ଭାରତୀୟ ବଜାରରେ ଖୁବ୍ ଶୀଘ୍ର ଏଣ୍ଟ୍ରି କରିବ iQOO Z10x 5G, ଜାଣନ୍ତୁ ଡିଟେଲ୍ସ

ଚଳିତ ବର୍ଷ ସ୍ମାର୍ଟଫୋନ୍ ବଜାର ପାଇଁ ଅତ୍ୟନ୍ତ ଦମଦାର୍ ହେବାକୁ ଯାଉଛି । ଏହାକୁ ସାଉଥ୍ କୋରିଆର ବଡ଼ କମ୍ପାନୀ Samsung ଆରମ୍ଭ କରିଛି । Samsung ଭାରତ ବଜାରରେ Galaxy S25 5G ସିରିଜକୁ ଲଞ୍ଚ କରିଛି । ବର୍ତ୍ତମାନ ଅନ୍ୟ ବ୍ରାଣ୍ଡ ଗୁଡିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍ମାର୍ଟଫୋନ୍ ମେକର କମ୍ପାନୀ iQ ଭାରତୀୟ ବଜାରରେ ଏକ ବଡ଼ ଧମାକା କରିବାକୁ ପ୍ରସ୍ତୁତ ହେଉଛି । iQOO ଦ୍ବାରା ଖୁବ୍ ଶୀଘ୍ର ମାର୍କେଟରେ iQOO Z10x 5G କୁ ଲଞ୍ଚ କରାଯିବ ।

ଯଦି ଆପଣ ମିଡ୍ ରେଞ୍ଜ ସେଗମେଣ୍ଟରେ ନୂଆ ସ୍ମାର୍ଟଫୋନ୍ କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ବହୁତ ଶୀଘ୍ର iQOO ର ନୂଆ ଦମଦାର୍ ସ୍ମାର୍ଟଫୋନ୍ ଦେଖିବାକୁ ପାଇବେ । iQOO Z10x 5G କୁ ନେଇ କିଛି ଲିକ୍ସ ସାମ୍ନାକୁ ଆସିଛି । ଲାଟେଷ୍ଟ ଅପଡେଟ୍ ଅନୁଯାୟୀ, iQOO Z10x 5G ନିକଟରେ BIS ସାର୍ଟିଫିକେସନ୍ ୱେବସାଇଟରେ ଦେଖିବାକୁ ମିଳିଛି । ଏହି ଲିଷ୍ଟ ସୂଚିତ୍ କରେ ଯେ କମ୍ପାନୀ ଏହାକୁ ଶୀଘ୍ର ବଜାରରେ ଲଞ୍ଚ କରିବାକୁ ଯାଉଛି ।

ସ୍ମାଟର୍ଫୋନ୍ BIS ର ମଡେଲ୍ ନମ୍ବର I2404 ସହିତ ଲିଷ୍ଟ କରାଯାଇଛି । ବର୍ତ୍ତମାନ ବିଶ୍ବାସ୍ କରାଯାଉଛି ଯେ ଏହି ସ୍ମାର୍ଟଫୋନ୍ ଆସନ୍ତା କିଛି ମାସ ମଧ୍ୟରେ ବଜାରରେ ଦେଖାଯିବ ।

iQOO Z10x 5G କୁ ନେଇ ଲଗାତାର୍ ଲିକ୍ସ ସାମ୍ନାକୁ ଆସୁଛି । ଲିକ୍ ଅନୁଯାୟୀ ଆଉଟ୍ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ Android 15 ସହିତ ଟକ୍କର ଦେଇପାରିବ । ଏହା ବ୍ୟତୀତ ସ୍ପିଡ୍ ବଢ଼ାଇବା ପାଇଁ ଏଥିରେ ୧୨ GB RAM ର ସପୋର୍ଟ ଦିଆଯାଇପାରିବ । ଏହା ସହିତ ପରଫରମାନ୍ସ ପାଇଁ ଏହି ସ୍ମାର୍ଟଫୋନରେ ମିଡିଆଟେକର ପ୍ରୋସେସର ଦିଆଯାଇଛି । ଏହି ସ୍ମାର୍ଟଫୋନକୁ ୬.୭ ଇଞ୍ଚର AMOLED display ସହିତ ଲଞ୍ଚ କରାଯାଇପାରିବ । ଏଥିରେ ଫଟୋଗ୍ରାଫି ପାଇଁ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସେନ୍ସର ମଧ୍ୟ ମିଳିପାରିବ ।