ଟେକ୍

ଆପଣଙ୍କ iPhoneର ଡାଟା ଶୀଘ୍ର ଶେଷ ହୋଇଯାଉଛି କି? ଏହି ସେଟିଙ୍ଗକୁ ଅନ କରି ସେଭ କରନ୍ତୁ ଡାଟା

ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷ ସ୍ମାର୍ଟଫୋନ ଡିଭାଇସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଏପରିସ୍ଥିତିରେ ଡାଟା ପ୍ୟାକ ବିନା ସ୍ମାର୍ଟଫୋନ ବ୍ୟବହାର ଅଧା ରହିଯାଏ । ବିନା ଡାଟାରେ ଫୋନ ବ୍ୟବହାର କରିବା ପାଇଁ କେହି ପସନ୍ଦ କରନ୍ତି ନାହିଁ । କିନ୍ତୁ ପ୍ରତ୍ୟେକ ୟୁଜର ନିଜ ଇଣ୍ଟରନେଟ ଆବଶ୍ୟକତା ଅନୁସାରେ, ଡାଟା ବ୍ୟବହାର ବିଷୟରେ ଉପାୟ ବାହାର କରିଥାନ୍ତି । ଜଣେ ସ୍ମାର୍ଟଫୋନ ୟୁଜର ନିଜ ଆବଶ୍ୟକତା ଅନୁସାରେ ନେଟ ପ୍ୟାକ ପକାଇଥାଏ । କିନ୍ତୁ ଅନେକ ଥର ସାଧାରଣ ଡାଟା ପ୍ୟାକରେ ମଧ୍ୟ ସମସ୍ୟା ଦେଖାଯାଏ । ଏପରିସ୍ଥିତିରେ ନେଟର ଖର୍ଚ୍ଚ ବଢ଼ାଇବା ପୂର୍ବରୁ କିଛି ସେଟିଙ୍ଗକୁ ଚେକ କରି ନିଅନ୍ତୁ । ଯଦି ଆପଣଙ୍କ iPhoneର ଡାଟା ଶୀଘ୍ର ସରି ଯାଉଛି ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବୁ ଯାହା ଆପଣଙ୍କ ଡାଟା ସେଭ କରିବ ।

ଆଇଫୋନରେ ଡାଟା ବ୍ୟବହାରକୁ ସେଭ କରିବା ପାଇଁ ଏକ ଭିନ୍ନ ସେଟିଂର ଅପ୍ସନ ମିଳିଥାଏ । iPhone ୟୁଜରର୍ସଙ୍କ ଡିଭାଇସରେ ଲୋ ଡାଟା ମୋଡର ସୁବିଧା ମିଳିଥାଏ । ଏହି ସେଟିଂ ସାହାଯ୍ୟରେ ୟୁଜର୍ସମାନେ ନିଜ ନେଟ ବ୍ୟବହାରରେ କିଛି ମାତ୍ରାରେ ଲିମିଟେସନ ଲଗାଇ ପାରିବେ । ଯାହା ସାହଯ୍ୟରେ ୟୁଜର୍ସମାନେ ନେଟ ପ୍ୟାକକୁ ଦିନ ସାରା ବ୍ୟବହାର କରି ପାରିବେ ।

iPhone ରେ କମ ଡାଟା ମୋଡ କିପରି ଅନ କରିବେ ଆସନ୍ତୁ ଜାଣିବା । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଡିଭାଇସର ସେଟିଂ ଅନ କରିବାକୁ ପଡିବ । ସ୍କ୍ରୋଲ ଡାଉନ କରି ସେଲ୍ୟୁଲାର ଅପ୍ସନ ଉପରେ କ୍ଲିକ କରନ୍ତୁ । ଏହି ଅପ୍ସନ ଉପରେ କ୍ଲିକ କରିବା ସହ ଆପଣ ସେଲ୍ୟୁଲାର ଡାଟା ଅପ୍ସନ ଦେଖି ପାରିବେ । ସେଲ୍ୟୁଲାର ଡାଟା ଅପ୍ସନ ଉପରେ ଟ୍ୟାପ କରିବା ପରେ, ଲୋ ଡାଟା ମୋଡ ଉପରେ କ୍ଲିକ କରିବାକୁ ପଡିବ । ଲୋ ଡାଟା ମୋଡ ଅନ ହେବା ମାତ୍ରେ ଏହି ଫିଚର ଆକ୍ଟିଭେଟ ହୋଇଯାଏ ।

ତେବେ କେଉଁ କାରଣ ପାଇଁ ଫୋନର ଡାଟା ଶୀଘ୍ର ଶେଷ ହୁଏ ଆସନ୍ତୁ ଜାଣିବା । ଫୋନର ଡାଟା ଶେଷ ହେବାର କାରଣ ବ୍ୟାକଗ୍ରାଉଣ୍ଡ ଆପ ରିଫ୍ରେଶ ହେବା ଏବଂ ଏହା ଆପେ ଆପେ ଡାଉନଲୋଡ ହେବା । ଏପରିସ୍ଥିତିରେ iPhoneର ଏହି ଖାସ ସେଟିଙ୍ଗର ସାହାଯ୍ୟରେ ଏହାକୁ ରୋକାଯାଇ ପାରିବ । ଏହା କରିବା ଦ୍ୱାରା ଆପଣଙ୍କ ଡାଟା କିଛି ମାତ୍ରାରେ ସେଭ ହୋଇପାରିବ ଏବଂ ନେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଚଲାଇ ପାରିବେ ।

KNews Bureau

Recent Posts

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

6 mins ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

8 mins ago

୨୩ ବର୍ଷ ଧରି ବିଛଣାରେ ରାକେଶ, ଆପଣ ବି ତାଙ୍କ ଅବସ୍ଥା ଦେଖିଲେ କାନ୍ଦି ପକାଇବେ

ବୌଦ୍ଧ (କେନ୍ୟୁଜ) : ଯନ୍ତ୍ରଣା, କଷ୍ଟ । ନାଁ ଶୁଣିଲେ ସୁସ୍ଥ ମଣିଷ ବି ଛାନିଆ ହୋଇଯାଏ । ଏସବୁକୁ…

14 mins ago

ଦୁନିଆର ସବୁଠାରୁ ବଡ଼ ଫୁଲ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ଗଛ ଏବଂ ଉଦ୍ଭିଦ ଅଛି । ଏହି ଉଦ୍ଭିଦଗୁଡିକ ମଧ୍ୟରୁ ଅନେକ ସେମାନଙ୍କର ସୁଗନ୍ଧ ପାଇଁ ଜଣାଶୁଣା…

26 mins ago

ବାବା ମୁକ୍ତେଶ୍ଵର ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଝୋଳନ ଯାତ୍ରା

କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା…

38 mins ago

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଚାଉନା ମୀନ ହେଲେ ଉପମୁଖ୍ୟମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ…

44 mins ago