଲାଇନ୍ କଲର୍ ID ଉପଲବ୍ଧ ଅଛି ସେହିଭଳି ଏହି ଫିଚର୍ ଆଇଓଏସରେ ମଧ୍ୟ ରହିବା ଉଚିତ । ତେବେ ବର୍ତ୍ତମାନ ଆଇଓଏସ୍ ୟୁଜର୍ସଙ୍କ ଏହି ମନୋସ୍କାମନା ପୁରାଣ ହେବାକୁ ଯାଉଛି । କାରଣ ଏବେ ଆପଲ୍ ନିଜର କଲର୍ ID ଲୁକଅପ୍ ଫିଚର୍ ଲଞ୍ଚ କରିଛି । କୌଣସି ଅଜଣା ନମ୍ବରରୁ କଲ୍ ଆସିଲେ ଏହି ଫିଚର୍ ଅଟୋମେଟିକ୍ ଭାବରେ ସଜେଷ୍ଟ କରେ ଆପଣଙ୍କୁ କିଏ କଲ୍ କରୁଛି ।

ଆପଲ୍ ର କଲର୍ ଆଇଡି ଲୁକ୍ଅପ୍ ଫିଚର୍ ମେସେଜ ଏବଂ ମେଲରୁ ଡାଟା ବ୍ୟବହାର କରି କଲର୍ ସଜେସନ୍ ପ୍ରଦାନ କରେ । କିନ୍ତୁ ଯେହେତୁ ଟ୍ରୁକଲରର ଫୋନ୍ ନମ୍ବର ଏବଂ IDର ଏକ ବଡ଼ ଡାଟାବେସ୍ ଅଛି । ସେଥିପାଇଁ ଯଦି ଆପଣ ଟ୍ରୁକଲର୍ ବ୍ୟବହାର କରନ୍ତି ତେବେ ଆପଣ ଅଧିକ ସଠିକ୍ କଲର୍ IDର ସଜେସନ୍ ପାଇପାରିବେ । ଏହା ସହିତ, ଆଇଫୋନ୍ ୟୁଜର୍ସମାନେ ମଧ୍ୟ ସ୍ପାମ୍ କଲକୁ ଅଟୋମେଟିକାଲି ବ୍ଲକ୍ କରିବାର ଫିଚରର ଲାଭ ଉଠାଇପାରିବେ ।

ଏହା ବ୍ୟତୀତ, iOS ରେ ଟ୍ରୁକଲର୍ ବର୍ତ୍ତମାନ ୟୁଜର୍ସମାନଙ୍କୁ ପୂର୍ବରୁ ଆଇଡିଣ୍ଟିଫାଏ ହୋଇଥିବା କଲ୍ ସର୍ଚ୍ଚ କରିବାକୁ ଅନୁମତି ଦେଇଥାଏ । ତେବେ ଏହି ନମ୍ବର ସର୍ଚ୍ଚ ଏବଂ କଲର୍ ID ଫିଚର୍ ଟ୍ରୁକଲର୍ ପ୍ରିମିୟମ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ଯଦି ଆପଣ iOS ରେ ଏକ ଫ୍ରି ୟୁଜର୍, ତେବେ ଆପଣ ମଧ୍ୟ ଏହି ଫିଚର୍ ବ୍ୟବହାର କରିପାରିବେ । ତେବେ ଏହି ଫିଚର୍ ବ୍ୟବହାର କରିବା ପାଇଁ ଗୋଟିଏ ଜିନିଷ ମନେରଖନ୍ତୁ ଯେ ଆପଣଙ୍କର iphone 18.2 କୁ ଅପଡେଟ୍ ହୋଇଥିବା ଆବଶ୍ୟକ ।

ଏହା ବ୍ୟତୀତ, ଟ୍ରୁକଲର୍ ଆପ୍ 14.0 କୁ ଅପଡେଟ୍ ହେବା ଉଚିତ । ଫିଚର୍ ଆକ୍ସେସ୍ କରିବାକୁ ଆଇଫୋନ୍ ସେଟିଂକୁ ଯାଆନ୍ତୁ । ଏହାପରେ ଆପ୍ସକୁ ଯାଆନ୍ତୁ । ଏହା ପରେ କଲ୍ ବ୍ଲକ୍ ଏବଂ ଆଇଡିଣ୍ଟିଫିକେସନକୁ ଯାଆନ୍ତୁ । ଏଠାରେ ସମସ୍ତ ଟ୍ରୁକଲର୍ ସୁଇଚ୍ ଇନେବଲ୍ କରନ୍ତୁ ।

You might also like