ଆପଣଙ୍କ ଆଧାର କାର୍ଡ ଅନ୍ୟ କେହି ବ୍ୟବହାର କରୁଛନ୍ତି କି? ଯାଞ୍ଚ କରିବାପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସମୟରେ ଆଧାର କାର୍ଡ ଭାରତୀୟଙ୍କ ପାଇଁ ଏକ ପ୍ରାଇମେରୀ ଆଇଡେଣ୍ଟିଫିକେସନ୍ ଡକ୍ୟୁମେଣ୍ଟ ହିସାବରେ କାର୍ଯ୍ୟ କରୁଛି। ସରକାରୀ ସେବା, ବ୍ୟାଙ୍କିଙ୍ଗ ସୁବିଧା ଏବଂ ଟେଲିକମ୍ କନେକ୍ସନ୍ ପାଇଁ ଏହା ୧୨-ଡିଜିଟର ୟୁନିକ୍ ID ଅତ୍ୟନ୍ତ ଗୁରତ୍ବପୂର୍ଣ୍ଣ ହୋଇଛି । ଏହା ଏପରି ଏକ ଡକ୍ୟୁମେଣ୍ଟ ଯାହାବିନା ଆଜିକାଲି କିଛି ବି କରିବା ଅସମ୍ଭବ । କିନ୍ତୁ ଯଦି ସାବଧାନତାର ସହିତ ଏହାକୁ ବ୍ୟବହାର କରା ନଯାଏ, ତେବେ ଏହାର ଅପବ୍ୟବହାର ମଧ୍ୟ ହୋଇପାରେ । ଆକାଉଣ୍ଟଠୁ ଆରମ୍ଭ କରି ଆୟକର ପ୍ରଦାନ ପର୍ଯ୍ୟନ୍ତ ସବୁ ଜାଗାରେ ଏହାର ବ୍ୟବହାର ହେଉଥିବାରୁ, ଗତ କିଛି ବର୍ଷ ମଧ୍ୟରେ ଏହାର ଅନେକ ଦୁରୁପଯୋଗ ହେବ ଦେଖିବାକୁ ମିଳିଛି । ଅନେକ ସମୟରେ ସାଇବର ଠକମାନେ ଆଧାର କାର୍ଡର ଅପବ୍ୟବହାର କରି ଆକାଉଣ୍ଟ ଖାଲି କରିବାର ନଜିର ମଧ୍ୟ ରହିଛି ।

କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆପଣଙ୍କର ଆଧାରରେ ଅପବ୍ୟବହାର ହେଉଛି କି ନାହିଁ ତାହା ଆପଣ କିପରି ଯାଞ୍ଚ କରିବେ? ଆପଣ ଏହି ଯାଞ୍ଚକୁ ସିଧାସଳଖ ଭାବରେ କରିପାରିବେ ନାହିଁ, କିନ୍ତୁ ଆପଣ ଏହା ଦେଖିପାରିବେ କି ଆପଣଙ୍କର ଆଧାର ନମ୍ବରର ବ୍ୟବହାର କେଉଁଠି କେଉଁଠି କରାଯାଇଛି ବା କରାଯାଉଛି । ଲୋକଙ୍କ ଆଧାରକୁ ସୁରକ୍ଷିତ ରଖିବା ଏବଂ ଏହାର ବ୍ୟବହାର ପାଇଁ ନଜର ରଖିବାରେ ସାହାଯ୍ୟ କରିବା ପାଇଁ ‘ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI)’ ଏକ ଟୁଲ୍ସ ଲଂଚ କରିଛି ।

ତେବେ ଆଧାର ହିଷ୍ଟ୍ରି ଜାଣିବା ପାଇଁ ଏହି ତରିକାକୁ ଆପଣାନ୍ତୁ :

• ସର୍ବ ପ୍ରଥମେ myAadhaar ପୋର୍ଟାଲକୁ ଯାଆନ୍ତୁ ।

• ଆପଣଙ୍କ ଆଧାର ନମ୍ବର ଏବଂ କ୍ୟାପ୍ଚା କୋର୍ଡ ଏଣ୍ଟର କରନ୍ତୁ ଏଥି ସହ ‘Login With OTP’ ରେ କ୍ଲିକ୍ କରନ୍ତୁ ।

• ଏହାପରେ ଗୋଟିଏ OTP ଆପଣଙ୍କ ରେଜିଷ୍ଟଡ୍ ମୋବାଇଲ୍ ନମ୍ବରକୁ ପଠାଯିବ । ଆପଣ ଆକାଉଣ୍ଟକୁ ଆକ୍ସେସ କରିବାପାଇଁ ଏହାକୁ ଏଣ୍ଟର କରନ୍ତୁ ।

• ଏହା ପରେ Authentication History ଅପ୍ସନକୁ ସିଲେକ୍ଟ କରନ୍ତୁ ଏବଂ ଆପଣ ଯେଉଁ ସମୟରେ ରିଭିୟୁ କରିବାକୁ ଚାହୁଁଛନ୍ତି ସେହି ଡେଟ୍ ରେଞ୍ଜକୁ ସିଲେକ୍ଟ କରନ୍ତୁ ।

• ଲଗକୁ ଚେକ୍ କରିବା ପରେ ଯଦି ଆପଣ କିଛି ଅଜଣା ଏବଂ ସନ୍ଦେହଜନକ ଟ୍ରଞ୍ଚେକ୍ସନ ପାନ୍ତି, ତେବେ UIDAI କୁ ରିପୋର୍ଟ କରିପାରିବେ ।

• ଏଥିପାଇଁ ଆପଣ UIDAI ର ଟୋଲ ଫ୍ରି ହେଲ୍ପଲାଇନ୍ ନମ୍ବରକୁ ୧୯୪୭କୁ କଲ୍ କରିପାରିବେ ।

 

ଏଠି ଆମେ ଆପଣଙ୍କୁ କହିବୁ ଯେ ଆଧାର ଅପବ୍ୟବହାରକୁ ରୋକିବା ପାଇଁ ଆପଣ UIDAI ଜରିଆରେ ବାୟୋମେଟ୍ରିକ୍ ଲକ୍ ଏବଂ ଅନଲକ୍ କରିବାର ଅପ୍ସନ ମଧ୍ୟ ପାଇପାରିବେ । ଆଧାର ବାୟୋମେଟ୍ରିକ୍ ଲକ୍ କରିବା ଦ୍ବାରା ଏହା ନିଶ୍ଚିତ ହୁଏ ଯେ ଆଧାର କାର୍ଡ ଡିଟେଲ୍ସ ଥିଲେ ମଧ୍ୟ କେହି ଏହାର ଅପବ୍ୟବହାର କରିପାରିବେ ନାହିଁ। ତେଣୁ ଏହାର ସଠିକ ଓ ସୁଚିନ୍ତିତ ବ୍ୟବହାର ଆପଣଙ୍କ ଆଧାର କାର୍ଡର ନିଶ୍ଚିତ ଅପବ୍ୟବହାରକୁ ରୋକି ପାରିବ ।

You might also like