ଭିଭୋର ସବ ବ୍ରାଣ୍ଡ ମଡେଲ iQoo 8, ଦମଦାର ମଡେଲ ସହ ଖୁବଶୀଘ୍ର ହେବ ଲଞ୍ଚ

ଭିଭୋର ସବ ବ୍ରାଣ୍ଡ iQoo  ନିଜର ନୂଆ ସ୍ମାର୍ଟଫୋନ ସିରିଜ ଅଗଷ୍ଟ ୧୭ରେ ଲଞ୍ଚ କରିବାକୁ ଯାଉଛି। ଏହି ସିରିଜର ନାମ iQoo 8 ରଖାଯାଇଛି। ଏହା ଜାନୁଆରୀରେ ଲଞ୍ଚ କରାଯାଇଥିବା iQoo 7 ର ସକ୍ସେସର ମଡେଲ। କମ୍ପାନୀ ପକ୍ଷରୁ Weibo ରେ ଏନେଇ ଘୋଷଣା କରାଯାଇଛି। ଏହାର ଲଞ୍ଚ ଇଭେଣ୍ଟ ସଂନ୍ଧ୍ୟା ୭.୩୦ରେ ରଖାଯାଇଛି।

ଟିଜର ପୋଷ୍ଟରରେ ଏହାର ସ୍ପେଶିଫିକେସନ କିମ୍ବା ଡିଜାଇନକୁ ନେଇ କୋଣସି ସୂଚନା ମିଳିନାହିଁ। ଏହା ସହିତ ଫୋନର ଦାମ ମଧ୍ୟ ଲଞ୍ଚ ଡେଟରେ ହିଁ ପ୍ରକାଶ କରାଯିବ। ଏହି ଫୋନରେ ଏକ୍ସଟେଡେଣ୍ଟ ମେମୋରି ସହ 12GB ର‍୍ୟାମ ରହିଛି। ଏହାସହ 256 GBର ଷ୍ଟୋରେଜ ସିଷ୍ଟମ ମଧ୍ୟ ରହିିଛି।

ଫୋନଟି ଆଣ୍ଡ୍ରଏଡ11 ରେ ଆଧାରିତ ଅରିଜିନଓଏସ୍‌ 1.0 ଦ୍ୱାରା ଚାଳିତ। ତେବେ ରିପୋର୍ଟ ଅନୁଯାୟୀ, ଏହା ୨୦୨୧ର ସବୁଠୁ ଭଲ ମୋବାଇଲ ଫୋନ ଯାହାର ସ୍କ୍ରିନ ବହୁତ ଭଲ ରହିଛି। ଡିଭାଇସରେ 120Hz AMOLED ଡିସପ୍ଲେ ଦିଆଯାଇଛି। ଏହାସହ ଫୋନ ଭିଭୋର ଫନ ଟଚ  OS 11 ରେ କାମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.