Whatsapp ୟୁଜର୍ସ ସାବଧାନ, ଆପଣଙ୍କ ଚାର୍ଟ ଉପରେ ଥାଇପାରେ ଏମାନଙ୍କ ନଜର, ଏହି ଟ୍ରିକରୁ ଜାଣି ପତ୍ତା ଲଗାନ୍ତୁ

ଯଦି ଆପଣ ହ୍ଵାଟସଆପ ବ୍ୟବହାର କରୁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ.. ଆପଣ ଏମିତିରେ ଖୁବ ସହଜରେ ପତ୍ତା ଲଗାଇପାରିବେ ଯେ ଅନ୍ୟ କେହି ହ୍ଵାଟସଆପ୍ ଜରିଆରେ ଆପଣଙ୍କ ଜାସୁସି କରୁନାହାଁନ୍ତି ତ? ସାଧାରଣ ଭାବେ ଏମିତି କିଛି ହେଲେ ଆମେ ଜାଣିବା ଅସମ୍ଭବ ହୋଇଥାଏ। ପ୍ରଥମେ ତ ଚିନ୍ତା ଆସେ ଯେ ଏହା କିଏ କରୁଛି ? କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ..ତେବେ ଅନେକ ହ୍ୟାକର୍ସ ମଧ୍ୟ ଯେଉଁମାନଙ୍କ ପାଇଁ ଏହି କାମ କରିବା ଖୁବ ସହଜ। ସେମାନେ ୟୁଜର୍ସଙ୍କ ଆକାଉଣ୍ଟକୁ ହ୍ୟାକ କରି ସେମାନଙ୍କ ଡାଟାକୁ ଚୋରାଇଥାନ୍ତି।
ତେବେ ଆଜି କାଲି ସମୟରେ ହ୍ଵାଟସଆପ୍ ୟୁଜର୍ସ ତ ଅନେକ ଅଛନ୍ତି। ଏହା ଆମ ଜୀବନର ଏକ ଅଂଶ ପାଲଟିଗଲାଣି। ଆମ ଜୀବନରେ ଅନଲାଇନ ଚାର୍ଟ ପାଇଁ ଏହା ଏକ ଉପଯୁକ୍ତ ପ୍ଳାଟଫର୍ମ। ଏହା ଏକ ବଢ଼ିଆ କମ୍ୟୁନିକେସନ ଟୁଲ। ଏହା ସାରା ଦୁନିଆରେ ବହୁତ ପପୁଲାର। ସମୟ କ୍ରମେ ଏଥିରେ କଥାବାର୍ତ୍ତା ହେବା ର ପ୍ରଣାଳୀ ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି।
ତେବେ କମ୍ପାନୀ ତ ଲମ୍ବା ସମୟରୁ ହ୍ଵାଟସଆପ୍ ଅନଲାଇନ ଓ ମଲ୍ଟି ଡିଭାଇସ୍ ସପୋର୍ଟ ସର୍ଭିସ ବାହାର କରିଥିଲା। ୟୁଜର୍ସଙ୍କୁ ଏହା ଖୁବ ସାହାଯ୍ୟ ମଧ୍ୟ କରୁଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏମିତିରେ କିଏ ଆମ ଆକାଉଣ୍ଟକୁ ହ୍ୟାକ କରି ନାହିଁ ତ? ଅନ୍ୟ କେହି ନଜର ରଖିନାହିଁ ତ?
ଏବେ ଆମେ ଆପଣଙ୍କୁ ଏହା ସମ୍ପର୍କରେ ଏକ ବଢ଼ିଆ ଟ୍ରିକ କହିବୁ ଯାହାକୁ ଫଲୋ କଲେ ଆପଣ ଏହା ସମ୍ପର୍କରେ ଜାଣିପାରିବେ।
ମଲ୍ଟି ଡିଭାଇସ ସପୋର୍ଟ ଫିଚର:
ପରିଚିତ ଲୋକ ଙ୍କ ୁ ଆପଣ ନିଜ ଫୋନ ଦେବା ପରେ ସେମାନେ ଆପଣଙ୍କ ଚାର୍ଟ କିମ୍ବା ଫଟୋ ସିଧାସଳଖ ଦେଖିପାରିବେ । କିନ୍ତୁ ଆପଣ ଯଦି ନିଜ ଡିଭାଇସ୍ କୁ େଓ୍ଵବ କିମ୍ବା କୌଣସି ଅନ୍ୟ ମଲ୍ଟି ଡିଭାଇସ୍ ରେ କନେକ୍ଟ କରଇଥିବେ ତେବେ ସପୋର୍ଟ ଫିଚର ଦ୍ୱାରା ଆପଣ ଙ୍କ ଚାର୍ଟ କୁ ବିନା ହ୍ୟାକ କରି ମଧ୍ୟ ଜଣେ ଦେଖିପାରିବ।
ଆପଣ ଏହା ସସାହାଯ୍ୟରେ ନିଜ ହ୍ଵାଟସଆପ୍ କୁ ଅନେକ ଡିଭାଇସ୍ ରେ ବ୍ୟବହାର କରିପାରିବେ। ଏମିତିରେ ଦୁଇ ଡିଭାଇସ ରେ ଇଣ୍ଟରନେଟ ଥିବା ଜରୁରୀ। କିନ୍ତୁ ମଲ୍ଟି ଡିଭାଇସ ସପୋର୍ଟ ରେ ଏହା ଦରକାର ପଡ଼ି ନଥାଏ। ଯଦି ଥରେ ଆପଣଙ୍କ ଫୋନ କାହାକୁ ମିଳିଯାଏ ତେବେ ସେ ଆପଣଙ୍କ ଅନୁମତି ବିନା ହ୍ଵାଟସଆପ୍ ର ବ୍ୟବହାର କରିପାରିବ।
କେମିତି ଜାଣିବେ?
-ପ୍ରଥମେ ନିଜ ହ୍ଵାଟସଆପ୍ ଓପନ କରନ୍ତୁ।
-ଆପ୍ ଉପରେ ଡାହାଣ ପାର୍ଶ୍ୱରେ ତିନୋ ଟି ଡଟ୍ସ ଅଛି ଏହାକୁ କ୍ଲିକ କରନ୍ତୁ।
-ଲିଙ୍କଡ ଡିଭାଇସ ଅପସନ ଉପରେ କ୍ଲିକ କରନ୍ତୁ।
-ଏହାକୁ ଓପନ କଲେ ଆପଣଙ୍କୁ ପୁରା ଲି ଷ୍ଟ ଦେଖା ଇବ ଯେଉଁଥିରେ ଆପଣ ଏହାକୁ ଲଗଇନ କରିପାରିବେ।
ଏମିତି ନହେବା ପାଇଁ ଅତିରିକ୍ତ ସିକ୍ୟୁରିଟି ଫିଚର୍ସର ବ୍ୟବହାର କରନ୍ତୁ। ଏମିତିରେ ଛୁଟକାରା ମିଳିଯିବ। ଦ୍ୱିତୀୟ ଅପସନ ରେ ଆପଣ ଲିଙ୍କଡ ଡିଭାଇସ୍ ଅପସନ ରେ କ୍ଳିକ କରି ଏହାକୁ ଲଗଇନ କରନ୍ତୁ। ଏହାପରେ ଆପଣ ନିଜେ ଏଥିରୁ ଲଗଆଉଟ କରିପାରିବେ।