୧୨ ଜିବି ରାମ୍ ଏବଂ ସ୍ନାପଡ୍ରାଗନ ୮୮୮ ପ୍ରୋସେସର ସହିତ ଲଞ୍ଚ ହେଲା iQOO 7, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ଦାମ୍

ଚୀନ ସ୍ମାର୍ଟଫୋନ ନିର୍ମାତା ଭିଭୋର ସବବ୍ରାଣ୍ଡ iQOO ର ନୂଆ ସ୍ମାର୍ଟଫୋନ iQOO 7 ଲଞ୍ଚ କରିଛି। ଏହି ହାଇ ଆଣ୍ଡ ସ୍ମାର୍ଟଫୋନ, ଯେଉଁଥିରେ କ୍ବାଲାକମ୍ ସ୍ନାପଡ୍ରାଗନ ୮୮୮ ପ୍ରୋସେସର ଦିଆଯାଇଛି। ଏଥିରେ ହାଇ ରିଫ୍ରେସ ରେଟ୍ ସପୋର୍ଟ ଦିଆଯାଇଛି।
iQOO 7ରେ ୬.୬୨ ଇଞ୍ଚର ଫୁଲ ଏଚଡି ପ୍ଲସ AMOLED ଡିସପ୍ଲେ ଦିଆଯାଇଛି। ଫୋନରେ ସ୍କ୍ରିନ ଟୁ ବଡି ରେସିଓ ୯୧.୪ % ରହିଛି। ଏହି ଫୋନରେ ୧୨ ଜିବି ରାମ୍ ରହିଛି। ଫୋନରେ ଟ୍ରିପଲ କ୍ଯାମେରା ଦିଆଯାଇଛି। ପ୍ରାଇମେରୀ ଲେନ୍ସ ୪୮ ମେଗାପିକ୍ସେଲ ରହିଛି। ଫୋନର ୧୩ ମୋଗପିକ୍ସେଲ ୱାଇଡ ଆଙ୍ଗେଲ ଲେନ୍ସ ଏବଂ ୩ୟ ଲେନ୍ସ ୧୩ ମେଗାପିକ୍ସେଲ କ୍ଯାମେରା ରହିଛି। ସେଲଫି ପାଇଁ ୧୬ ମେଗାପିକ୍ସେଲ ଲେନ୍ସ ଦିଆଯାଇଛି।

ଏଥିରେ ୪୦୦୦ mAh ବ୍ଯାଟେରୀ ରହିଛି। ଏଥିରେ ୧୨୦ W ସ୍ପିଡ ଚାର୍ଜିଂ ଦିଆଯାଇଛି। ଫୋନ ୧୫ ମିନିଟରେ ଫୁଲ ଚାର୍ଜ ହୋଇପାରିବ। ଏହାକୁ ତିନିଟି କଲର ଭାରିଅଣ୍ଟରେ ଲଞ୍ଚ କରାଯାଇଛି। ଲାଇଟ ବ୍ଲୁ, ବ୍ଲାକ ଏବଂ ହ୍ବାଇଟ୍ BMW M sport ଅପସନ ରହିଛି। ଯାହାର ଦାମ୍ ୪୩,୦୬୩ ଟଙ୍କା ରହିଛି।