୫,୯୯୯ ଟଙ୍କାରେ ଲଞ୍ଚ ହେଲା itel A27, Jio Phone କୁ ଦେବ ଟକ୍କର

ମାର୍କେଟରେ ବର୍ତ୍ତମାନ ଲଞ୍ଚ ହେଉଛି ନୂଆ ନୂଆ ଭଲ ଫିଚର୍ ଥିବା ଫୋନ୍। ଏମିତିକି ଏବେ ଲଞ୍ଚ ହୋଇଛି ଫେସ୍ ଅନଲକ୍ ଓ ଫିଙ୍ଗର ପ୍ରିଣ୍ଟ ସେନ୍ସର ଥିବା ଭଳି ସ୍ମାର୍ଟ ଫୋନ୍ itel a27 । ଯାହାକି ଆଗକୁ ଆସିବାକୁ ଥିବା jio ଫୋନ୍ ସହିତ ଟକ୍କର ଦେବ।

ଆଇଟେଲ, ଭାରତରେ ଏହାର ନୂତନ ଏଣ୍ଟ୍ରି ଲେଭଲ୍ ସ୍ମାର୍ଟଫୋନ୍ ଆଇଟେଲ୍ A27 ଲଞ୍ଚ କରିଛି । itel A27 ରେ 5.45 ଇଞ୍ଚ IPS ଡିସ୍ପେ ରହିଛି।ଏହା ବ୍ୟତୀତ, ଏଥିରେ ଡୁଆଲ୍ 4G VoLTE ର ସପୋର୍ଟ ଦିଆଯାଇଛି। ଫୋନ୍ ଆଣ୍ଡ୍ରଏଡ୍ ୧୧ ର ଗୋ ଏଡିସନ ସହିତ ମାର୍କେଟରେ ଲଞ୍ଚ କରାଯାଉଛି। ଫେସ୍ ଅନଲକ୍ ବ୍ୟତୀତ ଏହି ଏଣ୍ଟ୍ରି ଲେଭଲ୍ ସ୍ମାର୍ଟଫୋନରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ଦିଆଯାଇଛି । itel a27 ର ଫିଚର୍ jio ଫୋନଠୁ ଭଲ ରହିଥିବା କୁହାଯାଉଛି।

itel A27 ମୂଲ୍ୟ ମଧ୍ୟ କମ୍ ରହିଛି ଏହା ସହ କମ୍ ଟଙ୍କାରେ ଭଲ ଫିଚର୍ ଦେଉଛି ଏହି ଫୋନ। itel A27 ର ମୂଲ୍ୟ ରହିଛି ୫,୯୯୯ ଟଙ୍କା। ଫୋନରେ 2 GB RAM ଏବଂ 32 GB ଷ୍ଟୋରେଜ୍ ରହିଛି। itel A27 ତିନୋଟି ରଙ୍ଗରେ ଅର୍ଥାତ କ୍ରିଷ୍ଟାଲ୍ ବ୍ଲୁ, ଡିପ୍ ଗ୍ରେ ଏବଂ ସିଲଭର ପର୍ପଲ ରଙ୍ଗରେ ମାର୍କେଟରେ ଉପଲବ୍ଧ।

ଏହାର ସ୍ପେସିଫିକେସନ ବିଷୟରେ କହିବାକୁ ଗଲେ ଏଥିରେ 5.45 ଇଞ୍ଚର FW + IPS ଡିସପ୍ଲେ ରହିଛି। ଫୋନରେ 1.4GHz କ୍ୱାଡ-କୋର ପ୍ରୋସେସର ଅଛି। itel A27 ରେ 2 GB RAM ସହିତ 32 GB ଷ୍ଟୋରେଜ୍ ମିଳିବ, ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ 128 GB ପର୍ଯ୍ୟନ୍ତ ବଢାଯାଇ ପାରିବ।

କ୍ୟାମେରା ବିଷୟରେ କହିବାକୁ ଗଲେ, ଇଟେଲ A27 ରେ ୫ ମେଗାପିକ୍ସେଲର AI ରିୟର କ୍ୟାମେରା ଅଛି ଏବଂ ପ୍ରଣ୍ଟ ସେଲଫି କ୍ୟାମେରା ପାଇଁ ୨ ମେଗାପିକ୍ସେଲ କ୍ୟାମେରା ରଖାଯାଉଛି। ଫୋନରେ ଉଭୟ ଫେସ୍ ଅନଲକ୍ ଏବଂ ଫିଙ୍ଗର ପ୍ରିଣ୍ଟ ସେନ୍ସର ଅଛି ରହିଛି। ଯାହାକି ଏତେ କାମ ଦାମ୍ ଥାଇ ମଧ୍ୟ ଏହି ଫୋନ୍ ରେ ରହିଛି। 4000mAh ବ୍ୟାଟେରୀ itel A27 ରେ ଦିଆଯାଇଛି। itelର ଏହି ଫୋନ୍ Jio ର ପ୍ରଥମ ସ୍ମାର୍ଟଫୋନ୍ Jio Phone Next ସହିତ ଟକ୍କର ଦେବ ବୋଲି କମ୍ପାନୀ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.