ଖାଇବା ବେଳେ ଆଉ ବାରମ୍ବାର ଖୋଲିବାକୁ ପଡ଼ିବନି, ଇସ୍ରାଏଲ ତିଆରି କଲା ନୂଆ ଡିଜାଇନ୍‌ ମାସ୍କ

କରୋନା ଭାଇରସ୍‌ ଯୋଗୁ ଏବେ ସବୁ ଦେଶ ଚିନ୍ତିତ ଅଛନ୍ତି। ଏହି ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଜୀବନ ହରାଇ ସାରିଲେଣି। ସେହିପରି ୫୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ମଧ୍ୟ ହୋଇଛନ୍ତି। ଏହି ଭାଇରସ୍‌ କେବେ ସାରା ବିଶ୍ୱରୁ ସମାପ୍ତ ହେବ ତାହା କେହି କହିପାରୁନାହାନ୍ତି। ତେବେ ଫେସ୍‌ ମାସ୍କ ଓ ସାମାଜିକ ଦୂରତ୍ୱ ହିଁ ଏହି ଭାଇରସ୍‌ ସହ ଲଢ଼ିବାକୁ ସବୁଠାରୁ ବଡ଼ ଅସ୍ତ୍ର ବୋଲି କୁହାଯାଉଛି।

autometed mask

ଅନ୍ୟପଟେ ମାସ୍କ ପିନ୍ଧିବା ଦ୍ୱାରା ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାସ୍‌ କରି ଖାଇବା ପିଇବା ବେଳେ ଏହା ଅଧିକ ସମସ୍ୟା ସୃଷ୍ଟି କରୁଛି। ବାରମ୍ବାର ମାସ୍କ ପିନ୍ଧିିବା, ଖୋଲିବାକୁ ଅସୁବିଧା ହେଉଛି। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍‌ର ଏକ କମ୍ପାନୀ ଏକ ଉପାୟ ବାହାର କରିଛି। ଇସ୍ରାଏଲ୍‌ର ବୈଜ୍ଞାନିକମାନେ ଏକ ରିମୋଟ୍‌ କଣ୍ଟ୍ରୋଲ କରୋନା ଭାଇରସ୍‌ ମାସ୍କ ତିଆରି କରିଛନ୍ତି, ଯାହାକୁ ଖାଇବା ବେଳେ ଓହ୍ଲାଇବାକୁ ପଡ଼ିବ ନାହିଁ। ଏହି ମାସ୍କକୁ ମୁହଁରେ ପିନ୍ଧି ମଧ୍ୟ ଆପଣ ଖାଇପାରିବେ। ମାସ୍କ ସାମ୍ନାରେ ଏକ ଚେନ୍‌ ଲାଗିଛି ଯାହାକୁ ରିମୋଟ୍‌ କିମ୍ବା ହାତରେ ଖୋଲାଯାଇପାରିବ।

Capture

Avipipus Patents and Inventions ର ଉପାଧ୍ୟକ୍ଷ ଅସାଫ ଗିଟେଲିସ୍‌ କହିଛନ୍ତି ଯେ ମାସ୍କକୁ ରିମୋଟ୍‌ରେ କିମ୍ବା ଅଟୋମେଟିକ୍‌ ଖୋଲିହେବ। ମୁହଁ ପାଖକୁ ଚାମଚ ଆସିବା ପରେ ତାହା ସେନ୍‌ସର ଯୋଗୁ ଆପେଆପେ ଖୋଲିଯିବ। ଏହି ମାସ୍କ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏହାର ଦାମ୍‌ ୦.୮୫ ଡଲାରରୁ ୨.୮୫ ଡଲାର ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.