Categories: ଟେକ୍

ବଜାରକୁ ଆସିଲା କାଠରେ ନିର୍ମିତ ସୁପରକାର୍‌, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

ଅଟୋ ମୋବାଇଲ୍‌ ଇଣ୍ଡଷ୍ଟ୍ରୀ ଏବେ ହାଇବ୍ରିଡ୍‌ ଓ ଇଲେକ୍ଟ୍ରିକ୍‌ କାର ନିର୍ମାଣ ଉପରେ ଅଧିକ ଫୋକସ୍‌ କରୁଛନ୍ତି। ଅଧିକାଂଶ ଦେଶ ଏବେ ଇଲେକ୍ଟ୍ରିକ୍‌ କାର୍‌ ନିର୍ମାଣ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଏସବୁ ମଧ୍ୟରେ ଜାପାନ ଆଉ ପାଦେ ଆଗକୁ ଯାଇ ଏକ ଇକୋ ଫ୍ରେଣ୍ଡଲି କାର ନିର୍ମାଣ କରିଛି। ଏହି କାର୍‌ର ଅଧିକାଂଶ ପାର୍ଟସ କାଠରେ ତିଆରି। ଏହି କାର୍‌ର ନାଁ ରହିଛି ନାନୋ ସେଲ୍ୟୁଲୋଜ୍‌ ଭେଇକଲ(NCV)।

କାର୍‌ଟିକୁ ଟୋକିଓ ମୋଟର ଶୋ ୨୦୧୯ରେ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍‌ ୟୁନିଭର୍ସିଟିର ଏକ କନ୍‌ସୋର୍ଶିୟମ୍‌ ସହ ମିଶି କମ୍ପାନୀ ଡେଭଲପ୍‌ କରିଛି, ଯାହାକୁ ଜାପାନର ପରିବେଶ ମନ୍ତ୍ରଣାଳୟ ୨୦୧୬ ମସିହାରେ ମଞ୍ଜୁରୀ ଦେଇଥିଲେ।

ଏହାସହ ପଢ଼ନ୍ତୁ:  ବ୍ୟାଙ୍କ ସମିଶ୍ରଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି ୩,୪୨୭ଟି ସରକାରୀ ବ୍ୟାଙ୍କ ଶାଖା, ଖୁଲାସା କଲା RTI

ନାନୋ ସେଲ୍ୟୁଲୋଜ୍‌ ଭେଇକଲ(NCV)ର କନ୍‌ସେପ୍ଟରେ ଆଧୁନିକତାର ଛାପ ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, କାର୍‌ଟି ନାନୋ ସେଲ୍ୟୁଲୋଜ୍‌ ଫାଇବର (CNF) ଦ୍ୱାରା ନିର୍ମିତ ହୋଇଛି। ଏହା ଫାଇଭର ସାମଗ୍ରୀ, କାଠ, କୃଷି ଦ୍ରବ୍ୟ ଏବଂ ଅର୍ଗାନିକ ପଦାର୍ଥରେ ନିର୍ମିତ ହୋଇଛି। ଏହି ନାନୋ ସେଲ୍ୟୁଲୋଜ୍‌ ଫାଇବରର ଓଜନ ଷ୍ଟିଲ୍‌ ଓଜନର ମାତ୍ର ୨୦ ପ୍ରତିଶତ ହୋଇଥିବା ବେଳେ ଷ୍ଟିଲ୍‌ ତୁଳନାରେ ୫ ଗୁଣ ଅଧିକ ମଜଭୁତ୍‌।

କାଠରେ ନିର୍ମିତ ଏହି କାର ଏକ ସୁପରକାର ଭଳି ଦେଖାଯାଉଛି। ବଟରଫ୍ଲାଏ ଡୋର ସହ କାରର ବାହାର ଡିଜାଇନ୍‌ ଓ ସାର୍ଫ କଟ୍‌ ଆଙ୍ଗେଲ୍‌ ଏହାକୁ ଲେମ୍ବ୍ରୋଗିନି ବା ପାଗିନୀ ଭଳି ଲୁକ୍‌ ଦେଉଛି।

ଏହାସହ ପଢ଼ନ୍ତୁ: ତୁରନ୍ତ ଅପ୍‌ଡେଟ୍‌ କରନ୍ତୁ Google Chrome, ନଚେତ୍‌ ଚୋରି ହୋଇପାରେ ସମସ୍ତ ପର୍ସନାଲ ଡାଟା

ଅନ୍ୟପଟେ ଏହାର ଭିତର ପାର୍ଶ୍ୱ ଟ୍ରାଡିସନାଲ୍‌ ଲୁକ୍‌ ଦେଉଛି। ଏହି କାରଣ ଘଣ୍ଟା ପ୍ରତି ସର୍ବାଧିକ ୨୦ କିଲୋମିଟର ମାଇଲେଜ୍‌ ଦେବ ବୋଲି ଜଣାଯାଇଛି।

WCW 11

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

9 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

43 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

51 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago