ଲଞ୍ଚ ହୋଇଛି itel A95 5G ସ୍ମାର୍ଟଫୋନ୍, ରହିଛି ଜବରଦସ୍ତ ଫିଚର୍ସ ଏବଂ ପ୍ରାଇସ୍

ସ୍ମାର୍ଟଫୋନ୍ କରୁଛି ବାୟା । ବର୍ତ୍ତମାନ ସମୟରେ ଯାହା ପାଖରେ କିଛି ଥାଉ କି ନଥାଉ ସ୍ମାର୍ଟଫୋନ ନିଶ୍ଚିତ ଭାବରେ ଥିବ । ଏଥି ସହ ପ୍ରାୟ ସବୁ ସମୟରେ ଭାରତୀୟ ବଜାରରେ ଅନେକ ପ୍ରକାରର ଫୋନ୍ ଲଞ୍ଚ ହେଉଛି । ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଥିବା ସହ କିଣୁଛନ୍ତି । ଏଥି ସହ ସ୍ମାର୍ଟଫୋନ୍ ଲଭର୍ସମାନେ ଅପେକ୍ଷା କରିଥିବା ଫୋନ୍ ଯେତେବେଳେ ମାର୍କେଟରେ ଲଞ୍ଚ ହୁଏ, ସେତେବେଳେ ୟୁଜର୍ସଙ୍କ ଖୁସି କହିଲେ ନସରେ । ଏହି ଖସୁକୁ ଆହୁରି ଦ୍ବିଗୁଣିତ କରିବା ପାଇଁ itel ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ । ଯାହା ବଜେଟରେ ଫିଟ୍ ଏବଂ ଫିଚର୍ସରେ ହିଟ୍ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।

Itel ଭାରତରେ ଆଉ ଏକ ସ୍ମାର୍ଟଫୋନ୍ ଲଞ୍ଚ କରିଛି । itel ର ଏହି ଫୋନଟି ୧୦,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ଲଞ୍ଚ କରିଛି । ଫୋନଟିରେ ୫,୦୦୦ mAh ବ୍ୟାଟେରୀ ସହିତ ପାୱାରଫୁଲ୍ ଫିଚର୍ସ ପ୍ରଦାନ କରାଯାଇଛି । ଏଥି ସହ ଫୋନଟିର ଲୁକ୍ Samsung Galaxy ସ୍ମାର୍ଟଫୋନ୍ ପରି । କମ୍ପାନୀ ଏହି ଫୋନ୍ ସହିତ ୧୦୦ ଦିନ ପର୍ଯ୍ୟନ୍ତ ଫ୍ରି ସ୍କ୍ରିନ୍ ରିପ୍ଲେମେଣ୍ଟ ମଧ୍ୟ ଅଫର କରୁଛି ।

Itel ର ଏହି ଫୋନ୍ A ସିରିଜରେ ଉପସ୍ଥାପନ କରାଯାଇଛି । Transsion Holdings (ଟ୍ରାନସିଅନ ହୋଲ୍ଡିଂସ) ର ଏହି ଫୋନ୍ itel A95 5G ନାମରେ ଲଞ୍ଚ ହୋଇଛି । ଏହାର ଦୁଇଟି ଭାରିଆଣ୍ଟ ମଧ୍ୟ ଅଛି ଯାହା ହେଉଛି- ୪GB RAM + ୧୨୮GB ଏବଂ ୬GB RAM + ୧୨୮GB ରେ ଆସିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୯,୫୯୯ ଟଙ୍କା ରହିଛି । ସେହିଭଳି ଏହାର ଟପ୍ ଭାରିଆଣ୍ଟର ପ୍ରାଇସ୍ ୯,୯୯୯ ଟଙ୍କାରେ ଆସିଛି । ଏତିରେ ଅନେକ ପ୍ରକାରର କଲର ଅପ୍ସନ ମଧ୍ୟ ରହିଛି ଯାହା ହେଉଛି- ବ୍ଲାକ୍ ମିଣ୍ଟ ବ୍ଲୁ ଏବଂ ଗୋଲ୍ଡ କଲରରେ କିଣାଯାଇପାରିବ । ହେଲେ ଏହି ଫୋନ୍ କେବେ ସେଲ୍ ପାଇଁ ଉପଲବ୍ଧ ହେବ ତାହା କମ୍ପାନୀ କହିନାହିଁ ।

itel A95 5G ର ଫିଚର୍ସ :

Itel ର ଏହି ଶସ୍ତା ଫୋନ୍ ଫୋନରେ ୬.୬୭ ଇଞ୍ଚର IPS LCD ଡିସପ୍ଲେ ମିଳିବ । ଯାହା ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଏବଂ ୨୪୦ Hz ଟଚ୍ ସ୍ୟାମ୍ପଲିଂ ରେଟକୁ ସପୋର୍ଟ କରିଥାଏ । ଏଥି ସହ ଏହି ଫୋନରେ ପଞ୍ଚ-ହୋଲ୍ ଡିଜାଇନ୍ ପରି ଡିସପ୍ଲେ ମିଳିବ, ଯାହାର ପ୍ରୋଟେକ୍ସନ୍ ପାଇଁ କମ୍ପାନୀ ପାଣ୍ଡା ଗ୍ଲାସର ବ୍ୟବହାର କରିଛି । ଏହି ଫୋନ୍ MediaTek Dimensity 6300 ପ୍ରୋସେସରରେ କାମ କରିଥାଏ । ଫୋନରେ ୬GB RAM ଏବଂ ୧୨୮GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ କରିବ, ଯାହାକୁ microSD card ମାଧ୍ୟମରେ ଏ୍ସପାଣ୍ଡ କରାଯାଇପାରିବ ।

Itel ର ଏହି ଶସ୍ତା ଫୋନ୍ Android 14 ଅପରେଟିଂ ସିଷ୍ଟମରେ କାମ କରିଥାଏ । ଏଥି ସହ କମ୍ପାନୀ ୫ ବର୍ଷ ପର୍ଯ୍ୟନ୍ତ ସକ୍ୟୁରିଟି ଅପଡେଟ୍ ପ୍ରଦାନ କରିବାକୁ ମଧ୍ୟ ଦାବି କରିଛି । ଏହା ଅନେକ AI ଫିଚର୍ସ ସହିତ ଲେସ୍ । ଏଥିରେ iPhone ପରି ଡାଇନାମିକ୍ ଆଇଲ୍ୟାଣ୍ଡ ଡିସପ୍ଲେ ଡିଜାଇନ୍ ଦିଆଯାଇଛି ।

ଏହି ସ୍ମାର୍ଟଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟ୍ ଅପ୍ ମିଳିଥାଏ । ଏହି ଫୋନ୍ ୫୦MP ର ମେନ୍ କ୍ୟାମେରା ସହିତ ଆସିଥାଏ । ଏହା ବ୍ୟତୀତ ଫୋନରେ ଆଉ ଦୁଇଟି ରିୟର କ୍ୟାମେରା ଦିଆଯାଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮ MP ର କ୍ୟାମେରା ରହିବ । ଏହି ସ୍ମାର୍ଟଫୋନ୍ 2K ଭିଡିଓ ରେକଡିଂ, ଡୁଆଲ୍ ଭିଡିଓ କ୍ୟାପ୍ଚର ଭଳି ଫିଚର୍ସକୁ ସପୋର୍ଟ କରିଥାଏ । ଏଥିରେ IP54 ଡଷ୍ଟ ଏବଂ ସ୍ପ୍ଲାସ୍ ରେସିଷ୍ଟେଣ୍ଟ ଫିଚର ମିଳିବ । ଏହା ସହିତ ଏହି ସ୍ମାର୍ଟଫୋନ୍ ୭.୮mm ପତଳା ହେବ । ଯଦି ଆପଣ ଆଫର୍ଡେବଲ୍ ପ୍ରାଇସରେ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।