Categories: ଟେକ୍

ଏଣିକି ମୋବାଇଲ ଚୋରି ହେବ ନାହିଁ ସହଜ, ଏହି ଟେକ୍ନୋଲୋଜି ମାଧ୍ୟମରେ ଧରାହେବ ଚୋର

ଯଦି ଆପଣ ପକେଟରେ ମୋବାଇଲ ରଖିଛନ୍ତି ଓ ଗହଳି ଯାଗାକୁ ଯଉଥିାନ୍ତି ତେବେ ଏହା ନିଶ୍ଚିତ ହୋଇଯାଆନ୍ତୁ ଆଗଭଳି ଆପଣଙ୍କ ମୋବାଇଲକୁ କେହି ଚୋରି କରିପାରିବେ ନାହିଁ। କାରଣ ସ୍ୱିଡେନର ଏରିକ୍ସନ କମ୍ପାନୀ ଏକ ଏମିତି ଟେକ୍ନୋଲୋଜିର ଆବିଷ୍କାର କରିଛି ଯାହାଦ୍ୱାରା ଚୋର ଚୋରିକଲା ବେଳେ ମୋବାଇଲଟି ଏତେ ଜୋରରେ ଭାଇବ୍ରେଟ କରିବ ଯେ, ମୋବାଇଲକୁ ଧରିବା ମୁସ୍କିଲ ହୋଇଯିବ। ଲୋ-ଫ୍ରିକସନ ମୋଡରେ ଆସିବା କରାଣରୁ ମୋବାଇଲର ଆଗ ଅଂଶ ସ୍ମୁଥ ହେଇଯାଏ ଓ ଲଗାତାର ଭାଇବ୍ରେଟ କରିବା କାରଣରୁ ଏହାକୁ ଧରିବା ମୁସ୍କିଲ ହୋଇଯାଏ। କିନ୍ତୁ ଏହି ଟେକ୍ନୋଲୋଜି ଏପର୍ଯ୍ୟନ୍ତ ବଜାର ପ୍ରବେଶ କରିନାହିଁ।

ଏରିକ୍ସନ ଏହି ଟେକ୍ନାଲୋଜିର ଅନୁମତି ଆଣିବା ପାଇଁ ପ୍ରେବୃଆରୀ ମାସରେ ଆବେଦନ କରିଥିଲା। କମ୍ପାନୀର କହିବା କଥା ହେଲା ଅନୁମତି ମିଳିବା ପାରେ ଏହାର ଉତ୍ପାଦନ କାମ ଆରମ୍ଭ କରିଦିଆଯିବ। ଏହି ଟେକ୍ନୋଲୋଜିର ବିଶେଷତ୍ୱ ହେଉଛି ଏଥିରେ ମୋବାଇଲ ଚୋରିରୁ ବର୍ତ୍ତିବା ପାଇଁ ବାୟୋମେଟ୍ରିକ,ଫିଙ୍ଗର ପ୍ରିଣ୍ଟ ଓ ପରିଚୟ ପାଇଁ ଅପଟିକାଲ ସେନ୍ସର ଲଗାଯାଇଛି। ଏହି ସେନ୍ସର ଅଲଗା ଅଲଗା ମୋଡରେ କାମ କରିବ। ଲୋ ଫ୍ରିକସନ ମୋଡ ମାଧ୍ୟମରେ ହୃଦୟର ସ୍ପନ୍ଦନରୁ ଏହା ଜଣା ପଡିଯାଏ ଯେ, ଏହି ମୋବାଇଲ ମାଲିକର କି ନାହିଁ,ଏହାକୁ ଅନ୍ୟ କେହି ଉପଯୋଗ କରୁନାହିଁ ତ?

କମ୍ପାନୀର ଦାବି ଏହା ମାଧ୍ୟମରେ ଚୋରି ଘଟଣା ରୋକାଯାଇପାରିବ

ହାଇ ଫ୍ରିକସନ ମୋଡରେ ଏହା ଜଣାପଡିଯାଏ ଯେ ଏହା ହାତରେ,ପକେଟରେ ନା ଅନ୍ୟ କେଉଁ ଜାଗାରେ ରଖାଯାଇଛି। କମ୍ପାନୀର କହିବା କଥା ହେଲା ଏହି ଟେକ୍ନୋଲୋଜି ମାଧ୍ୟମରେ ଦୁନିଆ ଯାକର ମୋବାଇଲ ଚୋରିକୁ ରୋକା ଯାଇପାରିବ। ବର୍ତ୍ତମାନ ଆପଲର ଆଇଓଏସ ସେଭେନ ଅପରେଟିଙ୍ଗ ସିଷ୍ଟମ ଚାଲିବାକୁ ଥିବା ଆଇଫୋନରେ ଆକ୍ଟିଭେସନ ଲକର ସୁବିଧା ରହିଛି। ଯେତେବେଳେ ଆପଲ ଏହି ଫିଚର ଆରମ୍ଭ କରିଥିଲା ସେତେବେଳେ ଲଣ୍ଡନରେ ଆଇଫୋନର ଲୁଟପାଟ ଘଟଣା ୨୪ ପ୍ରତିଶତ ଓ ସେନ ଫ୍ରାନ୍ସିସ୍କୋରେ ୩୮ ପ୍ରତିଶତ କମ ହୋଇଥିଲା ।

ଆମେରିକାରେ ୩୧ଲକ୍ଷ, ୟୁକେରେ ସାଢେ ଚାରି ଲକ୍ଷରୁ ଅଧିକା ମୋବାଇଲ ଚୋରି

ଆମେରିକା ଓ ୟୁକେ ସମେତ ଅନେକ ଦେଶରେ ପ୍ରତିବର୍ଷ ବଡଧରଣର ମୋବାଇଲ ଚୋରି ହୋଇଥାଏ। ୨୦୧୬ର ସଂଖ୍ୟା କଥା ଯଦି ଦେଖାଯାଏ ତେବେ ଆମେରିକାରେ ୩୧ ଲକ୍ଷ ଓ ୟୁକେରେ ସାଢେ ଚାରିଲକ୍ଷ ମୋବାଇଲ ଚୋରିର ଘଟଣା ରେଜିଷ୍ଟ୍ରି ହୋଇଥିଲା। ଚୋରି ପାଇଁ ସବୁଠାରୁ ସହଜ ହ୍ୟାଣ୍ଡସେଟ ଆଇଫୋନକୁ ଧରାଯାଇଥିଲା କାହିଁକିନା ଏହା ହାଲ୍କା ଆଙ୍ଗୁଳିର ସାହାରାରେ ସହଜରେ ଚୋରି କରାଯାଇଥାଏ । କିନ୍ତୁ ସ୍ୟାମସଙ୍ଗ ମଧ୍ୟ ବଡ ସଂଖ୍ୟାରେ ଚୋରି ହୋଇଥିଲା ।

Sasmita

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

14 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

19 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

50 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

57 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago