ଲଞ୍ଚ ହୋଇଛି iQOO ର ଜବରଦସ୍ତ ସ୍ମାର୍ଟଫୋନ୍, ରହିଛି ବଢ଼ିଆ ଫିଚର୍ସ

iQOO ଭାରତରେ ୭୩୦୦mAH ବ୍ୟାଟେରୀ ସହିତ ଏକ ଫୋନ୍ ଲଞ୍ଚ କରିଛି । କମ୍ପାନୀ ଦାବି କରୁଛି ଯେ ଏହି ଫୋନ୍ ହେଉଛି ଭାରତରେ ସବୁଠାରୁ ବଡ଼ ବ୍ୟାଟେରୀ ସହିତ ଲଞ୍ଚ ହେବାକୁ ଥିବା ଫୋନ୍ । Vivo ର ସବସିଡିଆରୀ କମ୍ପାନୀ iQOO Z10 ସହିତ iQOO Z10x କୁ ମଧୟ ଉପସ୍ଥାପନ କରିଛି । ଏହି ଦୁଇଟି ଫୋନ୍ ସମାନ ଡିଜାଇନ୍ ସହି ଆସିଥାଏ । ହେଲେ ଫୋନର ହାର୍ଡୱେର ଫିଚରରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବଡ଼ ବ୍ୟାଟେରୀ ସହିତ ଏହି ସ୍ମାର୍ଟଫୋନରେ ୧୨୦ Hz ରିଫ୍ରେସ୍ ରେଟ୍ ସହିତ ଡିସପ୍ଲେ ମଧ୍ୟ ରହିବ ।
iQOO Z10 ର ପ୍ରାଇସ୍ :
iQOO Z10 ଭାରତରେ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟ ରହିଛି ଯାହା ହେଉଛି- ୮ GB RAM + ୧୨୮GB, ୮ GB RAM + ୨୫୬ GB ଏବଂ ୧୨ GB RAM + ୨୫୬ GB ରେ ଉପସ୍ଥାପନ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୨୧,୯୯୯ ଟଙ୍କା । ସେହିଭଳି ଏହାର ଅନ୍ୟ ଦୁଇଟି ଭାରିଆଣ୍ଟର ପ୍ରାଇସ୍ ଯଥାକ୍ରମେ ୨୩,୯୯୯ଟଙ୍କା ଏବଂ ୨୫,୯୯୯ ଟଙ୍କା ରହିଛି । ଫୋନର ପ୍ରଥମ ସେଲ୍ ଏପ୍ରିଲ୍ ୧୬ ଦିନ ମଧ୍ୟାହ୍ନ ୧୨ଟାରେ ଇ-କମର୍ସ ୱେବସାଇଟ୍ ଆମାଜନ୍ ଏବଂ iQOO ଷ୍ଟୋରରେ ଆୟୋଜିତ ହେବ । ପ୍ରଥମ ସେଲରେ ଫୋନଟିକୁ କିଣିଲେ ଆପଣଙ୍କୁ ୨୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ ।
ଏଥି ସହ iQOO Z10x ର ମଧ୍ୟ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟ ଅଛି ଯାହା ହେଉଛି- ୬GB RAM + ୧୨୮GB, ୮GB RAM + ୧୨୮GB ଏବଂ ୮GB RAM + ୨୫୬ GB ରେ ଲଞ୍ଚ କରାଯାଇଛି । ଏହାର ବେସ୍ ଭାରିଆଣ୍ଟର ପ୍ରାଇସ୍ ୧୩,୪୯୯ ଟଙ୍କା । ସେହିଭଳି ଏହାର ଅନ୍ୟ ଦୁଇଟି ଭାରିଆଣ୍ଟର ପ୍ରାଇସ୍ ଯଥାକ୍ରମେ ୧୪,୯୯୯ ଟଙ୍କା ଏବଂ ୧୬,୪୯୯ ଟଙ୍କା ରହିଛି । ଏହି ଫୋନର ପ୍ରଥମ ସେଲ୍ ଏପ୍ରିଲ୍ ୧୬ରେ ଅନୁଷ୍ଠିତ ହେବ । ଫୋନଟି କିଣିବା ଉପରେ ଆପଣଙ୍କୁ ୧୦୦୦ ଟଙ୍କାର ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ମିଳିବ ।
iQOO Z10 5G ର ଫିଚର୍ସ :
୧. iQOO Z10 ରେ ୬.୭୭-ଇଞ୍ଚର କର୍ଭଡ୍ AMOLED ଡିସପ୍ଲେ ଅଛି, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟ୍, ୫୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଭଳି ଫିଚର୍ସ ସହିତ ଆସିଥାଏ ।
୨. ଏହି ଫୋନରେ Qualcomm Snapdragon 7s Gen 3 ପ୍ରୋସେସର୍ ଉପଲବ୍ଧ ହେବ । ଏହା ସହିତ, ୧୨GB ପର୍ଯ୍ୟନ୍ତ LPDDR4X RAM ଏବଂ ୨୫୬GB ପର୍ଯ୍ୟନ୍ତ UFS ୨.୨ ଷ୍ଟୋରେଜ୍ ରହିବ । ଫୋନର RAM କୁ ୨୪GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।
୩. ଏହି ଫୋନଟି ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଏଥିରେ ୫୦MP ର ମେନ୍ OIS କ୍ୟାମେରା ରହିବ । ଏହା ସହିତ ଏକ ୨MP ରସେକେଣ୍ଡାରୀ କ୍ୟାମେରା ଉପଲବ୍ଧ ହେବ। ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୮MP କ୍ୟାମେରା ମଧ୍ୟ ରହିବ ।
୪. କନେକ୍ଟିଭିଟି ପାଇଁ, ଏହି iQOO ଫୋନରେ Wi-Fi Direct, Bluetooth 5.2, GPS, USB Type C ଭଳି ଫିଚର୍ସ ପ୍ରଦାନ କରାଯାଇଛି ।
୫. iQOO Z10 ରେ ୭,୩୦୦mAh ବ୍ୟାଟେରୀ ରହିଛି । ଏହା ସହିତ, ୯୦W ୱାୟଡ୍ ଫାଷ୍ଟ ଚାର୍ଜିଂ ଫିଚର୍, ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଇତ୍ୟାଦି ପ୍ରଦାନ କରାଯାଇଛି । ଏହି ଫୋନରେ IP65 ୱାଟର ଏବଂ ଡଷ୍ଟ ରେସିଷ୍ଟେଣ୍ଟ ଫିଚର ମଧ୍ୟ ଦିଆଯାଇଛି ।
୬. ଏହି ସ୍ମାର୍ଟଫୋନ୍ Android 15 ଉପରେ ବେସ୍ଡ FuntouchOS 15 ରେ କାମ କରେ । କମ୍ପାନୀ ଦୁଇ ବର୍ଷ ପାଇଁ ସଫ୍ଟୱେର୍ ଅପଡେଟ୍ ଏବଂ ତିନି ବର୍ଷ ପାଇଁ ସିକ୍ୟେୁରିଟି ଅପଡେଟ୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ।
iQOO Z10x 5G ର ଫିଚର୍ସ :
୧. iQOO Z10x 5G ରେ ୬.୭ ଇଞ୍ଚର ଡିସପ୍ଲେ ଅଛି, ଯାହା 120Hz ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରେ ।
୨. ଏହି ଫୋନରେ ମିଡିଆଟେକ୍ ଡାଇମେନ୍ସିଟି ୭୩୦୦ ପ୍ରୋସେସର୍ ଅଛି, ଯାହା ସହିତ ୬GB RAM ଏବଂ ୨୫୬GB ଷ୍ଟୋରେଜ୍ ସପୋର୍ଟ ଉପଲବ୍ଧ ।
୩. ଏହି ଫୋନଟି ଦୁଇଟି ରିୟର କ୍ୟାମେରା ସହିତ ମଧ୍ୟ ଆସିଥାଏ । ଏଥିରେ ଏକ ୫୦MP ମେନ୍ ଏବଂ ୨MP ସେକେଣ୍ଡାରୀ କ୍ୟାମେରା ରହିବ। ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୮MP କ୍ୟାମେରା ମଧ୍ୟ ରହିବ ।
୪. ଏହି ଫୋନରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର, ବ୍ଲୁଟୁଥ୍ ୫.୪, ୱାଇ-ଫାଇ ୬ ଭଳି ଫିଚର୍ସ ରହିବ । ଏହି ଫୋନଟି IP64 ରେଟେଡ୍, ଯାହା ଫୋନକୁ ୱାଟର ଏବଂ ଡଷ୍ଟରୁ ରକ୍ଷା କରେ।
୫. ଏହି iQOO ଫୋନଟି ଏକ ପାୱାରଫୁଲ୍ ୬,୫୦୦mAh ବ୍ୟାଟେରୀ ଏବଂ ୪୪W ୱାୟଡ୍ ଚାର୍ଜିଂ ଫିଚର ସହିତ ଆସିଥାଏ ।