5G ଘୋଷଣା କଲା ଜିଓ, ଅତିଶୀଘ୍ର ଆରମ୍ଭ ହେଉଛି ଟ୍ରାଏଲ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର 43ତମ ଆନୁଆଲ ଗ୍ଲୋବାଲ ମିଟ ଆରମ୍ଭ ହେବା ମାତ୍ରେ ହିଁ କମ୍ପାନୀର ସେୟାରରେ ଜବରଦସ୍ତ ଗ୍ରୋଥ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ରିଲାଏନ୍ସ କରୋନା ସଙ୍କଟ ସମୟରେ ମଧ୍ୟ ଏହାର ଡିଜିଟାଲ ପ୍ଲାଟଫର୍ମରେ ବିଶ୍ଵର ସବୁଠୁ ବଡ ନିବେଶକଙ୍କ ତରଫରୁ ବିପୁଳ ପୁଞ୍ଜି ବିନିଯୋଗ କରିବାରେ ସକ୍ଷମ ହୋଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଲକଡାଉନ୍ ସମୟରେ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ମାମଲାରେ ଦେଶର ଲୋକଙ୍କୁ ବହୁତ ସାହାଯ୍ୟ କରିଛି । ଅମ୍ବାନୀ କହିଛନ୍ତି ଯେ ଜିଓ 20 ରୁ ଅଧିକ ଷ୍ଟାର୍ଟଅପ୍ ସହିତ 5G ଏବଂ 4G ନେଟୱାର୍କ ପାଇଁ କାମ କରୁଛି । ଏହା ସହିତ ମୁକେଶ ଅମ୍ବାନୀ କହିଛନ୍ତି ଯେ ଲଞ୍ଚ ହେବାର କିଛି ଦିନ ମଧ୍ୟରେ 50 ଲକ୍ଷରୁ ଅଧିକ ଲୋକ ଜିଓମିଟ୍ ଆପ୍ ଡାଉନଲୋଡ୍ କରିଛନ୍ତି ।

Qualcomm to invest rs 730 crore in Reliance Jio rollout advanced ...

ଜିଓ 5G ନେଟୱାର୍କ ପ୍ରସ୍ତୁତ କରିଛି । ସରକାରୀ ନିଲାମ ପରେ କମ୍ପାନୀର 5G ସେବା ଆରମ୍ଭ ହେବ । କମ୍ପାନୀ ଦାବି କରିଛି ଯେ 5G ନେଟୱାର୍କରେ ସମସ୍ତ ଘରୋଇ ଉପକରଣର ବ୍ୟବହାର କରାଯାଇଛି । ଏହା ବ୍ୟତୀତ ଜିଓର 5G ସେବା ବିଶ୍ୱରେନମ୍ବର ୱାନ ହେବ । ଅମ୍ବାନୀ କହିଛନ୍ତି ଯେ 4G ରୁ 5G କୁ ଅପଗ୍ରେଡ଼ କରିବା ବହୁତ ସହଜ । ଏଥିପାଇଁ ସେ ଆଇପି (ଇଣ୍ଟରନେଟ୍ ପ୍ରୋଟୋକଲ୍) ନେଟୱାର୍କ ଆର୍କିଟେକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Jio 5G ଆତ୍ମନିର୍ଭର ଭାରତକୁ ସମର୍ଥନ କରେ । 5G ବ୍ୟତୀତ ଜିଓ, ସ୍ମାର୍ଟ ଗ୍ଲାସ୍ ଜିଓ ଗ୍ଲାସ୍ ଲଞ୍ଚ କରିଛି, ଯାହା ଉଭୟ ସ୍ପିକର ଏବଂ ମାଇକ୍ କୁ ସପୋର୍ଟ କରେ । ଏହି ସ୍ମାର୍ଟ ଗ୍ଲାସରେ ଆପଣ ଭିଡିଓ କଲିଂ ମଧ୍ୟ କରିପାରିବେ ।

Leave A Reply

Your email address will not be published.