କୋଟି କୋଟି ୟୁଜର୍ସଙ୍କ ଟେନସନ୍ ଦୂର କଲା Jio, ୩୩୬ ଦିନ ପାଇଁ ଆକ୍ଟିଭ୍ ରହିବ ସିମ୍

Jio ନିଜର ଅନେକ ରିଚାର୍ଜ ପ୍ଲାନରେ ୟୁଜର୍ସମାନ୍ଙକୁ ଲଙ୍ଗ ଭାଲିଡିଟି ପ୍ରଦାନପ କରେ । ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀର ଏତେ ଶସ୍ତା ପ୍ଲାନ୍ ଅଛି ଯେଉଁଥିରେ ୟୁଜର୍ସମାନଙ୍କୁ କମ୍ ମୂଲ୍ୟରେ ୩୩୬ ଦିନର ଲଙ୍ଗ ଭାଲିଡିଟି ମିଳିଥାଏ । Jio ନିକଟରେ ନିଜର ୟୁଜର୍ସମାନଙ୍କ ପାଇଁ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରିଛି, ଯେଉଁଥିରେ ଅନଲିମିଟେଡ୍ କଲିଂ, ଡାଟା ଏବଂ OTT ଆପ୍ ଭଳି ବେନିଫିଟ୍ସ ପ୍ରଦାନ କରାଯାଇଛି । Jio ର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ବିଶେଷ କରି ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ ଯେଉଁମାନେ କେବଳ କଲ୍ କରିବା ପାଇଁ ନିଜର ନମ୍ବରକୁ ଆକ୍ଟିଭ୍ ରଖିବାକୁ ଚାହୁଁଛନ୍ତି ।

Jio ର ୩୩୬ ଦିନିଆ ପ୍ଲାନ୍ :
Jio ର ଏହି ରିଚାର୍ଜ ପ୍ଲାନ୍ ୧୭୪୮ ଟଙ୍କାରେ ଉପଲବ୍ଧ । TRAI ର ନୂଆ ନୀତି ଅନୁଯାୟୀ, Jio ବର୍ଷ ଆରମ୍ଭରେ ଏହି ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି । ଏହି ପ୍ରିପେଡ୍ ପ୍ଲାନର ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ୟୁଜର୍ସମାନଙ୍କୁ ୩୩୬ ଦିନର ଭାଲିଡିଟି ମିଳିଥାଏ । Jio ର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସମାନେ ସାରା ଭାରତରେ ଅନଲିମିଟେଡ୍ କଲିଂର ସୁବିଧା ପାଉଛନ୍ତି । ଏହା ସହିତ ସେମାନେ ଫ୍ରି ନ୍ୟାସନାଲ୍ ରୋମିଂର ମଧ୍ୟ ଲାଭ ଉଠାଇପାରିବେ ।

ଏହା ବ୍ୟତୀତ, ରିଲାଏନ୍ସ Jio ଏହି ପ୍ଲାନରେ ନିଜର ୟୁଜର୍ସମାନଙ୍କୁ JioTV ଏବଂ JioAICloud ର ମଧ୍ୟ ସବସ୍କ୍ରିପସନ୍ ଅଫର କରାଯାଇଥାଏ । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜର୍ସମାନେ କଲ୍ ସହିତ ୩,୬୦୦ ଫ୍ରି SMS ର ସୁବିଧା ମଧ୍ୟ ପାଉଛନ୍ତି । TRAI ର ନିର୍ଦ୍ଦେଶ ପରେ ଏହି ପ୍ଲାନ୍ ବ୍ୟତୀତ Jio ୮୪ ଦିନର ଆଉ ଏକ ଭଏସ୍ ଓନଲି ପ୍ଲାନ୍ ମଧ୍ୟ ଲଞ୍ଚ କରିଛି । ଏହି ପ୍ଲାନରେ ୟୁଜର୍ସମାନେ ସାରା ଭାରତରେ ଅନଲିମିଟେଡ୍ କଲିଂ ସହିତ ୧,୦୦୦ ଫ୍ରି SMS ର ସୁବିଧା ପାଇବେ । Jio ର ଏହି ପ୍ଲାନ ୪୪୮ ଟଙ୍କାରେ ଉପଲବ୍ଧ । ଏଥିରେ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ମଧ୍ୟ ଦିଆଯାଇଛି ।

୨୮ ଦିନ ପାଇଁ ସବୁଠାରୁ ଶସ୍ତା ପ୍ଲାନ୍ :
Jio ର ଭ୍ୟାଲ୍ୟୁ ଫର ମନି ପ୍ଲାନ୍ ବିଷୟରେ କହିବାକୁ ଗଲେ, କମ୍ପାନୀର ସବୁଠାରୁ ଶସ୍ତା ୧୮୯ ଟଙ୍କା ରିଚାର୍ଜ ପ୍ଲାନ୍ ଅଛି । ରିଲାଏନ୍ସ Jio ର ଏହ ପ୍ରିପେଡ୍ ପ୍ଲାନରେ ୟୁଜର୍ସମାନ୍ଙକୁ ୨୮ ଦିନର ଭାଲିଡିଟି ମିଳିଥାଏ । ଏହି ପ୍ଲାନରେ ଉପଲବ୍ଧ ଅଫର ବିଷୟରେ କହିବାକୁ ଗଲେ, ୟୁଜର୍ସମାନେ ସାରା ଭାରତରେ ଯେକୌଣସି ନମ୍ବରରେ ଅନଲିମିଡେଯ୍ ଫ୍ରି କଲିଂ ଏବଂ ନ୍ୟାସନାଲ୍ ରୋମିଂର ସୁବିଧା ପାଆନ୍ତି । ଏହା ବ୍ୟତୀତ, ୟୁଜର୍ସମାନ୍ଙକୁ ମୋଟ୍ ୨GB ହାଇ ସ୍ପିହ୍ ଡାଟାର ସୁବିଧା ଦିଆଯାଉଛି । କେବଳ ଏଥିକି ନୁହେଁ, ୟୁଜର୍ସମାନେ ମୋଟ୍ ୩୦୦ ଫ୍ରି SMS ର ସୁବିଧା ମଧ୍ୟ ପାଇବେ ।