iQOO 13 ରେ ମିଳିବ ୫ ବର୍ଷର ସଫ୍ଟୱେର ସପୋର୍ଟ, ଲଞ୍ଚ ଡେଟ ସହିତ କନଫର୍ମ ହେଲା ଅନେକ ଫିଚର୍ସ

iQOO ଭାରତରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି, ଯାହାର ନାମ iQOO 13 ହେବ । ଭାରତୀୟ ସ୍ମାର୍ଟଫୋନ ମାକେର୍ଟରେ ଏହି ଫୋନ ଲଞ୍ଚ ବିଷୟରେ ଗତ କିଛି ମାସ ହେବ ଆଲୋଚନା ହୋଇଛି । ବର୍ତ୍ତମାନ ଶେଷେରେ କମ୍ପାନୀ ଏହି ଫୋନର ଲଞ୍ଚ ଡେଟ୍ କନଫର୍ମ କରିଛି ଏବଂ ଏହି ଫୋନ ୩ ଡିସେମ୍ବରରେ ଭାରତରେ ଲଞ୍ଚ ହେବାକୁ ଯାଉଛି ।
ବର୍ତ୍ତମାନ ଏହି ଫୋନ ବିଷୟରେ ଆହୁରି ଅନେକ ସୂଚନା ସାମ୍ନାକୁ ଆସିଛି, ଯେଉଁଥିରେ AnTuTu ସ୍କୋର, ସଫ୍ଟୱେର ସପୋର୍ଟ ଏବଂ ଅନ୍ୟାନ୍ୟ ଡିଟେଲ୍ସ ସାମିଲ୍ ଅଛି । ଖବର ଅନୁଯାୟୀ, iQOO 13 ର ଭାରତୀୟ ଭର୍ସନ ଚାଇନାରେ ଲଞ୍ଚ କରାଯାଇଥିବା ଭ୍ୟାରିଆଣ୍ଟ ସହିତ ସମାନ । ତଥାପି, ଏହାର ବ୍ୟାଟେରୀରେ କିଛି ପରିବର୍ତ୍ତନ କରାଯାଇପାରେ । ଏହି ସ୍ମାର୍ଟଫୋନ ଭାରତରେ Vivo Greater Noida ଫ୍ୟାସିଲିଟିରେ ମ୍ୟାନୁଫ୍ୟାକ୍ଚର କରାଯାଇଛି । ଏହି ଷ୍ଟେପ ‘Make in India’ ଅଧୀନରେ ଉଠାଯାଇଛି ।
କମ୍ପାନୀ , iQOO 13 ରେ ୫ ବର୍ଷର ସଫ୍ଟୱେର ଅପଡେଟ୍ ଯୋଗାଇବାକୁ ଯାଉଛି , ଯେଉଁଥିରେ ୪ ଟି OS ଅପଡେଟ୍ ଏବଂ ୫ ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ପ୍ୟାଚ୍ ଅପଡେଟ୍ ଅନ୍ତଭୁର୍କ୍ତ ହେବ । ଆପଣଙ୍କୁ କହିବୁ ଯେ iQOO ନିଜର ଏହି ଫୋନକୁ ଲାଟେଷ୍ଟ ଆଣ୍ଡ୍ରଏଡ୍ OS ଭର୍ସନ Android 15 Out of the box ସହିତ ଲଞ୍ଚ କରିପାରିବ , କାରଣ କମ୍ପାନୀ ଏହି ଫୋନକୁ କେବଳ Android 15 OS ସହିତ ଚାଇନାରେ ଲଞ୍ଚ କରିଛି । ଯଦି ଏହି ଫୋନ Android 15 OS ସହିତ ଭାରତରେ ଲଞ୍ଚ ହୁଏ, ତେବେ ଏହି ଫୋନ Android 19 ପର୍ଯ୍ୟନ୍ତ ଅପଡେଟ ଆସିବ ।
ଏହା ବ୍ୟତୀତ, iQOO 13 AnTuTu ରେ ବେଞ୍ଚମାର୍କ ଟେଷ୍ଟରେ ୩୦ ଲକ୍ଷରୁ ଅଧିକ ସ୍କୋର କରିଛି, ଯାହାର ଅର୍ଥ ହେଉଛି ଏହା ଏକ ଦମଦାର ଫ୍ଲାଗସିପ୍ ସ୍ମାର୍ଟଫୋନ ହେବାକୁ ଯାଉଛି । ଏହା ବ୍ୟତୀତ iQOO ଏହା ମଧ୍ୟ କନଫର୍ମ କରିଛି ଯେ ଏହି ଫୋନକୁ ୭୦୦୦mm² VC cooling system ଦିଆଯିବ , ଯାହା ଫୋନକୁ ଅଧିକ ଗରମହେବାରୁ ରକ୍ଷା କରିବ ।
ଏହା ଏକ ଅଲ୍ଟ୍ରା ସ୍ଲିମ୍ ଫ୍ଲାଗସିପ୍ ସ୍ମାର୍ଟଫୋନ ହେବ, ଯାହାର ଚଉଡା ମାତ୍ର ୦.୮୧୩ ସେମି ହେବ । ଫୋନ IP68+IP69 ସାଟିର୍ଫିକେସନ୍ସ ସହିତ ଆସିବ, ଏହାର ଅର୍ଥ ହେଉଛି ଯେ ୟୁଜର୍ସମାନେ ଓଦା ହାତରେ ଫୋନ ଚଲାଇପାରିବେ । ଏହି ସମସ୍ତ ଫିଚର୍ସ ଏବଂ ସ୍ପେସିଫିକେସନ୍ସ ବ୍ୟତୀତ, ଫୋନର ପ୍ରୋସେସର ବିଶଷୟରେ ସୂଚନା ମଧ୍ୟ କନଫର୍ମ ହୋଇଛି । Vivo ର ସବ୍ ବ୍ରାଣ୍ଡ୍ କମ୍ପାନୀ iQOO ନିଜର ଏହି ଫୋନ iQOO 13 କୁ Snapdragon 8 Elite ଚିପସେଟ୍ ସହିତ ଲଞ୍ଚ କରିବ ।