ଲଞ୍ଚ ହୋଇଛି ୩ଟି ସିମ୍ କାର୍ଡ ଥିବା ଏକ ଫୋନ୍, ୧୫୦୦ ଟଙ୍କାରୁ କମ୍ ରହିଛି ଦାମ

ବର୍ତ୍ତମାନ ସମୟରେ ଭାରତୀୟ ବଜାରରେ ଅନେକ ପ୍ରକାରର ଫୋନ୍ ଲଞ୍ଚ ହେଉଛି । ଏଥି ସହ ଉପଲବ୍ଧ ଅଧିକାଂଶ ମୋବାଇଲ୍ ଫୋନ୍ କିମ୍ବା ସ୍ମାର୍ଟଫୋନରେ ଡୁଆଲ୍ ସିମ୍ ସପୋର୍ଟ ଅଛି । ଏକଥା ଆପଣମାନେ ବି ନିଶ୍ଚୟ ଜାଣିଥିବେ । କିନ୍ତୁ ଏବେ ଭାରତୀୟ ବଜାରରେ ଏପରି ଏକ ଫୋନ୍ ଲଞ୍ଚ ହୋଇଛି, ଯାହା ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଏଥି ସହ ଏହାର ନାମ ମଧ୍ୟ ୟୁନିକ୍ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନରେ ଏପରି କଣ ରହିଛି ।
ଭାରତୀୟ ବଜାରରେ ଏପରି ଏକ ଫୋନ୍ ଲଞ୍ଚ ହୋଇଛି ଯେଉଁଥିରେ ୩ଟି ସିମ୍ କାର୍ଡ ବ୍ୟବହାର କରାଯାଇପାରିବ । ହଁ ଆଜ୍ଞା ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏହି ଫୋନକୁ ସ୍ମାର୍ଟଫୋନ୍ ମେକର କମ୍ପାନୀ itel ଲଞ୍ଚ କରିଛି । ଏହି ଫୋନଟିର ନାମ ହେଉଛି itel King Signal ।
ଯଦି ଆପଣ କେବଳ କଲ୍ କରିବା ପାଇଁ ଏକ ଶସ୍ତା ଏବଂ ଦମଦାର୍ ଫିଚର ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣ itel King Signal କିଣିପାରିବେ । କମ୍ପାନୀ ଏହି ଫୋନରେ ନେଟୱାର୍କ କନେକ୍ଟିଭିଟି ପାଇଁ ଦମଦାର୍ ଟେକ୍ନୋଲୋଜିର ବ୍ୟବହାର କରଛି । itelର ଏହି ସ୍ମାର୍ଟଫୋନଟି ଅନ୍ୟ ବ୍ରାଣ୍ଡ ତୁଳନାରେ କମ୍ ନେଟୱାର୍କ କଭରେଜରେ ୫୧୦% ଅଧିକ କଲ୍ ଡ୍ୟୁରେସନ୍ ଏବଂ ୬୨% ସ୍ପିଡ୍ କନେକ୍ଟିଭିଟି ପ୍ରଦାନ କରିବାର କ୍ଷମତା ରହିଛି ।
itel King Signal ର ପ୍ରାଇସ୍ :
କମ୍ପାନୀ itel King Signal କୁ ୧୩୯୯ ଟଙ୍କାରେ ଲଞ୍ଚ କରିଛି । କମ୍ପାନୀ ଏହାକୁ ଆର୍ମି ଗ୍ରୀନ୍, ବ୍ଲାକ୍, ପର୍ପଲ ଏବଂ ରେଡ୍ ସମେତ୍ ଅନେକ କଲର ଅପ୍ସନରେ ଲଞ୍ଚ କରିଛି । କମ୍ପାନୀ ଏହି ଫିଚର ଫୋନରେ ୟୁଜର୍ସମାନଙ୍କୁ ୧୩ ମାସର ୱାରେଣ୍ଟି ପ୍ରଦାନ କରୁଛି । ଏହା ସହିତ କମ୍ପାନୀ ଗ୍ରାହକମାନଙ୍କୁ ୧୧୧ ଦିନ ପାଇଁ ଫ୍ରି ରିପ୍ଲେସମେଣ୍ଟ ଗ୍ୟାରେଣ୍ଟି ଦେଉଛି ।
itel King Signal ର ଫିଚର୍ସ :
itel King Signal ର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ୨-ଇଞ୍ଚର ଡିସପ୍ଲେ ଦିଆଯାଇଛି । କମ୍ପାନୀ ଏଥିରେ ୧୫୦୦ mAhର ବଡ଼ ବ୍ୟାଟେରୀ ମଧ୍ୟ ଦେଇଛି । ଖାସ୍ କଥା ହେଉଛି ଯେ itel ଏଥିରେ ଚାର୍ଜିଂ ପାଇଁ USB type C ଚାର୍ଜିଂ ପୋର୍ଟ ଦେଇଛି । itel ର ଏହି ଫିଚର ଫୋନ୍ ସୁପର ବ୍ୟାଟେରୀ ମୋଡକୁ ସପୋର୍ଟ କରିଥାଏ । କମ୍ପାନୀ ଏହି ଫୋନର ରିୟରରେ VGA କ୍ୟାମେରା ଦେଇଛି । ଏହି ଫୋନରେ କମ୍ପାନୀ ଟର୍ଚ୍ଚ, ଅଟୋ କଳ୍ ରେକର୍ଡିଂ ଭଳି ଫିଚର୍ସ ପ୍ରଦାନ କରିଛି । ଆପଣ microSD card ମାଧ୍ୟମରେ ଏହାର ଷ୍ଟୋରେଜକୁ ୩୨ GB ପର୍ଯ୍ୟନ୍ତ ବଢ଼ାଇ ପାରିବେ । ଯଦି ଆପଣ ଆଫରଡେର୍ବଲ୍ ପ୍ରାଇସରେ ଏକ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ ।
Also read : ୬,୦୦୦ ରୁ କମ୍ ପ୍ରାଇସରେ ଦମଦାର୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି Itel, ରହିଛି IPhone ଭଳି ଫିଚର୍ସ