ଆସିଗଲା ବଢ଼ିଆ ଡିଜାଇନର ଫ୍ଲିପ୍ ଫୋନ, ୩ ହଜାର ଟଙ୍କାରୁ ବି କମ ରହିଛି ଦାମ

Itel କମ୍ପାନୀ ଏହାର ନୂଆ ଫିଚର ଫୋନ୍ ଲଞ୍ଚ କରିଛି, ଯାହାର ନାମ Itel Flip 1। ଏହି ଫୋନରେ ବହୁତ ଭଲ କ୍ବାଲିଟିର ଲେଦର ବ୍ୟାକ୍ ଏବଂ ଗ୍ଲାସ୍ କୀପ୍ୟାଡ୍ ରହିଛି । ଏଥିରେ ୨.୪ ଇଞ୍ଚର ଡିସପ୍ଲେ ଏବଂ ୧୨୦୦ mAhର ବ୍ୟାଟେରୀ ଅଛି । ଫୋନର ଦାମ ମଧ୍ୟ ୩ ହଜାରରୁ କମ୍ ରହିଛି । ଫୋନରେ ଥିବା ଫିଚର ମଧ୍ୟ ବଢ଼ିଆ ରହିଛି । ତେବେ ଆସନ୍ତୁ ଜାଣିବା Itel Flip 1ର ଦାମ ଏବଂ ଫିଚର କଣ ।
Itel Flip 1ର ଦାମ ହେଉଛି ୨,୪୯୯ ଟଙ୍କା । ଏହା ହାଲୁକା ନୀଳ, କମଳା ଏବଂ କଳା ଭଳି ତିନୋଟି ରଙ୍ଗରେ ଉପଲବ୍ଧ । ଏହି ଫୋନକୁ ରିଟେଲ ଷ୍ଟୋର୍ରୁ କିଣା ଯାଇପାରିବ । Itel Flip 1 ଗୋଟିଏ ବର୍ଷର ୱାରେଣ୍ଟି ସହିତ ଆସିଥାଏ ।
Itel Flip 1 ସ୍ପେକ୍ସ :
Itel Flip 1 ଫିଚର ଫୋନର ଡିଜାଇନ୍ ଫ୍ଲିପ୍ ଷ୍ଟାଇଲ୍ ରହିଛି । ଫୋନରେ ବହୁତ ଭଲ କ୍ବାଲିଟିର ଲେଦର ବ୍ୟାକ୍ ଏବଂ ଗ୍ଲାସ୍ କୀପ୍ୟାଡ୍ ରହିଛି । ଏଥିରେ ଏକ USB ଟାଇପ୍ C ଚାର୍ଜିଂ ପୋର୍ଟ ଏବଂ ୨.୪ ଇଞ୍ଚର ଡିସପ୍ଲେ ଅଛି । Itel Flip 1 ରେ କିଙ୍ଗ ଭଏସ୍ ନାମକ ଏକ ଭଏସ୍ ଆସିଷ୍ଟାଣ୍ଟ ଫିଚର ମଧ୍ୟ ଅଛି ।
ଏହି ଫୋନ୍ ଦ୍ବାରା ଆପଣ ସିଧାସଳଖ ବ୍ଲୁଟୁଥ୍ ମାଧ୍ୟମରେ କଲ୍ କରିପାରିବେ । ଏହା ମଧ୍ୟ ୧୩ ଟି ଭାରତୀୟ ଭାଷାକୁ ସପୋର୍ଟ କରେ । ଏଥିରେ ଦୁଇଟି ସିମ୍ କାର୍ଡ ଲଗାଇ ପାରିବେ ଏବଂ ଏଥିରେ ଏକ VGA କ୍ୟାମେରା ଅଛି । ଏଥିରେ FM ରେଡିଓ ଏବଂ ୧୨୦୦mAh ବ୍ୟାଟେରୀ ମଧ୍ୟ ଅଛି । କମ୍ପାନୀ ଦାବି କରିଛି ଯେ ଏହି ଫୋନ୍ ଗୋଟିଏ ଚାର୍ଜରେ ୭ ଦିନ ପର୍ଯ୍ୟନ୍ତ ଚାଲିବ ।