iQOO ଏହାର ନୂଆ ଫୋନ IQOO 13 ର ଲଞ୍ଚ ଡେଟ୍ ପ୍ରକାଶ କରିଛି । ଡିସେମ୍ବର ୨୦୨୪ ରେ ଏହି ଫୋନ ଭାରତରେ ଲଞ୍ଚ ହେବ । ତେବେ କମ୍ପାନୀ ଏପର୍ଯ୍ୟନ୍ତ ପ୍ରକୃତ ଡେଟ୍ ଦେଇନାହିଁ । ଏହି ଫୋନ ଚାଇନାରେ ଲଞ୍ଚ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ଏହି ଫୋନର ଡିଟେଲ୍ସ ବିଷୟରେ ।
iQOO 13: Specifications :
iQOO 13 ରେ ବହୁତ ଭଲ ସ୍କ୍ରିନ୍ ଅଛି, ଯେଉଁଥିରେ ୬.୮୨ ଇଞ୍ଚର ରହିଛି । ଏହି ଫୋନରେ Qualcomm ର ନୂଆ ଏବଂ ସବୁଠାରୁ ଫାଷ୍ଟ ପ୍ରୋସେସର, Snapdragon 8 Elite ଲଗାଯାଇଛି । ଏହି ଫୋନରେ ୧୬GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ପାଇପାରିବେ । ଏହା ବ୍ୟତୀତ, ଏହି ଫୋନରେ ଏକ ସ୍ପେସାଲ ଚିପ୍ ମଧ୍ୟ ଅଛି, ଯାହା ଗେମ୍ ଖେଳିବା ପାଇଁ ବହୁତ ଭଲ ହୋଇଥାଏ । ଏହି ଫୋନ Android 15 ଅପରେଟିଂ ସିଷ୍ଟମରେ ଚାଲିଥାଏ ।
iQOO 13 ରେ ତିନୋଟି କ୍ୟାମେରା ଅଛି । ମେନ୍ କ୍ୟାମେରା ହେଉଛି ୫୦ ମେଗାପିକ୍ସଲ ଏବଂ ଏଥିରେ OIS ମଧ୍ୟ ଅଛି । ଦ୍ୱିତୀୟ କ୍ୟାମେରା ଜୁମ୍ ପାଇଁ ଏବଂ ତୃତୀୟ କ୍ୟାମେରା ରହିଛି ଓ୍ୱାଇଡ୍ ଆଙ୍ଗଲ ସଟ୍ସ ନେବା ପାଇଁ । ଏହା ବ୍ୟତୀତ କ୍ୟାମେରା ଚାରିପାଖରେ ଏକ ରିଙ୍ଗ୍ ଲାଇଟ୍ ମଧ୍ୟ ଅଛି, ଯାହାକୁ ଆପଣ ବିଭିନ୍ନ ରଙ୍ଗରେ ସେଟ୍ କରିପାରିବେ । ସେଲଫି ପାଇଁ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି ।
ଏହି ଫୋନରେ, ୬,୧୫୦mAh ବ୍ୟାଟେରୀ ଅଛି, ଯାହା ଖୁବ ଶୀଘ୍ର ଚାର୍ଜ କରେ । ଏହି ଫୋନରେ ଥିବା ଫିଙ୍ଗର ପ୍ରିଣ୍ଟ ସେନ୍ସର ସ୍କ୍ରିନ୍ ଭିତରେ ଲଗାଯାଇଛି । ଏହି ଫୋନ ପାଣି ଏବଂ ଧୂଳିରୁ ସୁରକ୍ଷିତ ରହିବ । ଫୋନରେ Wi-Fi 7, Bluetooth ୫.୪, NFC, GPS ଏବଂ USB Type-C ପୋର୍ଟ ଭଳି ଅନେକ କନେକ୍ଟିଭିଟି ଫିଚର୍ସ ରହିଛି ।
iQOO 13 ପ୍ରାଇସ୍ :
ଚାଇନାରେ iQOO 13 ର ପ୍ରାଇସ୍ ଗତ ବର୍ଷ ଲଞ୍ଚ ହୋଇଥିବା iQOO 12 ସହିତ ସମାନ ରଖାଯାଇଛି । ଯଦି ଭାରତରେ ଏଭଳି ହୁଏ, ତେବେ iQOO 13 ର ପ୍ରାଇସ୍ ୫୨,୯୯୯ ଟଙ୍କା ହୋଇପାରେ । କିନ୍ତୁ ଏପର୍ଯ୍ୟନ୍ତ କମ୍ପାନୀ ଏହାର ଦାମ୍ ବିଷୟରେ କିଛି କହିନାହିଁ ।